• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓବିସିରେ ସାମିଲ ପାଇଁ ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲି ଚିନାରା ସୂଚନା ଦେଇଛନ୍ତି।
  2. ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ତାଙ୍କ ଉପରେ ୧୫୦୦ ଟଙ୍କା ଜୋରିମନା ମଧ୍ୟ ଦେଇଛନ୍ତି। ଏମ୍‌ପି-ବିଧାୟକ କୋର୍ଟ ଏକ ୨୧ ବର୍ଷ ପୁରୁଣା ମାମଲାରେ ଏହି ରାୟ ପ୍ରଦାନ କରିଛନ୍ତି। 
  3.  ଆମ ଆଦମୀ ପାର୍ଟି(ଏଏପି)କୁ କଥିତ ଭାବେ ସରକାରୀ ବିଜ୍ଞାପନକୁ ନେଇ ଏହାର ରାଜନୈତିକ ବିଜ୍ଞାପନକୁ ପ୍ରକାଶିତ କରିବାକୁ ନେଇ ୧୬୩.୬୨ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି ।
  4.  ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ ଏହି ଚଢ଼ାଉ ଜାରି ରହିଛି।
  5. ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ। ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ।
  6. ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆ ମ୍ୟାଚ୍‌ ଜିତି ସିରିଜ କବଜା କଲା ଭାରତ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଖେଲାଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଥିଲା।
  7. କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।
  8. କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି। 
  9.  ଆସନ୍ତା ୧୩ ରୁ ୨୯ ପର୍ଯ୍ୟନ୍ତ ଶିଶିର ସରସ ମେଳା ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେବ। ମେଳାରେ ମୋଟ ୩୫୦ ଟି ଷ୍ଟଲରେ ହେବ ବ୍ୟବସାୟ । ୨ ଟି ରାଜ୍ୟର ହସ୍ତଶିଳ୍ପ , ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ। ହକି ବିଶ୍ବକପ ପାଇଁ ରାଉରକେଲାରେ ମଧ୍ଯ ୧୫ ରୁ ୨୭ ଯାଏଁ ପଲ୍ଲଶ୍ରୀ ମେଳା ଆୟୋଜିତ ହେବ। 
  10. ହକି ବିଶ୍ୱକପ ପ୍ରଥମ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୁଲିସ କମିଶନର । ୮୧ ପ୍ଲାଟୁନ ପୁଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ।
  11.  ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ। ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି। ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ।
  12. ଡିଜିଟାଲ ବ୍ୟାଙ୍କିଙ୍ଗର ପ୍ରୋତ୍ସାହନ ଲାଗି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୀମ ୟୁପିଆଇରେ ଟ୍ରାଞ୍ଜାକ୍ସନରେ ଇନସେଣ୍ଟିଭକୁ ମଞ୍ଜୁର କରାଯାଇଛି। ଲୋ ଭାଲ୍ୟୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲାଗି ସରକାର ୨,୬୦୦ କୋଟି ଟଙ୍କାର ଇନସେଣ୍ଟିଭକୁ ମଞ୍ଜୁର କରିଛନ୍ତି।
  13. ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ଏପରି କିଛି ଯାହା ପାଇଁ ମସ୍କ ନିଜେ ମଧ୍ୟ ଲଜ୍ଜିତ ହେବେ। ବ୍ୟକ୍ତିଗତ ସମ୍ପତ୍ତି ହରାଇବାରେ ମସ୍କ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ମାତ୍ର ବର୍ଷକରେ ଅର୍ଥାତ ନଭେମ୍ବର ୨୦୨୧ ପରଠାରୁ ଦୁନିଆର ଏହି ଜଣାଶୁଣା ବ୍ୟବସାୟୀ ବ୍ୟକ୍ତିଗତ ଭାବେ ୨୦୦ ବିଲିୟନ ଡଲାରର ସମ୍ପତ୍ତି ହରାଇଛନ୍ତି।
  14. ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।
  15. ଦେଶର ୬୫୧ଟି ଜିଲ୍ଲାରେ ନୂତନ ଜନଔଷଧି କେନ୍ଦ୍ର ଖୋଲିବ। ଏଥିପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଜେନେରିକ୍ ଔଷଧ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ କରାଯାଇଥିଲା। 
  16. ବିଶ୍ବର ଶ୍ରେଷ୍ଠ ୧୦ ଅରବପତି ତାଲିକାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ଧରି ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଅରବପତି ଗୌତମ ଆଦାନୀ ଏବେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆମାଜନର ଜେଫ୍ ବେଜୋସ୍ ତାଙ୍କୁ ପଛରେ ପକାଇ ବର୍ତ୍ତମାନ ଦୁନିଆର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି
  17. ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଜୁବାବୁଙ୍କ ଡାକୋଟା ବିମାନ.. ୧୪ ତାରିଖରେ କଲକାତାରୁ ବାହାରି ସଡ଼କ ପଥରେ ଆସିବ
  18. ହକି ପ୍ରେମୀଙ୍କ ପାଇଁ ଖୁସି ଖବର .. ୱାର୍ଲ୍ଡକପ୍ ହକି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କଲା ପୂର୍ବତଟ ରେଳପଥ .. ଯାତ୍ରୀଙ୍କ ପାଇଁ ଗଡ଼ିବ ଦୁଇଟି ହକି ସ୍ୱତନ୍ତ୍ର ନୂଆ ଟ୍ରେନ .. ବିଶ୍ୱକପ ହକି ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ କରିବ ଚଳାଚଳ..
  19. ଗତବର୍ଷ ଟେଲିଭିଜନ୍‌ ବିତର୍କରେ ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରତିବାଦ ଓ ହିଂସା ଉଦ୍ରେକ କରାଇଥିବା ନିଲମ୍ବିତ ‘ବିଜେପି’ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ବନ୍ଧୁକ ରଖିବା ଲାଗି ଲାଇସେନ୍‌ସ୍‌ ମିଳିଛି
  20. ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଉଭୟେ ମୁହାଁମୁହିଁ ହୋଇଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.