• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶେଷରେ ବିଜୁ ବାବୁଙ୍କ ବିମାନ ଡାକୋଟା ଓଡ଼ିଶା ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁବାବୁ ଉଡାଇଥିବା ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି । ବିମାନକୁ ଭୁବନେଶ୍ୱର ବିମାନବନ୍ଦର ଆଗରେ ରଖାଯିବ ।
  2. କଟକର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ରାତି ୯ଟା ଯାଏ ଚାଲିବ । ମନୋରଞ୍ଜନ ଓ କଳାର ମିଶ୍ର ପ୍ରଦର୍ଶନରେ ବିଶ୍ୱ ଦରବାରରେ ପ୍ରତିଫଳିତ ହେବ ଓଡ଼ିଶାର ପ୍ରତିଛବି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲିଉଡ଼୍‌ ଅଭିନେତା ରଣବୀର ସିଂହ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍‌ ଆଜି ବାରବାଟୀରେ ଆସନ୍ତାକାଲି କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଭ୍ୟାସ କରିଛନ୍ତି ।
  3. ବାବା ଧବଳେଶ୍ବରଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପ ଜିଲ୍ଲାପାଳ । ମହାନଦୀ ମଧ୍ୟରେ ଅସ୍ଥାୟି ରାସ୍ତା ଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ଦର୍ଶନ କରିପାରିବେ ଭକ୍ତ।  ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ଵରଙ୍କ ପୀଠକୁ ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା।
  4. ହକି ବିଶ୍ୱକପ୍‌ ଉଦଘାଟନୀ ସମାରୋହ ପାଇଁ ବୁଧବାର ସାରା ରାଜ୍ୟରେ ଅପରାହ୍ଣ ୧ଟାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହକି ବିଶ୍ୱକପ୍‌ର ଉଦଘାଟନୀ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସାମିଲ୍‌ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ଗ୍ରହଣ କରିଛି ।
  5. ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଧରପଗଡ଼ ଅଭିଯାନ ଆରମ୍ଭ ହେବ । ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ । ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ପାଇଁ ଏଚ୍‌ଏସ୍‌ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଏସବୁ ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।
  6. ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବୃଆରୀ ମାସରୁ ଦରମା ବନ୍ଦ ନିମନ୍ତେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ।
  7. ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି।
  8. ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା।
  9. ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି।
  10. ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍‌ କରିଛନ୍ତି।
  11. କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ। ବରଖାସ୍ତ ହେବା ପୂର୍ବରୁ କର୍ମଚାରୀଙ୍କୁ ନୋଟିସ ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି।
  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। 
  13. ଓଡିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ଵିତ ପରୀକ୍ଷଣ ଘାଟୀର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ -୨ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ରାତି ସମୟରେ କରାଯାଇଛି। ଏକ ସୁ-ପ୍ରତିଷ୍ଠିତ ପ୍ରଣାଳୀ ଭାବେ ପୃଥ୍ୱୀ -୨ କ୍ଷେପଣାସ୍ତ୍ର ଭାରତର ଆଣବିକ ନିରାକରଣର ଏକ ପ୍ରମୁଖ ଅଂଶ ଅଟେ।
  14. ଉତ୍ତରାଖଣ୍ଡର ମହିଳା ସଂରକ୍ଷଣ ବିଧେୟକକୁ ମଙ୍ଗଳବାର ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ରାଜ୍ୟପାଳଙ୍କ ଅନୁମୋଦନ ସହ ମହିଳା ପ୍ରାର୍ଥୀମାନେ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣର ଆଇନଗତ ଅଧିକାର ପାଇଛନ୍ତି। ରାଜ୍ୟ ସରକାର ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଧେୟକକୁ ପାରିତ କରି ରାଜଭବନ ପଠାଇଥିଲେ। 
  15. ୨୦୨୩ର ପ୍ରଥମ ଦିନିକିଆରେ କମାଲ ଦେଖାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଆଜି ବିରାଟ କୋହଲିଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା। ବିରାଟଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିଆରେ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.