• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ୫୦୦ ଦେକାନ ହଟିବନି। ଏଭଳି ନିର୍ଦ୍ଦେଶ ପ୍ରଦାନ କରି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରିବା ମାମଲାରେ ସୁପ୍ରିମକୋର୍ଟର ବ୍ୟବସାୟୀଙ୍କୁ ଦିଆଯାଇଥିବା ଆଶ୍ୱସ୍ତି କାଏମ ରଖିଛନ୍ତି।
  2. ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪ ଯାଏ ବୃଦ୍ଧି କରାଯାଇଛି।
  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି(ଭାଜପା)ର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ବିଷୟରେ ଖରାପ ବୟାନବାଜୀ କରନାହିଁ।
  4. ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତୋମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି.
  5. ମଧ୍ୟପ୍ରଦେଶ ଜବଲପୁରରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଞ୍ଚମ ଠାକୁର, ବ୍ରିଜେଶ ଠାକୁର ଓ ବାଲି ଠାକୁର।
  6. ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
  7. ଭୁବନେଶ୍ବର ପଟିଆ ଷ୍ଟେସନ ଠାରେ ୨ ନାବାଳିକା ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ। ୨ ଦୁର୍ବୃତ୍ତଙ୍କ ଦ୍ବାରା ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ୨ ନାବାଳିକାକୁ ବାନ୍ଧି ସାରାରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାଇଲଡଲାଇନ ଓ  ଇନୋଫସିଟି ଥାନା ପୁଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।
  8. ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ବୀକୃତି। ଷ୍ଟାଡିୟମକୁ କାଟାଗୋରୀ-୩ ମାନ୍ୟତା ମିଳିଛି। ଏହି ମାନ୍ୟତା ୨୭ ଡିସେମ୍ବର ୨୦୨୫ ପର୍ଯ୍ଯନ୍ତ ରହିବ। ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତିଲେଇକଣି ଷ୍ଟାଡିୟମ । 
  9. ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି । ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି ।
  10. ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି।
  11. ଆୟ ଅନୁସାରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ଠୁଳ କରିଛନ୍ତି। ୧୩ ଦିନ ହେଲା ରେଡ଼ ଚାଲିଥିଲା। ଅବସରପ୍ରାପ୍ତ IRTS ଅଧିକାରୀ ପ୍ରମୋଦଙ୍କ ଠାରୁ ୧ କୋଟି ୫୭ ଲକ୍ଷ ଟଙ୍କା ଠାବ ହୋଇଛି। ୧୭ କେଜି ସୁନା ବାବୁଙ୍କ ଘରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା। ଅଢେ଼ଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ଠାବ ହୋଇଛି।
  12. ଦେଶ ବିଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ଆଇଟି ହବ୍ ଭାବେ ପ୍ରତିଷ୍ଠା ହାସଲ କରିଥିବା ଓଡ଼ିଶାକୁ ଆଗାମୀ ଦିନରେ ୧୬-୧୮ଟି ନୂଆ ଆଇଟି କମ୍ପାନୀ ଆସିବେ।ରାଜ୍ୟ ସରକାର ଭଡ଼ାରେ ବଡ଼ ଧରଣର ହ୍ରାସ କରିଥିବାରୁ ବହୁ କମ୍ପାନୀ ଓଡ଼ିଶା ଆସିବାକୁ ଚାହୁଛନ୍ତି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି।
  13.  ମୋବାଇଲ ଗେମରଙ୍କ ସଂଖ୍ୟାରେ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶର ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ ରହିଛି। କାରଣ ଓଡ଼ିଶାରେ ମୋବାଇଲ ଗେମରଙ୍କ ସଂଖ୍ୟାରେ ସର୍ବାଧିକ ୫୫% ଅଭିବୃଦ୍ଧି ଘଟିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍‌ଜିଆର) ୨୦୨୨ରେ କୁହାଯାଇଛି।
  14. ଓଡ଼ିଶାରେ ପ୍ରତି ବର୍ଷ ୨୦୦୦ରୁ ଅଧିକ ଶିଶୁ ମୋଡ଼ି ହୋଇଥିବା ପାଦ (କ୍ଲବ୍‌‌ ଫୁଟ୍‌‌) ସମସ୍ୟା ସହିତ ଜନ୍ମଗ୍ରହଣ କରୁଛନ୍ତି। ତୁରନ୍ତ ଚିକିତ୍ସା ଅଭାବରେ ସେହି ପିଲାମାନେ ଜୀବନବ୍ୟାପୀ ମୋଡ଼ା ପାଦ ସହିତ ବଞ୍ଚିବା ପାଇଁ ବାଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କ୍ଲବ୍‌‌ଫୁଟ୍‌‌ ରୋଗର ଚିକିତ୍ସାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 
  15. ୟୁପିଆଇକୁ ଅପାର ସଫଳତା ମିଳିଥିବା ବେଳେ ଏଥିରେ ଘରୋଇ ସଂସ୍ଥାଗୁଡ଼ିକ ବାଜି ମାରିନେଇଛନ୍ତି। ଫୋନ୍‌ପେ, ଗୁଗୁଲ୍‌ପେ ଭଳି ଘରୋଇ କଂପାନି ସହ ପ୍ରତିଦ୍ବନ୍ଦ୍ବିତାରେ ସରକାରୀ ଭିମ୍‌ ଆପ୍‌ ପଛରେ ରହିଯାଇଛି।
  16. ଦେଶରେ ୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୦୨୦ ମାର୍ଚ୍ଚ ପରେ ଏହା ସର୍ବନିମ୍ନ ସଂକ୍ରମଣ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୨,୦୩୫ ରହିଛି।
  17. ‘ଦି ଇକନମିକ୍ ଟାଇମ୍ସ’ରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୋଭିଡ-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କଥା ଆଇସିଏମ୍‌ଆର ଓ ସିଡିଏସ୍‌ସିଓ ଅଧିକାରୀଙ୍କ ସୂତ୍ର ଉଦ୍ଧାର କରି ପ୍ରକାଶିତ ହୋଇଛି।
  18. ବିଶ୍ବର ସର୍ବାଧିକ ଜନବହୁଳ ଦେଶ ଚୀନ୍‌ର ଜନସଂଖ୍ୟାରେ ଐତିହାସିକ ହ୍ରାସ ଦେଖାଦେଇଛି। ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ଦ୍ବାରା ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।
  19. ମାର୍ଟିନ ଲୁଥର୍‌ କିଙ୍ଗ ଗ୍ରାଣ୍ଡ ପ୍ୟାରେଡ ସ୍ବତନ୍ତ୍ର ସମ୍ମାନରେ ଆମେରିକୀୟ ତଥା ମୂଳ ଭାରତୀ କୃଷ୍ଣ ଭାଭିଲାଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଭାଭିଲା ହଷ୍ଟୋନିଆନ ଏବଂ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଷ୍ଟଡିଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଟନ୍ତି।
  20. ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ୨୭୧ ସାଂସଦ-ବିଧାୟକଙ୍କୁ ସେମାନଙ୍କ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.