• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି।
  2. ଭେନଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆଇନଗତ ମାନ୍ୟତା ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ମଦୁରୋଙ୍କୁ ରାଷ୍ଟ୍ରପତି ଭାବରେ ଗ୍ରହଣ କରେ ନାହିଁ।
  3. ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାର ଦାବି କରିଥିଲେ।
  4. ବେଜିଂ ପରେ ସାଂଘଇରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଚାଇନା ଗବେଷକଙ୍କ ମତରେ ସାଂଘାଇର ୭୦% ଲୋକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି
  5. ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ବସାଇ ଜାଣିଶୁଣି ପାହାଡ଼ ଅତଡ଼ାକୁ ଟେସଲା କାର୍‌ର ଚଳାଇ ନେଇଥିବା ଜଣେ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ହତ୍ୟା ଉଦ୍ୟମ ଓ ପିଲାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ସନ୍ଦେହରେ ଗିରଫ କରାଯାଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଜାତୀୟ

  1. ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ୍) ଉପରେ ସୁଧ ହାରକୁ ୭.୧ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଚଳିତ ବର୍ଷ ଜାନୁଆରି-ମାର୍ଚ୍ଚ ଅବଧିରେ ଜିପିଏଫ୍ ଉପରେ ଏହି ସୁଧ ଦିଆଯିବ ବୋଲି କେନ୍ଦ୍ର ଅର୍ଥ‌ନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
  2. ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଗୁଞ୍ଜନ ପଟିଦାର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାର କାରଣ ଜଣାପଡ଼ିନାହିଁ।
  3. ୫ଜି ସେବା ଦେବା ଲାଗି ବିପୁଳ ନିବେଶ କରୁଥିବା ଟେଲିକମ୍ କଂପାନିଗୁଡ଼ିକ ୨୦୨୩ ମଧ୍ୟଭାଗ ସୁଦ୍ଧା ରିଚାର୍ଜ ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
  4. ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟାଙ୍କ ଘନିଷ ସହଯୋଗୀ ଭାବେ ପରିଚିତ ‌ଆର୍‌ କେ କ୍ରିଷ୍ଣ କୁମାରଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଛି।
  5. ଛଅ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବିମୁଦ୍ରୀକରଣ ପ୍ରଚଳ‌ନରେ ଥିବା ମୁଦ୍ରାକୁ ବିଶେଷ ପ୍ରଭାବିତ କରିପାରିନାହିଁ। ପୂର୍ବାପେକ୍ଷା ‌ଏବେ ଦେଶରେ ଅଧିକ ମୁଦ୍ରା ପ୍ରଚଳନରେ ରହିଛି। ୨୦୧୬ ପରେ ପ୍ରଚଳନରେ ଥିବା ମୁଦ୍ରା ୮୩ ପ୍ରତିଶତ ବଢ଼ିଛି
  6. ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ଲାଗି ୨୦୨୨ ଏକ ସଫଳ ବର୍ଷ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଦେଶରେ ୩୮ ଲକ୍ଷରୁ ଅଧିକ କାର୍ ବିକ୍ରି ହୋଇଛି ଯାହା ଏକ ବହୁତ ବଡ଼ ରେକର୍ଡ।
  7. ୟୁପିର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋଗ ଲଗାଇଛନ୍ତି। ଜାନୁଆରୀ ୩୧ ପୂର୍ବରୁ ନିର୍ବାଚନ କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
  8. ଉତ୍ତରାଖଣ୍ଡ ହାଲଦଓ୍ଵାନିରେ ୨୯ ଏକର ରେଳ ଜମି ଖାଲି କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଗୁରୁବାର କରିବେ।
  9. ୨୦୨୨ ରେ ଆସାମରେ ଗୋଟିଏ ବି ଗଣ୍ଡା ଶିକାର କରାଯାଇ ନାହିଁ । ସଶସ୍ତ୍ର କମାଣ୍ଡୋ ଏବଂ ଜଙ୍ଗଲ କର୍ମଚାରୀଙ୍କ ଦ୍ୱାରା ଉତ୍ତମ ପ୍ରହରା ସହିତ “ଅତ୍ୟାଧୁନିକ ଟେକ୍ନୋଲୋଜି”ର ବ୍ୟବହାର ଆସାମକୁ ଏହି ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କଲା |
  10. ଚଳିତ ମାସ ୭ ତାରିଖରେ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ ଯୋଗଦେବେ।

ଓଡିଶା

  1. ଭୁବନେଶ୍ବର ଏବଂ କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ।
  2. ବିଶ୍ଵଦରବାରରେ ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିବିଶ୍ଵସ୍ତରରେ ସମ୍ମାନିତ ହେଲା ଜାଗା ମିଶନ ।
  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ଵାଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ଵାଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ଵାଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୬ ଜଣ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଖେଳ

  1. ରୋମାଞ୍ଚକର ବିଜୟ ସହ ଭାରତ ୨୦୨୩ ବର୍ଷ ଆରମ୍ଭ କରିଛି। ରବିବାର ଏଠାରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ମାତ୍ର ୨ ରନ୍‌ରେ ଭାରତ ପରାସ୍ତ କରିଛି। ଅକ୍ଷର ପଟେଲ ବୋଲିଂ କରିଥିବା ଶେଷ ଓଭରରୁ ଶ୍ରୀଲଙ୍କା ୧୩ ରନ୍‌ ଆବଶ୍ୟକ କରୁଥିବା ବେଳେ ଅକ୍ଷର ୧୦ ରନ୍‌ ଦେଇଥିଲେ।
  2. ଚଳିତ ମାସ ୧୩ରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଭାଗ ନେବାକୁ ପ୍ରଥମ ବିଦେଶୀ ଟିମ ଭାବେ ନେଦରଲ୍ୟାଣ୍ଡ ଟିମ ଆଜି ଭୁବନେଶ୍ୱରରେ ପହଂଚିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟିମର ଖେଳାଳି ମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.