• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତିକ

  1. ଚୀନ ସରକାରଙ୍କ କୋଭିଡ୍ ନୀତିକୁ ସମାଲୋଚନା କଲେ ବୋଲି ସସ୍‌ପେଣ୍ଡ ହେଲା ଏକ ହଜାର ସୋସିଆଲ୍ ମିଡିଆ ଆକାଉଣ୍ଟ ।
  2. ଟୁଇଟରରୁ ପୁଣି ବିଦା ହେଲେ ୧୨ଶହ କର୍ମଚାରୀ।
  3. ରକେଟ୍‌ ଆକ୍ରମଣରେ ୬ ଶହ ୟୁକ୍ରେନୀୟ ସୈନିକ ନିହତ କରିଛି ରୁଷ।

ଜାତୀୟ

  1. କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟୀକା ଉପଲବ୍ଧ, ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି। ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି। ରାଜ୍ୟ ସରକାର ଯଦି ଟୀକା କିଣିବାକୁ ଚାହୁଁଛନ୍ତି, ତେବେ ଟୀକା କିଣି ଲୋକମାନଙ୍କୁ ଦେଇପାରିବେ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
  2. ଦିଲ୍ଲୀରେ ଜାନୁଆରୀ ୧୫ ଯାଏ ସବୁ ଘରୋଇ ସ୍କୁଲ ବନ୍ଦ, ଭୀଷଣ ଥଣ୍ଡା ଏବଂ ଶୀତ ଲହରକୁ ନଜରରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର  ।
  3. ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଏକାଠି ଲଢିବାକୁ ପାଓ୍ବାର ସମର୍ଥନ କରିଛନ୍ତି। 
  4. ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି ।
  5. ଭୀଷଣ ଥଣ୍ଡାରେ ହୃଦଘାତ ଯୋଗୁଁ କାନପୁରରେ ପୁଣି ୧୪ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ଏମାନେ ପ୍ରାଣ ହରାଇଛନ୍ତି । ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି।
  6. କେରଳ  ଦେଶର ପ୍ରଥମ ସଂପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ରାଜ୍ୟ ହେଲା ।
  7. ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜିଗଲେ SBI ଦେବ ଜରିମାନା: NCDRCଙ୍କ ବଡ଼ ନିଷ୍ପତ୍ତି ।
  8. ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରବିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଏବଂ ବରିଷ୍ଠ ବିଧାୟକ ଧାନିରାମ ଶାଣ୍ଡିଲଙ୍କ ସମେତ ୭ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
  9. ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ କାରଣ ରାଜ୍ୟରେ ମହିଳାମାନେ ଅଶିକ୍ଷିତ ଥିବାବେଳେ ପୁରୁଷମାନେ ଦାୟିତ୍ୱହୀନ।
  10. ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି।
  11. ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍‌ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍‌ଙ୍କ ଘର କେରଳର କାସାରଗୋଡ଼ରେ ।

ରାଜ୍ୟ

  1. ଭିତରକନିକା ଅଭୟାରଣ୍ୟରେ ବଢିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ଅଧିକ ୧୮୫୨ ପକ୍ଷୀ ।
  2. ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଜମା ସୁଧହାର ୮ ପ୍ରତିଶତ ଛୁଇଁଲା
  3. ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କୁ  ଚାରି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ନିଯୁକ୍ତ କରିଛନ୍ତି ।
  4. ରାଜ୍ୟରେ ତଳମୁହାଁ ହେଉଛି ପାରଦ।  ସେମିଳିଗୁଡ଼ାରେ ୨ଡିଗ୍ରୀ ତାପମାତ୍ରା । ସେପଟେ ୧୦ ଡିଗ୍ରୀ ତଳେ ରହିଛି ୨୧ ସହର । କୋରେଇରେ ୪.୪ ଡିଗ୍ରୀ ଓ ଜି. ଉଦୟଗିରିରେ ୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ରହିଛି  ।
  5. ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ସହମତି ଭିତିରେ ଶାରୀରିକ ସଂପର୍କ, ସଂପର୍କ ନୁହେଁ ଦୁଷ୍କର୍ମ।

ଖେଳ

  1. ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ।
  2. ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇଂନିସ ଖେଳିଥିଲେ। ସେ ୫୧ ବଲରୁ ଅପରାଜିତ ୧୧୨ ରନ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.