• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ 

  1. ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆବର୍ଷ ବାର୍ତ୍ତା ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ ରାଜଧାନୀ କିବ୍‌ ସମେତ ଅନ୍ୟାନ୍ୟ ପ୍ରମୁଖ ସହରମାନଙ୍କରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା।
  2. ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି।
  3. ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୧୦ ମାସ ଧରି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଥିବା ସୈନିକମାନଙ୍କୁ ଉତ୍ସାହିତ କରିବା ଉପରେ ସେ ଅଧିକ ଧ୍ୟାନ ଦେଇଥିଲେ।
  4. ସୁପ୍ରିମକୋର୍ଟରେ ଏକ ୫ ଜଣିଆ ଖଣ୍ଡପୀଠ ଆଜି ବିମୁଦ୍ରୀକରଣ ବିରୋଧରେ ଥିବା ବିଭିନ୍ନ ପିଟିସନ୍‌ ଉପରେ ରାୟ ଶୁଣାଇବେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ମୋଟ୍‌ ୫୮ଟି ପିଟିସନ୍‌ ଦାଖଲ ହୋଇଛି। ଜଷ୍ଟିସ ଏସ ଅବଦୁଲ ନଜିର, ବିଆର୍‌ ଗଭାଇ, ଏଏସ୍‌ ବୋପନ୍ନା, ଭି ରାମସୁବ୍ରମନ୍ୟନ୍‌ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ରାୟ ଶୁଣାଇବେ।
  5. ଚୀନ୍‌ କରୋନା ତଥ୍ୟ ଦେଉନଥିଲେ ସୁଦ୍ଧା‌ ବ୍ରି‌ଟେନର ଏକ ସ୍ସ୍ଵାଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍‌ରେ ଏବେ ଦୈନିକ ପ୍ରାୟ ୯ ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଚୀନ୍‌ କରୋନା କଟକଣା ହଟାଇବା ପରଠାରୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି।
  6. ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ ।
  7. ଦକ୍ଷିଣ କୋରିଆର ଏକ  ଗବେଷଣାରୁ ଜଣାପଡ଼ିଛି ଯେ ସାଧାରଣ ଲୋକଙ୍କ ତୁଳନାରେ କିନ୍ନର ଅଧିକ ଦିନ ବଞ୍ଚିଥାନ୍ତି । ପୂରା ବିଶ୍ୱରେ କିନ୍ନରଙ୍କ ଜୀବନଶୈଳୀ ସବୁବେଳେ ଭିନ୍ନ ହୋଇଥାଏ ।
  8. ଭାରତର ଭୁଲ ମାନଚିତ୍ର ଶେୟାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ କରିବା ପରେ ହ୍ବାଟ୍‌ସଆପ୍‌ ଆପ କ୍ଷମା ମାଗିଛି। ଅଜାଣତରେ ଭୁଲ ପାଇଁ କ୍ଷମା ମାଗୁଛୁ ଏବଂ ଭବିଷ୍ୟତରେ ଏହାର ଯତ୍ନ ନେବ ବୋଲି ହ୍ବାଟ୍‌ସଆପ୍‌ ଆପ କହିଛି।

ଜାତୀୟ

  1. ରେଳ ବୋର୍ଡର ନୂଆ ଅଧ୍ୟକ୍ଷ ଏବଂ ସିଇଓ ଭାବେ ଅନିଲ କୁମାର ଲାହୋଟି ରବିବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଲାହୋଟିଙ୍କ ନିଯୁକ୍ତିକୁ ପୂର୍ବରୁ ମଞ୍ଜୁରି ଦେଇଥିଲା।
  2. ପଶ୍ଚିମବଙ୍ଗ ବିଜେପି ବିଧାୟକ ସ୍ବପନ ମଜୁମଦାର ଶନିବାର ବନଗାଓଁ ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏକ ଥାନାକୁ ଜାଳି ଦେବା ପାଇଁ ଧମକ ଦେଇଛନ୍ତି।
  3. ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ରବିବାର ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଦେଶରେ ବେକାରୀ ହାର ଗତ ଡିସେମ୍ବରରେ ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ୧୬ ମାସ ମଧ୍ୟରେ ସର୍ବୋଚ୍ଚ।
  4. ରାଜସ୍ଥାନରେ ସୋମବାର ଭୋରରୁ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ବାନ୍ଦ୍ରା ଟର୍ମିନାସ-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଭୋର ପ୍ରାୟ ୩.୨୭ରେ ଏହି ଦୁର୍ଘଟଣା ଘଟିଛି।
  5. ଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟୁଇଟର ଅକ୍ଟୋବର ୨୬ ରୁ ନଭେମ୍ବର ୨୫ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ୪୫,୫୮୯ ଆକାଉଣ୍ଟକୁ ବ୍ୟାନ୍‌ କରିଛି।
  6. ମାର୍ଚ୍ଚ ୨୦୨୪ ସୁଦ୍ଧା ଜନଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦ ହଜାରକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ୮ ବର୍ଷ ମଧ୍ୟରେ ଜନଔଷଧି କେନ୍ଦ୍ର ମାଧ୍ୟମରେ ପ୍ରାୟ ୧୮ ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି।
  7. ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି ।
  8. ଗତ ଡିସେମ୍ବରରେ ଦେଶରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌‌ଟି) ସଂଗ୍ରହ ୧୫ ପ୍ରତିଶତ ବୃଦ୍ଧିପାଇ ୧.୪୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୨୧ ଡିସେମ୍ବରରେ ୧.୩୦ ଲକ୍ଷ କୋଟି ଟଙ୍କାର ଜିଏସ୍‌‌ଟି ସଂଗୃହୀତ ହୋଇଥିଲା।

ରାଜ୍ୟ

  1. ନୂଆ ବର୍ଷ ଅବସରେ ପଠାଣି ସାମନ୍ତ ପ୍ଲାନେଟାରିୟମରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ଆଜି ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସମୟରେ ୧୬ଟି ଶୋ କରାଯାଇଛି। ଏହି ଶୋ ୨୩୭୨ଜଣ ପର୍ଯ୍ୟଟକ ଦେଖିଛନ୍ତି ଏବଂ ୬୧,୧୨୫ଟଙ୍କା ରାଜସ୍ବ ସଂଗ୍ରହ କରାଯାଇଛି। ୨୦୨୨ ମସିହାର ଅନ୍ତିମ ମାସ(ଡିସେମ୍ବର)ରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
  2. ବନ୍ଦ ଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ମହିଳା ଡାକ୍ତର ବଣେଇକଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ବୋଲି ଜଣାପଡ଼ିଛି।

ଖେଳ

  1. ଅଢେଇ ବର୍ଷକୁ ୧୭୭୦ କୋଟି । ସାଉଦି ଆରବର ‘ଅଲ ନାସର’ ପାଇଁ ମ୍ୟାଚ୍ ଖେଳି ମାଲାମାଲ ହେବେ କ୍ରିଷ୍ଟିଆନୋ ରୋନାଲ୍ଡୋ ।
  2. ଚଳିତ ବିଶ୍ବକପ୍‌କୁ ନେଇ ବିସିସିଆଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି। ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ମନଇଚ୍ଛା ପ୍ଲେୟାରଙ୍କୁ ନୁହେଁ ବରଂ ବିଶ୍ୱକପ ପୂର୍ବରୁ ଦିନିକିଆ ଫର୍ମାଟ ପାଇଁ ୨୦ ଜଣିଆ ପୁଲ ପ୍ରସ୍ତୁତ କରିବ। ଯେଉଁ ପୁଲରୁ ପ୍ରଦର୍ଶନ ଅନୁଯାୟୀ ଖେଳାଳୀଙ୍କୁ ରୋଟେଟ କରାଯିବ । ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ବିସିସିଆଇର ରିଭ୍ୟୁ ମିଟିଂରେ ଏନେଇ ନିଷ୍ପତ୍ତି ନିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.