• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଅନ୍ତର୍ଜାତୀୟ

  1. ଆମେରିକାର ହାଓ୍ବାଇସ୍ଥିତ କିଲାଉଆ ଆଗ୍ନେୟଗିରିରୁ ପୁଣି ଲାଭା ଉଦ୍‌ଗିରଣ ହୋଇଛି। ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦ୍‌ଗିରଣ।
  2. ଚଳିତ ସପ୍ତାହାନ୍ତରେ ଆକାଶରୁ  ଗୋଟାଏ ୩୮ ବର୍ଷର ପୁରୁଣା ସାଟେଲାଇଟ୍‌ ଖସିବ ବ‌ୋଲି ଶୁକ୍ରବାର ଦିନ ‘ନାସା’ କହିଛି। କିନ୍ତୁ, ଉକ୍ତ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହର ଭଗ୍ନାଂଶ କାହାରି ଉପରେ ପଡ଼ିବାର ଆଶଙ୍କା ଖୁବ୍‌ କମ୍। ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବା ପରେ ୨,୪୫୦ କିଲୋଗ୍ରାମ୍‌ବିଶିଷ୍ଟ ଏହି ‌ସାଟେଲାଇଟ୍‌ ବାୟୁ ସହିତ ଘର୍ଷଣ ଯୋଗୁଁ ପୋଡ଼ିଯିବ

ଜାତୀୟ

  1. ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ୪୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ ମିଳିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି।
  2. ରେଳ ସୁରକ୍ଷା ବଳ ବା ଆର୍‌ପିଏଫ୍‌ ପକ୍ଷରୁ ରେଳଯାତ୍ରୀଙ୍କ ସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା। ଏହି ଅଭିଯାନ କାଳରେ ୧୧୪୦୦ରୁ ଅଧିକ ବେଆଇନ ଯାତ୍ରୀଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି।
  3. ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର ନୂଆ ମାମଲା ରୁଜୁ କରିଛି।
  4. ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ଆକାଉଣ୍ଟ ଖୋଲିଥିବା ୨୦କୋଟି ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଯାଇଛି।
  5. ଦିଲ୍ଲୀ  ମେୟର ନିର୍ବାଚନ ହେବାର ଥିଲା, ହେଲେ ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି।
  6. ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି

ଓଡ଼ିଶା

  1. ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାୟନ କର୍ତ୍ତୃପକ୍ଷ (ଏସ୍‌ଇଆଇଏଏ)ଙ୍କ ରିପୋର୍ଟ ବିନା କୌଣସି ବୃହତ ପ୍ରକଳ୍ପକୁ ମଂଜୁରୀ ମିଳିବ ନାହିଁ।
  2. ଡିଜିଟାଲ୍‌ ଇଣ୍ଡିଆ ସପ୍ତମ ସଂସ୍କରଣରେ ସ୍ଵଚ୍ଛତା ଓ ସମୟାନୁବର୍ତ୍ତିତା ସମେତ ନିରବଚ୍ଛିନ୍ନ ଅନ୍‌ଲାଇନ୍‌ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ଅବକାରୀ ବିଭାଗକୁ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି।
  3. ବିଶିଷ୍ଟ ଐତିହାସିକ ତଥା ସାରସ୍ବତ ସାଧକ ଡ. ମନ୍ମଥ ନାଥ ଦାସ ଏବଂ ତାଙ୍କ ସାନଭାଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଶ୍ରୀ, ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମସ୍ଥାନ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍‌ ଶଂଖାରିସ୍ଥିତ ବାସଭବନ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଛି।
  4. ଓଡ଼ିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି।
  5. ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ଭେରେ ପ୍ରଥମ ସ୍ଥାନରେ ଆସିକା ଥାନା ରହିଛି। ପ୍ରତ୍ୟେକ ଥାନା ଗସ୍ତ କରି ସର୍ଭେ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟିମ। ୨୦୨୨ ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଘୋଷଣା କରାଯାଇଛି।
  6. ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି ।
  7. ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ ଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର। ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ।
  8. ଆସନ୍ତା ୧୧ ତାରିଖ ମଧ୍ୟରାତ୍ରିରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା। ୫ ଦଫା ଦାବି ନେଇ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ଏହି ବନ୍ଦ ଡାକରା ଦେଇଛି ।
  9. ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ଅଧିକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁ । ବିଜୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।  ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ ।

ଖେଳ

  1. ଇଟାଲି ଫୁଟ୍‌ବଲ ଦଳର ପୂର୍ବତନ ଷ୍ଟ୍ରାଇକର ଜିଆନ୍‌ଲୁକର ଭିଆଲିଙ୍କ ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ଥିବା ଭିଆଲି ୫୮ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି
  2. ହକି ବିଶ୍ବକପକୁ ନଜରରେ ରଖି ଭୁବନେଶ୍ବରରେ ଆୟୋଜନ ହେଉଛି dot fest। ଆସନ୍ତା ୧୫ ତାରିଖରୁ ୨୯ ଯାଏଁ ପ୍ରଦଶିନୀ ପଡ଼ିଆରେ dot fest ଦ୍ବିତୀୟ ସଂସ୍କରଣ ହେବାକୁ ଯାଉଛି ।
  3. ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି୨୦ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଶନିବାର ରାଜକୋଟ୍‌ରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଘରୋଇ ଭାରତ ଜିତି ନେଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ଜିତି ଶ୍ରୀଲଙ୍କା ଦୃଢ ପ୍ରତ୍ୟାବର୍ତ୍ତନ ସହ ବରାବର କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.