• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ହ୍ୟାକର୍‌ମାନେ ୨୦୦ ନିୟୁତରୁ ଅଧିକ ‘ଟୁଇଟର୍‌’ ବ୍ୟବହାରକାରୀଙ୍କ ଇ-ମେଲ୍‌ ଆ‌ଡ୍ରେସ୍‌ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍‌ଲାଇନ୍‌ ହ୍ୟାକିଙ୍ଗ୍‌ ଫୋରମ୍‌’ରେ ପୋଷ୍ଟ୍‌ କରିଥିବା କଥା ବୁଧବାର ଦିନ ଜଣେ ସିକ୍ୟୁରିଟି ରିସର୍ଚର୍‌ଙ୍କ କଥାରୁ ଉଦ୍ଧାର କରି ‘ରଏଟର୍ସ’ ରିପୋର୍ଟ କରିଛି।
  2. ଆମେରିକାରେ ବସବାସ କରୁଥିବା ବାର୍‌ ଟେଲ୍‌ଡ ଗଡୱିଟ୍ ନାମକ ଏକ ପକ୍ଷୀ ବିଶ୍ବ ରେକର୍ଡରେ ନିଜକୁ ସାମିଲ କରିଛି। ୧୧ ଦିନରେ ଏହି ପକ୍ଷୀ ଆଲାସ୍କାରୁ ଅଷ୍ଟ୍ରେଲିଆର ତସମାନିଆ ପର୍ଯ୍ୟନ୍ତ ୧୩୫୬୦ କିମିର ଲମ୍ବା ଯାତ୍ରା କରିଛି।
  3. ଗତ ସପ୍ତାହକ ମଧ୍ୟରେ ୟୁକ୍ରେନ ରୁଷ୍‌ର ୮୦୦ ସୈନିକଙ୍କୁ ନିପାତ କରିଥିବା ଦାବି କରିଛି। ୟୁକ୍ରେନ ସେନା ଗୁରୁବାର କରିଥିବା ଆକଳନ ଅନୁଯାୟୀ ପୂର୍ବ ଡୋନେସ୍କ ଅଞ୍ଚଳ‌ରେ ଏହା ଆକ୍ରମଣ କରି ୮୦୦ ରୁଷୀୟ ସୈନିକଙ୍କୁ ନିପାତ କରିଛି।
  4. ବିଶ୍ବର ସର୍ବବୃହତ ଇ-କମର୍ସ କଂପାନି ଆମାଜନ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଜାନୁଆରି ୧୮ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କଂପାନିର ସିଇଓ ଆଣ୍ଡି ଜାସି କହିଛନ୍ତି।
  5. ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ।
  6. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ କ୍ୟାନ୍‌ସର ସର୍ଜରି ହେବ।
  7. ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି।

ଜାତୀୟ

  1. ୨୦୨୩ରେ ଚୀନ୍‌ରୁ ଆଗତ କୋଭିଡ୍ ସଂକଟ ଓ ବିଶ୍ବ ମାନ୍ଦାବସ୍ଥା ଦ୍ବାରା ଭାରତର କର୍ପୋରେଟ ଜବତ ପ୍ରଭାବିତ ହେବା ଆଶଙ୍କା କମ୍। ମହାମାରୀରୁ ଭାରତ ଯେଉଁ ଶିକ୍ଷା ଗ୍ରହଣ କରିଛି, ତାହା ତାକୁ ଏ ଦିଗରେ ସାହାଯ୍ୟ କରିବ ବୋଲି କର୍ପୋରେଟ୍ ମୁଖିଆମାନେ କହିଛି।
  2. ବିଭିନ୍ନ ସ୍ଥାନରେ ଜୈନ ସମ୍ପ୍ରଦାୟର ପ୍ରତିବାଦ ଯୋଗୁ ଗୁରୁବାର କେନ୍ଦ୍ର ସରକାର ଝାଡ଼ଖଣ୍ଡର ଗିରିଡିହଠାରେ ଥିବା ଜୈନପୀଠ ‘ଶ୍ରୀ ସମ୍ମେଦ ଶିଖରଜୀ’କୁ ପର୍ଯ୍ୟଟନ ହଟ୍‌ସ୍ପଟ୍ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
  3.  ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶାଳ ଓ ଭବ୍ୟ ରାମ ମନ୍ଦିର ଜାନୁଆରି ୧, ୨୦୨୪ରେ ଉଦ୍‌ଘାଟନ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତ୍ରିପୁରାରେ ଏହି ଘୋଷଣା କରିଛନ୍ତି।
  4. ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକ ଭାରତରେ କ୍ୟାମ୍ପସ୍ ଖୋଲିବାକୁ ଚାହିଲେ ପ୍ରାରମ୍ଭିକ ଭାବେ ୧୦ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ଅନୁମତି ନେବାକୁ ପଡ଼ିବ।

ଓଡ଼ିଶା

  1. ରାଜ୍ୟରେ ସର୍ବମୋଟ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧,୫୮,୪୯,୯୬୬ ଜଣ ମହିଳା ଏବଂ ୩୨୨୨ ତୃତୀୟଲିଙ୍ଗ ଭୋଟର ରହିଛନ୍ତି। ଏତଦ୍‌ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ୭୮,୨୬୦ ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି ଏବଂ ପରବର୍ତ୍ତୀ ଯୋଗ୍ୟତା ସୂଚକ ତାରିଖରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ।
  2. ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୮ ଜଣ ସଦସ୍ୟ ରହିଥିବା ବେଳେ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ତିନି ବିଶିଷ୍ଟ ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀ ଏବଂ ଡକ୍ଟର ଗୌରହରି ଦାସ। ନୂଆ ସାଧାରଣ ପରିଷଦ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିପରି ସଂସ୍କୃତରେ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାନ୍ତାଳୀ ଭାଷାରେ ଚୈତନ୍ୟ ମାଝୀ ଏଥର ସାଧାରଣ ପରିଷଦ ସଦସ୍ୟ ହୋଇଛନ୍ତି।
  3. ପୂର୍ବତଟ ରେଳପଥର କୋରାପୁଟ-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ମାନବାର ରେଳ ଷ୍ଟେସନ ମଧ୍ୟରେ ଦ୍ବିତୀୟ ଲାଇନ୍‌, କୋରାପୁଟ-ରାୟଗଡ଼ା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ, ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସରିଛି।
  4. ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତାକୁ ନଜରରେ ରଖି ଡିସେମ୍ବର ୩୦ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ କୁହାଯାଇଥିଲା
  5. ସମଲେଇ ଯୋଜନାରେ ଓଡ଼ିଶା ସରକାରଙ୍କ ବଡ଼ ଆଇନଗତ ବିଜୟ ହୋଇଛି। ସରକାରୀ ଜମି ଅଧିଗ୍ରହଣର ପ୍ରକ୍ରିୟା ସଂପର୍କରେ ଗତ ଜୁଲାଇ ମାସରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟ କାଏମ ରଖିବା ସହ ଏ ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି।
  6. ଚଳିତବର୍ଷ ସାରା ରାଜ୍ୟରେ ୭୩୩ଟି ଡଲ୍‌ଫିନ୍‌ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ ଡଲ୍‌ଫିନ୍‌ ଅଛନ୍ତି। ଅର୍ଥାତ୍‌ ସାରା ଓଡ଼ିଶାର ୭୫ ପ୍ରତିଶତ ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ଚିହ୍ନଟ ହୋଇଛନ୍ତି।
  7. ଚଳିତ ବର୍ଷ ଚିଲିକାରେ ମୋଟ୍‌ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ଚିଲିକାରେ ୧୦ଲକ୍ଷ ୭୪ ହଜାର ୧୮୩ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୭ ହଜାର ୭୫୬ ପକ୍ଷୀ ଅର୍ଥାତ୍‌ ୫ ପ୍ରତିଶତ ବୃଦ୍ଧି ପାଇଛି।

ଖେଳ

  1. ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌‌ରେ ଭ‌ାରତ ବିଜେତା ହେଲେ ଏହାର ପ୍ରତ୍ୟେକ ଖେଳାଳିଙ୍କୁ ‌୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
  2. ରାଉରକେଲାର ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବ କ୍ରୀଡ଼ା ଇତିହାସରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ି ଦେଇଛି।  ଏହି ହକି ଷ୍ଟାଡିୟମ ସମଗ୍ର ଦେଶକୁ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.