• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତିକ

  1. ଭାରତୀୟ ସ୍ଥଳ ସେନା ପ୍ରଥମ ଥର ପାଇଁ ଜାତିସଂଘ ମିସନ ପାଇଁ ଏକ ବିଶାଳ ମହିଳା ଶାନ୍ତି ରକ୍ଷାକାରୀ ଦଳ ପଠାଇଛି। ଉକ୍ତ ଶାନ୍ତିରକ୍ଷାକାରୀ ଦଳରେ ୨ ଜଣ ଅଫିସର ଏବଂ ୨୫ ଜଣ ଅନ୍ୟ ରାଙ୍କର ମହିଳା ସୈନିକ ଅଛନ୍ତି।
  2. ଆମେରିକାର ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ୧୪ ଥର ଭୋଟ୍‌ ଗ୍ରହଣ ହେଲା ଅଥଚ ଫଳ କିଛି ମିଳିଲା ନାହିଁ। ଶେଷରେ ପଞ୍ଚଦଶ ମଧ୍ୟରାତ୍ର-ପର ଭୋଟ୍‌ ଗ୍ରହଣରେ ରିପବ୍ଲିକାନ ପ୍ରାର୍ଥୀ କେଭିନ ମାକାର୍ଥି ବାଚସ୍ପତି ନିର୍ବାଚିତ ହୋଇଛନ୍ତି।
  3. ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ସ୍ପଷ୍ଟ।

ଜାତୀୟ

  1. ଡିଜିଟାଲ୍‍ ସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି ରାଜ୍ୟ ଅବକାରୀ ବିଭାଗକୁ “ଡିଜିଟାଲ୍‍ ଇଣ୍ଡିଆ ଗୋଲ୍ଡ’ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶନିବାର ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାଜ୍ୟ ଅବକାରୀ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
  2. ବିହାର ସରକାର ଶନିବାର ଜାତି ଜନଗଣନା ଆରମ୍ଭ କରିଛନ୍ତି। ରାଜ୍ୟରେ ସମସ୍ତ ୩୮ଟି ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଜାତି ଜନଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସମସ୍ତ ଗୃହ ଗଣନା କରାଯିବ। ପ୍ରଥମ ପର୍ଯ୍ୟାୟ ଗଣନା ଜାନୁଆରି ୨୧ରେ ଶେଷ ହେବ। 
  3. କେନ୍ଦ୍ର ଇଲେ‌କ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଆରମ୍ଭ କରାଯାଇଥିବା ‘ଡିଜିଟାଲ ଇଣ୍ଡିଆ ଆୱାର୍ଡସ୍’ ଅଧୀନରେ ‘ଦୁଆରେ ସରକାର’ ପଦକ୍ଷେପ ପାଇଁ ପଶ୍ଚିମବଙ୍ଗ ସରକାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଶନିବାର ପ୍ଲାଟିନମ୍ ଡିଜିଟାଲ ପୁରସ୍କାର ପାଇଛନ୍ତି।
  4. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନିତ କରାଯିବ। 
  5. ମାନସିକ ରୋଗର ଶିକାର ହେଉଥିବା ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ସେବା ଯୋଗାଇବା ପାଇଁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲ ପରିସରରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା ବ୍ୟବସ୍ଥା । ଏହି ସେବା ପାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି ।
  6. ପଂଜାବର ଉଦ୍ୟାନ ବିଭାଗ ମନ୍ତ୍ରୀ ଫୌଜ ସିଂହ ସରାରି ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଫୌଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ସେ ଇସ୍ତଫା ଦେଇଛନ୍ତି।
  7. ସପ୍ତଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆରମ୍ଭ ହେବ। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି “ପ୍ରବାସୀ- ଅମୃତକାଳରେ ଭାରତର ପ୍ରଗତିର ବିଶ୍ୱସନୀୟ ଭାଗିଦାରୀ” । ଏଥିରେ ପ୍ରାୟ ୭୦ଟି ଦେଶରୁ ୩ ହଜାର ୫୦୦ରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
  8. ଦେଶର ସର୍ବ ପ୍ରଥମ କୋଇଲା ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୨୦୨୪ ଅକ୍ଟୋବରରେ ଉଦଘାଟିତ ହେବ।  କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ୍ ମାଣ୍ଡଭ୍ୟ ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତି।

ରାଜ୍ୟ

  1. +୨ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଦିଆଯାଉଛି ସୁଯୋଗ । ଆଗ୍ରହୀ ଛାତ୍ରଛାତ୍ରୀ ଜାନୁଆରୀ ୧୬ରୁ ୧୯ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏଥିପାଇଁ ୪୫୦ ଟଙ୍କାର ଜୋରିମାନା ଦେବାକୁ ପଡିବ । ୨୦ତାରିଖ ଅପରାହ୍ଣ ୪ଟା ସୁଦ୍ଧା ଫର୍ମ ପୂରଣର ସମସ୍ତ କାଗଜପତ୍ର ଦାଖଲ କରିପାରିବେ।
  2. ଭୁବନେଶ୍ୱରରୁ ରାଉରକେଲା ଉଡିଲା ବିମାନ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।
  3. SAMS ନିୟମ ଉଲ୍ଲଙ୍ଘନ କରି ନାମଲେଖାଇଛନ୍ତି ଛାତ୍ରଛାତ୍ରୀ, ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ।
  4. ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା, ଯାତ୍ରାପାର୍ଟିକୁ ପ୍ରଦର୍ଶନ ପାଇଁ ଦିଆଯାଇଛି ଅନୁମତି।
  5. କଟକ ଜୁଡିସିଆଲ ଏକାଡେମୀରେ ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌।

ଖେଳ

  1. ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ ପୁରୁଷ ସିନିୟର ଟିମ୍‌ ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବେ।୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା। ଏଥିଲାଗି ଇଷ୍ଟ ଜୋନ୍‌ରୁ ଶିବସୁନ୍ଦର ଆବେଦନ କରିଥିଲେ।
  2. ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ଟିମ୍‌ ଇଣ୍ଡିଆର ନୂତନ ଚୟନ କମିଟି ଘୋଷଣା କରାଯାଇଛି। ପୁଣିଥରେ ଭାରତର ପୂର୍ବତନ ପେସ ବୋଲର ଚେତନ ଶର୍ମା କମିଟିର ଅଧ୍ୟକ୍ଷ ହୋଇଛନ୍ତି। 
  3. ରାଜକୋଟରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ,୯୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଟି-୨୦ ସିରିଜ ଜିତିଲା ଭାରତ।
  4. ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ଲାଗି ଶନିବାର ଜର୍ମାନୀ ଦଳ ଭୁବନେଶ୍ବରରେ ପହଞ୍ଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏଥିସହ ମୋଟ ୧୦ଟି ବିଦେଶୀ ଦଳ ଓଡ଼ିଶାରେ ପହଞ୍ଚି ସାରିଲେଣି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.