• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ ହୋଇଛନ୍ତି। ସେ ମୂଳତଃ କେରଳର ଥିରୁଭାଲା ସହରର ବାସିନ୍ଦା।
  2. ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ରୁଷିଆର ପାଖାପାଖି ୪୦୦ ସୈନ୍ୟ ନିହତ ହୋଇଥିବା ସୋମବାର କିଭ୍‌ ଦାବି କରିଛି। ପୂର୍ବ ୟୁକ୍ରେନ୍‌ରେ ଥିବା ରୁଷୀୟ ସୈନ୍ୟଙ୍କ କ୍ୟାମ୍ପ ଉପରେ କିଭ୍‌ ସୈନ୍ୟ ଆମେରିକା ଯୋଗାଇଥିବା କ୍ଷେପଣାସ୍ତ୍ରକୁ ମାଡ଼ କରିଥିଲେ।
  3. ଚାଇନା ଏହାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅଧୀନରେ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଗ୍ବାଦରରେ ଅନେକ ପ୍ରମୁଖ ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଅଛି।
  4. ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୌଗୋଳିକ କାରଣରୁ ଚଳିତ ବର୍ଷ ବିଶ୍ବ ଅର୍ଥ ବ୍ୟବସ୍ଥା କଠିନ ସମୟ ଓ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏମଡି କ୍ରିଷ୍ଟଲୀନା ଜାର୍ଜିଭର ମତପ୍ରକାଶ କରିଛନ୍ତି।

ଜାତୀୟ

  1. ନେସ୍‌ନାଲ୍‌ ଏଜୁକେସନ ପଲିସିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ପ୍ରଥମ ୫ ବର୍ଷର ଟିଚିଂ, ଲର୍ଣ୍ଣିଂ ପୁସ୍ତକ ଆସନ୍ତା ଜାନୁଆରି ୨୬ ସରସ୍ଵତୀ ପୂଜାରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ। ‘ପରୀକ୍ଷା ପେ ଚର୍ଚ୍ଚାର ଆଗାମୀ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ।
  3. ଆନ୍ଧ୍ରପ୍ରଦେଶରେ ଏଣିକି ରାସ୍ତାରେ ଆଉ ସାଧାରଣ ସଭା ଓ ରାଲି ଅନୁଷ୍ଠିତ ହେବ ନାହିଁ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
  4. ଜାତିସଂଘ ବିଶ୍ବ ସହରୀକରଣ ସମ୍ଭାବନା (ୟୁଏନ୍‌ଡବ୍ଲୁୟୁପି)ର ଆକଳନ ଅନୁସାରେ, ୨୦୨୦ରେ ପ୍ରାୟ ୩୦ ନିୟୁତ ଜନସଂଖ୍ୟା-ବିଶିଷ୍ଟ ଦିଲ୍ଲୀ-ଏନ୍‌ସିଆର୍ ଟୋକିଓ ତଳକୁ ବିଶ୍ବର ଦ୍ବିତୀୟ ବୃହତ୍ତମ ଜନବହୁଳ ମହାନଗରୀ (ୟୁଏ) ଭାବେ ଗଣା ହେଉଛି।
  5. ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଶୋକସନ୍ତପ୍ତ ପରିବାରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୦ଲକ୍ଷ କ୍ଷତିପୂରଣ ଦେବେ ବ‌ୋଲି ଘୋଷଣା କରିଛନ୍ତି।
  6. ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ଲାଗି ୨୦୨୨ ଏକ ସଫଳ ବର୍ଷ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଦେଶରେ ୩୮ ଲକ୍ଷରୁ ଅଧିକ କାର୍ ବିକ୍ରି ହୋଇଛି ଯାହା ଏକ ବହୁତ ବଡ଼ ରେକର୍ଡ। କରୋନା ମହାମାରୀରେ ଗାଡ଼ି ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
  7. ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ । ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି।
  8. ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ଟ୍ରିଚି-ଚେନ୍ନାଇ NHରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହୁ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି ।

ଓଡିଶା

  1. କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡ.ଅଜିତ୍‌ ମହାନ୍ତି ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ।
  2. ବଢିବ ଶୀତ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି।
  3. ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୭ ରାଜ୍ୟକୁ ୫ଲକ୍ଷ ନ୍ୟାଶନାଲଇଜ୍‌ଡ ଟେକ୍ସଟ(ଏନ୍‌ଟି) ପୁସ୍ତକ ଯୋଗାଣ ହୋଇଛି। ଏ ନେଇ ଭୁବନେଶ୍ୱର ଟେକ୍ସଟ ବୁକ୍‌ ପ୍ରଡକ୍ସନ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଳେଖି ଜଣାଇଛନ୍ତି।
  4. ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ। ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ ।
  6. ୪ ତାରିଖରୁ ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ  । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ ୃଟା ପର୍ଯ୍ୟନ୍ତ ଚାଲିବ ଗଣନା ।
  7. ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି।
  8. ଏତେ କମ୍‌ ଦିନରେ କୋଟି କୋଟି ଟଙ୍କା ମାଲିକାଣୀ କିପରି ଅର୍ଚ୍ଚନା ହେଲେ ସେନେଇ ଇଡି ପ୍ରଶ୍ନ କରିବା ସହ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛି । ଏନେଇ ୩ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।
  9. ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପ୍ରାୟ ୪୦୦ ଓଡ଼ିଶା ଲୋକସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସେହିପରି ଆସନ୍ତା ୧୨ ତାରିଖରେ ମଧ୍ୟ ଶ୍ରୀ ପଟ୍ଟନାୟକ ଜିଲ୍ଲା କେନ୍ଦ୍ରୀୟ ସମବାୟ ସଂସ୍ଥାରେ ୨୭ ଜଣ ସିଷ୍ଟମ୍‌‌ ମ୍ୟାନେଜର ଏବଂ ୨୫୪ ସହକାରୀ ମ୍ୟାନେଜରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏହାକୁ ମିଶାଇ ଗତ ବର୍ଷକ ଭିତରେ ବିଭିନ୍ନ ବିଭାଗ ଓ ବିଭିନ୍ନ ପଦରେ ୩୦ ହଜାରରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ବୋଲି ସରକାରୀ ତଥ୍ୟରୁ ସ୍ପଷ୍ଟହୋଇଛି। 

ଖେଳ

  1. ଟିମ୍ ଇଣ୍ଡିଆର ଷ୍ଟାର୍ ପେସର୍ ଜଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଆକ୍ସନକୁ ଫେରିବେ । ବୁମରାଙ୍କୁ ପୂର୍ବରୁ ଦିନିକିଆ ଏବଂ ଟି୨୦ ସିରିଜରେ ରଖାଯାଇ ନଥିଲା । କିନ୍ତୁ ଆଜି ବିସିସିଆଇ ଦିନିକିଆ ସିରିଜରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.