• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା। ନୂଆ ବର୍ଷ ପାଳନ କରିବା କ୍ଷେତ୍ରରେ ଏହା ହେଉଛି ବିଶ୍ୱର ପ୍ରଥମ ପ୍ରମୁଖ ସହର ଅଟେ।

  2. ସୋମବାର ଦିନ ଉତ୍ତର କୋରିଆ, ଦକ୍ଷିଣ କୋରିଆର ଆକାଶ ସୀମା ମଧ୍ୟକୁ ୫ଟି ଡ୍ରୋନ୍‌ ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ଅଭିଯୋଗ କରିଥିଲା । ତେବେ ୮ ଦିନ ପରେ ଆଜି ପୁଣିଥରେ ଉତ୍ତର କୋରିଆ ପକ୍ଷରୁ ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପଣ କରାଯାଇଛି ।

  3. ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ତଥା ବରିଷ୍ଠ ସାମ୍ବାଦିକା ବାର୍‌ବରା ଓ୍ବାଲ୍‌ଟର୍ସଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍‌ବରା ବିଶ୍ୱର ସବୁଠାରୁ ଅଧିକ ଦରମା ପ୍ରାପ୍ତ ସାମ୍ବାଦିକା ଥିଲେ ବୋଲି କୁହାଯାଏ। ସେ ବର୍ଷକୁ ୧୨ ବିଲିୟନ ଡଲାର ଦରମା ଭାବେ ଏକ ନ୍ୟୁଜ୍‌ ଚ୍ୟାନେଲରୁ ପାଉଥିଲେ।

  4. କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ତାଣ୍ଡବ ରଚିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁବା ସହ ଦୈନିକ ସଂକ୍ରମଣ ୩୭ ଲକ୍ଷ ପାର୍‌ ହୋଇଛି।

  5. ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଅବଦାନ ପାଇଁ ବ୍ରିଟେନର ପୂର୍ବତନ ମୂଳ ଭାରତୀୟ ମନ୍ତ୍ରୀ ଆଲୋକ ଶର୍ମା କିଙ୍ଗ ଚାଲର୍‌ସ ତୃତୀୟଙ୍କ ଦ୍ୱାରା ନୂତନ ବର୍ଷର ପ୍ରଥମ ସମ୍ମାନ ତାଲିକାରେ ତାଙ୍କୁ ନାଇଟ ହୁଡ ସମ୍ମାନରେ ସମ୍ମାନୀତ କରାଯାଇଛି।

  6. ପୂର୍ବତନ କ୍ୟାଥୋଲିକ ପୋପ ବେନେଡିକ୍ଟ ଷୋଡଶ ଶନିବାର ଭଟିକାନ ସିଟିରେ ୯୫ବର୍ଷ ବୟସରେ ପରଲୋକ ଘଟିଛି।

  7. ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚିବ ବୋଲି ଆମେରିକା ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି।

ଜାତୀୟ

  1. ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ଵାନ ଦେଇଛନ୍ତି ।

  2. ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ପେମେଣ୍ଟ ଆପ ‘ଭୀମ’ (ଭାରତ ଇଣ୍ଟରଫେସ୍ ଫର ମନି)କୁ ଛଅ ବର୍ଷ ପୁରିଛି। ଶୁକ୍ରବାର ଏହାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ୨୦୧୬ ମସିହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା ।

  3. ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ  ଆଧାର କାର୍ଡ଼ଧାରୀମାନେ ସେମାନଙ୍କର ଆଧାର ଓଟିପି ନମ୍ବରକୁ ଅନ୍ୟ କୌଣସି ଲୋକଙ୍କ ପାଖରେ ପ୍ରକାଶ କରନ୍ତୁ ନାହିଁ। ବିଭିନ୍ନ ସରକାରୀ ସୁବିଧା ଓ ସେବା ପାଇବା ପାଇଁ ଆଧାରକାର୍ଡକୁ ଲୋକମାନେ ଆତ୍ମବିଶ୍ୱାସର ସହ ବ୍ୟବହାର କରନ୍ତୁ ।

  4. ଚଳିତ ବର୍ଷ ତଥା ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ଏବି-ଏଚ୍‌ଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି । ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରାଯାଇଛି।

  5. ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କ ପାଇଁ କୋର୍ଟରେ ହାଜର ହେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ଅନଲାଇନ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ୨୦୨୩ ଜାନୁଆରୀ ୨ ରୁ ଏହି ମଡ୍ୟୁଲ କାର୍ଯ୍ୟକାରୀ ହେବ। ନୂତନ ବର୍ଷରୁ ଓକିଲମାନେ ଉପସ୍ଥାନ ସ୍ଲିପ ଦାଖଲ କରିବା ଆବଶ୍ୟକ କରିବେ ନାହିଁ, କିନ୍ତୁ ସେମାନଙ୍କ ଉପସ୍ଥିତିକୁ ଚିହ୍ନିବା ପାଇଁ ଆଡଭୋକେଟ ଆପିଅର୍ସ ପୋର୍ଟାଲରେ ଲଗ ଇନ କରିବାକୁ ପଡିବ।

ରାଜ୍ୟ

  1. ଯୁକ୍ତ ଦୁଇ ପରୀକ୍ଷା  ମାର୍ଚ୍ଚ ୧ରୁ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

  2. ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ। ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ, ପିନାକୀ ମିଶ୍ର, ସର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି।

  3. ରାଜ୍ୟର ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୦୨୩ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ ଶେଷ ହେବ । ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ । ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ, ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲ କାମ, ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  4. ୨୦୨୨ ବର୍ଷର ଭିଜିଲାନ୍ସ ଓଡ଼ିଶା ଭିଜିଲାନ୍ସ-୨୦୨୨ର ସମୀକ୍ଷା କରି ଏକ ରିପୋର୍ଟ ପ୍ରସ୍ତୁତ କରିଛି । ୨୦୨୨ରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜିକୃତ ହୋଇଛି। ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଣେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି। ଏହି ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି।

  5. କୋଭିଡ୍‍ ଓ ଫନୀ ପାଇଁ ପୁରୀର ପର୍ଯ୍ୟଟନ ଶିଳ୍ପ ସଂକଟରେ ପଡ଼ିଥିବା ବେଳେ ୨୦୨୨ରେ ସେ ଅବସ୍ଥାରୁ ଉଧୁରି ସାରିଛି। ଏବେ ଦିନକୁ ୭୦ରୁ ୮୦ ହଜାର ପର୍ଯ୍ୟଟକ ପୁରୀ ବୁଲିବାକୁ ଆସୁଥିବା ବେଳେ ଏଇ ବର୍ଷରେ ୩ କୋଟିରୁ ଅଧିକ ଭାରତୀୟ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ଗତ ୬ବର୍ଷ ମଧ୍ୟରେ ପୁରୀକୁ ୫କୋଟି ୯୪ଲକ୍ଷ ୭୯ହଜାର ୨୪୩ଜଣ ଦେଶୀୟ ପର୍ଯ୍ୟଟକ ଆସିଛନ୍ତି।

  6. ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ସମୟସୀମାକୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  7. କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ପିଜିଆଇଏମ୍‌ଇଆର୍‌)। ଏଥିସହ ହସ୍ପିଟାଲର ନାମ ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ହୋଇଛି                                                                                                                                                                                                                                                       ଖେଳ

  8. ଭାରତୀୟ କ୍ରିପେଟ ଟିମର ଷ୍ଟାର ପ୍ଲେୟର ଋଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ତାଙ୍କର ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଭାବେ ଆଘାତ ଲାଗିଥିବା ସୂଚନା ମିଳିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.