• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ କୁହାଯାଇଛି।
  2. ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।
  3. ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ।
  4. ଦେଶ ପାଇଁ ସେବା ପ୍ରଦାନରେ ନିଷ୍କଳଙ୍କ କ୍ୟାରିୟର, ସର୍ଭିସ ରେକର୍ଡରେ ଟିକିଏ ବି ଦାଗ ନାହିଁ। ତଥାପି ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଧିକାରୀ କାତାରସ୍ଥିତ ଦୋହା ଜେଲରେ ୪ ମାସ ହେଲା ବନ୍ଦୀ ଅଛନ୍ତି।
  5. ଦଣ୍ଡାଦେଶ ପୂରଣ କରିବା ପରେ ମଧ୍ୟ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ୨ ନାଗରିକଙ୍କ ସମେତ ୬୩୧ ଜଣ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି ।
  6. ଅଷ୍ଟ୍ରେଲିଆର ପର୍ଯ୍ଯଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଆକାଶରେ ଦୁଇଟି ହେଲିକପ୍ଟର୍‌ ପରସ୍ପର ସହିତ ଧକ୍କା ହେବାକୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡ କୋଷ୍ଟର ମେନ୍ ବିଚ୍ ଅବତରଣ କରିଥିଲା।

ଜାତୀୟ

  1. ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ।
  2. କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି।
  3. ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ।
  4. ଛତିଶଗଡ଼ର ଯଶପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି।
  5. ଦେଶରେ ପ୍ରାଣୀଙ୍କ ପାଇଁ ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଚାଳିତ ଲ୍ୟାବର ଲୋକାର୍ପଣ ଗୁଜରାଟର ଆମରେଲିରେ ସନ୍ଥ ମୁରାର ବାପୁ ଓ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କରିଛନ୍ତି ।
  6. ୨୦୨୨ରେ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)କୁ ପାଖାପାଖି ୩୧,୦୦୦ ମହିଳା ବିରୋଧୀ ଅପରାଧ ଅଭିଯୋଗ ମିଳିଛି। ୨୦୧୪ରୁ ଏପର୍ଯ୍ୟନ୍ତ ଏହା ସର୍ବାଧିକ ହିଂସା ଅଭିଯୋଗ।
  7. ଦେଶରେ ଦୁର୍ଘଟଣାକୁ ନେଇ ତଥ୍ୟ ଅନୁସାରେ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଛି । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା ।

ଓଡ଼ିଶା

  1. ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା(ଓସିଏସଇ) ୨୦୨୨-୨୩ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓସିଏସଇ ୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ଆଉଥରେ ମିଳିବ ସୁଯୋଗ। ବୟସ ଅତିକ୍ରାନ୍ତ କରିଥିଲେ ବି ଆଉଥରେ ପରୀକ୍ଷା ଦେଇପାରିବେ।
  2. ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ୧୧ଦିନ ବନ୍ଦ ରହିବା ନେଇ କୁହାଯାଇଛି ।
  3. ଏଣିକି ଅବସର ନେଇଥିବା କର୍ମଚାରୀ କମ୍‌ ଦିନରେ ପେନ୍‌ସନ୍‌ ପାଇବେ । କର୍ମଚାରୀ ଜଣଙ୍କ ଯେଉଁ ବିଭାଗରୁ ଅବସର ନେଇଥିବେ, ପେନ୍‌ସନ୍‌ ମଞ୍ଜୁରି ପାଇଁ ଏଣିକି କେବଳ ସେହି ବିଭାଗ ଅବସରପ୍ରାପ୍ତ କର୍ମଚାରୀ କିମ୍ବା ଅଧିକାରୀଙ୍କ ବର୍ଷକର ନୋ ଡିମାଣ୍ଡ ପ୍ରମାଣ ପତ୍ର ପ୍ରଦାନ କରିବ।
  4. ଭିଣ୍ଟେଜ୍ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍ ଯାନଗୁଡିକ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ ଏବଂ ଓଡିଶାର “ସ୍କ୍ରାପେଜରୁ” ମୁକ୍ତି ଉପଭୋଗ କରିପାରିବେ |ଯାନ ମାଲିକଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଯେଉଁମାନେ ଏହିପରି ଯାନ ରଖିବାକୁ ଇଚ୍ଛା କରନ୍ତି ଏବଂ ଐତିହ୍ୟ ଓ ସଂସ୍କୃତି ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ପ୍ରଥମ ରାଜ୍ୟ ଅଟେ |
  5. ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ  ୯୨ ବର୍ଷ ବୟସରେ ପରଲୋକ ହୋଇଛି ।

ଖେଳ

  1. ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ ବନ୍ଦ ରହିବ। ପୁରୁଷ ହକି ବିଶ୍ଵ କପ ପାଇଁ ସହରକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହରର ବିଭିନ୍ନ ରାସ୍ତା କଡ ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ବେଳେ ସହରର ସମସ୍ତ କଲୋନୀ ଓ ଘର ରଙ୍ଗୀନ ଆଲୋକମାଳାରେ ଝଲସିବ।
  2. ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଭଗୱନ୍ତ ମାନଙ୍କୁ ପ୍ରୀତିରଞ୍ଜନ ଘଡ଼ାଇ ଚଣ୍ଡିଗଡ଼ରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.