• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହାପରେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। ଡୋପ୍‌ ଟେଷ୍ଟ ପଜିଟିଭ ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସୀ।
  2. ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେଲା। ତ୍ରିପୁରାରେ ଫେବୃୟାରୀ ୧୬ରେ ଭୋଟ୍‌, ନାଗାଲାଣ୍ଡ ଓ ମେଘାଳୟରେ ଫେବୃୟାରୀ ୨୭ରେ ଭୋଟ୍‌, ମାର୍ଚ୍ଚ ୨ରେ ଭୋଟ୍ ଗଣତି।  ୩ଟି ଯାକ ରାଜ୍ୟରେ ୬୦ଟି ଲେଖାଏଁ ଆସନ ପାଇଁ ହେବ ମତଦାନ।
  3. ‘ପଠାନ୍‌’ ବିବାଦ ମଧ୍ୟରେ ମୋଦୀଙ୍କ ବଡ଼ ବୟାନ..ଦଳୀୟ ନେତାଙ୍କୁ କଲେ ତାଗିଦ୍‌.. ବିଜେପି ନେତାମାନଙ୍କୁ ପରାମର୍ଶ ଦେଇ ମୋଦୀ କହିଛନ୍ତି ଯେ, ଚଳଚ୍ଚିତ୍ର ଉପରେ ଅନାବଶ୍ୟକ ବିବୃତ୍ତି ଦିଅନ୍ତୁ ନାହିଁ.. ଜାନୁଆରୀ ୧୬ ଓ ୧୭ ତାରିଖରେ ଦିଲ୍ଲୀରେ ଆୟୋଜିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି।
  4. ଇଣ୍ଡିଗୋ ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲିବା ମାମଲାରେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିବୃତି ଜାରି କରିଛନ୍ତି । ସେ କହିଛନ୍ତି କି, ଏହି ଘଟଣା ପାଇଁ ପ୍ରଥମରୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ  କ୍ଷମା ମାଗିସାରିଛନ୍ତି । ଭୁଲବଶତଃ ସେ ବିମାନର ବୋର୍ଡିଂ ପ୍ରକ୍ରିୟା ଜାରିଥିବା ବେଳେ ଜରୁରୀକାଳୀନ ଦ୍ୱାର ଖୋଲିଦେଇଥିଲେ ।
  5. ୧୨ ଜଣ ମହିଳାଙ୍କ ପୁରୁଷ ବନ୍ଧୁ ସାଜି ସେମାନଙ୍କୁ ଦୁଷ୍କର୍ମ କରିଛନ୍ତି ୪୮ ବର୍ଷୀୟ ଏହି ପୁଲିସ ଅଧିକାରୀ। ମାମଲାଟି ବ୍ରିଟେନର। ଅଭିଯୁକ୍ତର ନାମ ଡେବିଡ କୋରିକ ଥିବା ଜଣା ପଡ଼ିଛି। ପ୍ରାୟ ୨୦ ବର୍ଷ ଧରି ସେ ଗୋଟିଏ ପରେ ଗୋଟିଏ ଅପରାଧ କରି ଆସୁଥିଲେ ବି ସେ ଧରାପଡି ନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିସାରିଥଲା ଡେବିଡ।
  6. ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି।
  7. ଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି।
  8. ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନା ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜନସଂଖ୍ୟାରେ ଏକ ବିରାଟ ହ୍ରାସ ପଞ୍ଜିକୃତ ହୋଇଛି।
  9. ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାର ଦାବି କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ଆବେଦନ ଉପରେ ରାୟ ବୁଧବାର ସଂରକ୍ଷିତ ରଖିଛନ୍ତି। ଶୁଣାଣି ଶେଷ ହେବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ମାମଲାକୁ ଏକ ବଡ଼ ବେଞ୍ଚକୁ ପଠାଇବାକୁ ଚେଷ୍ଟା କରିଥିଲେ।
  10. ପାରିବାରିକ ପେନସନ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ଯଦି ଜଣେ ସରକାରୀ କର୍ମଚାରୀ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଣସି ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି ତେବେ ସେହି ଶିଶୁ ପାରିବାରିକ ପେନସନ ପାଇବେ ନାହିଁ।
  11. ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
  12. ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା ।
  13. ଭାରତ ପକ୍ଷରୁ  ଅଧିନାୟକ ରୋହିତ ଶର୍ମା ୩୮ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୧୪ ବଲରେ ୫ ରନ କରି ଆଉଟୋ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶୁଭମନ ଗିଲଙ୍କ ସାଥ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ଗୋଟିଏ ଶୁଭମନ ଗିଲ ଦ୍ୱିଶତକୀୟ ଇଂନିସ ଖେଳିଥିଲେ।
  14. ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଜବରଦସ୍ତ ଆଦାୟ ମାମଲାରେ ବୁଧବାର ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ରଶେଖର ତାଙ୍କ ଭାବନା ସହ ଖେଲିଛନ୍ତି ।
  15. ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ଚେକ୍‌ ଦେବା ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଲଗାତର ଉଦ୍ୟମ ଜାରି ରଖିଛନ୍ତି।
  16. ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ସୋର୍ସରୁ ମିଳୁଥିବା ସୂଚନାକୁ ନେଇ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏଭଳି ସ୍ରୋତର ତଥ୍ୟ କ୍ରାଉଡ୍‌ ସୋର୍ସ ଆଧାରିତ, ଯାହାକୁ ୟୁଜର୍ସ ମଧ୍ୟ ଏଡିଟ୍‌ କରିପାରନ୍ତି।
  17. ବୁଧବାର ଅମୃତସରରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡ଼ି ଧାର୍ଯ୍ୟ ସମୟର ୫ ଘଣ୍ଟା ପୂର୍ବରୁ ପଳାଇଥିବା ଜଣାପଡ଼ିଛି। ସ୍କୁଟ୍ ଏୟାରଲାଇନ୍‌ର ଏହି ବିମାନ ବୁଧବାର ସନ୍ଧ୍ୟା ୭ଟା ୫୫ରେ ବିମାନବନ୍ଦର ଛାଡ଼ିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା।
  18. ଆସନ୍ତା ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବା ନେଇ ଚର୍ଚ୍ଚା ହେଉଛି। ୨୦୨୨-୨୩ରେ ରେଳ ପାଇଁ ୧.୩୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଓଡ଼ିଶା ପାଇଥିଲା ୯,୭୩୪ କୋଟି ଟଙ୍କା। ୨୦୨୩-୨୪ ଆର୍ଥିକ ବର୍ଷରେ ରେଳ ବଜେଟ୍‌ ୨.୫ ଲକ୍ଷ କୋଟି ଟଙ୍କା ହେବ
  19. ଆସନ୍ତା ମାସରେ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ନିଉଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡରନ୍‌ ଘୋଷଣା କରିଛନ୍ତି।‘ଲେବର୍‌ ପାର୍ଟି’ର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଗଲା। ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ। ଅକ୍ଟୋବର ୧୪ ତାରିଖରେ ସାଧାରଣ ନିର୍ବାଚନ କରାଯିବ।
  20. ବିମାନବନ୍ଦର ଘରୋଇକରଣ ଜାରି ରହିବ। ଆଗାମୀ ଦିନରେ ଆଉ ୧୨ଟି ବିମାନବନ୍ଦରର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେହି ତାଲିକାରେ ରାୟଜୁପର, ଜୟପୁର, ବିଜୟୱାଡା, କୋଲକାତା ଓ ଇନ୍ଦୋର ନାମ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.