• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଇୱାନର ଏଭରଗ୍ରିନ୍‌ ମେରାଇନ୍‌ କର୍ପୋରେସନ୍‌ ଚଳିତ ବର୍ଷ ନିଜର କର୍ମଚାରୀଙ୍କୁ ତାରକା ବୋନସ୍‌ ପ୍ରଦାନ କରି ଏକ ଷ୍ଟାଣ୍ଡଆଉଟ୍‌ ବର୍ଷ ପାଳନ କରୁଛି। ତାଇପେ ସ୍ଥିତ ଏହି ସିପିଂ କମ୍ପାନି ହାରାହାରି ୫୦ ମାସର ଦରମା କିମ୍ବା ଚାରି ବର୍ଷରୁ ଅଧିକ ଦରମା ସହିତ ସମାନ ରାଶି ନିଜର କର୍ମଚାରୀଙ୍କୁ ବୋନସ୍‌ ଆକାରରେ ପ୍ରଦାନ କରୁଛି।
  2. କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅସନ୍ତୋଷ ପ୍ରକଟ କରିବା ସହ କେତେକ ପରାମର୍ଶ ଜାରି କରାଯାଇଛି । ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକରେ ହିଂସା, ହତ୍ୟାକାଣ୍ଡ, ରକ୍ତଭିଜା ମୃତଦେହ, ଶିଶୁ ଓ ମହିଳାମାନଙ୍କ ବିରୋଧରେ ହିଂସା ଆଦି ଦୃଶ୍ୟ ଦେଖାଇବା ବେଳେ  ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
  3. ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।
  4. ଭାରତୀୟ ଜାତୀୟ କାର ରେସିଂ ଚାମ୍ପିଅନସିପରେ ଭେଟେରାନ କାର ରେସର କେଇ କୁମାରଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାମିଲନାଡୁର ଇରଙ୍ଗାଟୁକୋଟାଇସ୍ଥିତ ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ କାର ରେସିଂରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।
  5. ପୂର୍ବତନ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ପୁଲିସ ବାରିକେଡ୍‌ ଭାଙ୍ଗି ଦେଶର କଂଗ୍ରେସ, ରାଷ୍ଟ୍ରପତିଙ୍କ ପ୍ରାସାଦ ଓ ସୁପ୍ରିମ୍‌ କୋର୍ଟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଛନ୍ତି।
  6. ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ ଆସନ୍ତା ସପ୍ତାହରୁ କାମ ଦେବନି। ବିଶେଷକରି ୱିଣ୍ଡୋଜ୍‌ ୭, ୱିଣ୍ଡୋଜ୍‌ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍‌ କ୍ରୋମ ୧୧୦ ଆରମ୍ଭ କରିବ।
  7. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି
  8. ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲଙ୍କ ମଧ୍ୟରେ ଏମ୍‌ସିଡି ନିର୍ବାଚନରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ବିବାଦ ଶେଷ ହୋଇନାହିଁ। ଏହି ସମୟରେ ଭି.କେ ସାକ୍ସେନା ସୋମବାର କେଜିର୍‌ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ କେଜିର୍‌ଓ୍ବାଲ ସାକ୍ସେନାଙ୍କୁ ଏକ ଚିଠି ଲେଖି କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ।
  9. ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ ଯୋଡୋ ଯାତ୍ରା ସାମିଲ ହୋଇଛନ୍ତି।
  10. ଲାପ୍ରୋସ୍କୋପିକ୍‌ ସର୍ଜରିର ଜନକ ଭାବେ ଜଣାଯାଉଥିବା ଡା. ଟେହେମଟୋନ ଇ. ଉଦଗାଡିୟାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଟେହେମ୍‌ଟନ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
  11. ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି।
  12. ନୟାଗଡ଼ କଣ୍ଟିଲୋ ନାରାୟଣୀ ପୀଠ ନିକଟରେ ବ୍ରାଉନସୁଗର ଡିଲ ବେଳେ ମାଡିବସିଲା STF। ୧କେଜି ୧୯୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମଟର ସାଇକେଲ ଜବତ କରିଛି STF। ଘଟଣାରେ କ୍ରାଇମବ୍ରାଞ୍ଚ ‌ଏସଟିଏଫ ଜଣଙ୍କୁ ଗିରଫ କରିଥିବାବେଳେ ଜୋରଦାର ତଦନ୍ତ କରୁଛି । ଶିବା ଓରଫ ହର ପ୍ରସାଦ ପୃଷ୍ଟିକୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶିବା ଓରଫ ହର ପ୍ରସାଦ ପୃଷ୍ଟି ବୋଲି ଜଣାପଡିଛି ।
  13. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି ।
  14. ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରିକୁ ଖସିଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର। ୩.୭ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର ।
  15. ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌‌କୁ ସାମିଲ କରିବା ସହ ମିଲେଟ୍‌‌ର ପ୍ରଚାରପ୍ରସାର କରାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଆରମ୍ଭ ହେବ ‘ମିଲେଟ୍‌‌ ଶକ୍ତି ଆଉଟ୍‌‌ଲେଟ୍‌‌’। ହକି ବିଶ୍ୱକପ୍‌‌ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ ମିଶନ ସହଯୋଗ କରୁଛି ।
  16. ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଏହାକୁ ରାଜନୈତିକ ରୂପ ଦିଆଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
  17. ତାମିଲନାଡୁ ବିଧାନସଭାରେ ସୋମବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହରେ ଉଦ୍‌ବୋଧନ ଦେବା ବେଳେ ଶାସକ ଦଳଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ଏହାପରେ ରାଜ୍ୟପାଳ ଗୃହ ଛାଡ଼ି ଚାଲି ଯାଇଥିଲେ।
  18. ଜାନୁଆରୀ ୬ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ସଚିବଙ୍କ ସ୍ବାକ୍ଷରିତ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞପ୍ତି ନଂ ୦୨/୨୦୨୩ ରେ ସଂସ୍କୃତ, ବଙ୍ଗଳା, ଉର୍ଦ୍ଦୁ, ମୁଣ୍ଡାରୀ, ସାନ୍ତାଳୀ, ହୋ, ଖାଡ଼ିଆ, କୁଡୁଖ, ନାଗପୁରୀ, କୁଡୁମାଲି, ଖୋରଠା ଓ ପଞ୍ଚପରଗଣିଆ ଆଦି ଭାଷା ଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସ୍ବତନ୍ତ୍ର ଲିପି ଥିବା ବା ନଥିବା ଏପରିକି ସମ୍ବିଧାନ ସ୍ବୀକୃତି ମିଳିନଥିବା ଭାଷାରେ ଶିକ୍ଷା ପ୍ରଶିକ୍ଷଣ ପାଇଁ ପ୍ରାର୍ଥୀ ମନୋନୟନ ପରୀକ୍ଷା ତାରିଖ ୩ ଫେବୃଆରୀ ଧାର୍ଯ୍ୟ କରାଯାଇ ଏଥିରୁ ଦ୍ବିତୀୟ ରାଜଭାଷା ଓଡ଼ିଆକୁ ବାଦ୍‌ ଦିଆଯାଇଛି।
  19. ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ୬ ଜିଲାର ୧୫ଟି ବ୍ଲକକୁ ଟ୍ରକ୍‌ ଯୋଗେ ପାଠ୍ୟପୁସ୍ତକ ପଠାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଶୁଭାରମ୍ଭ କରିଛନ୍ତି।
  20. ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ତିନୋଟି ଇଲେକ୍ଟ୍ରୋନିକ୍ ଡିଭାଇସ୍ – ଡିଜିଟାଲ୍ ଟେଲିଭିଜନ ରିସିଭର, ୟୁଏସବି ଟାଇପ୍-ସି ଚାର୍ଜର ଏବଂ ଭିଡିଓ ସର୍ଭିଲାନ୍ସ ସିଷ୍ଟମ୍ (ଭିଏସଏସ୍) ପାଇଁ କ୍ୱାଲିଟି ଷ୍ଟାଣ୍ଡାର୍ଡ ଜାରି କରିଛି । ଉପଭୋକ୍ତା ମାମଲାରେ ମନ୍ତ୍ରଣାଳୟ କହିଛି ଯେ, ସାଟେଲାଇଟ୍ ଟ୍ୟୁନର୍ ସହିତ ଡିଜିଟାଲ୍ ଟେଲିଭିଜନ୍ ରିସିଭର୍ ପାଇଁ ଏହା ହେଉଛି ପ୍ରଥମ ଭାରତୀୟ ମାନକ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.