• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
  2. ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। 
  3. ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରନତ୍ କହିଛନ୍ତି।
  4. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି।
  5. ଆମେରିକା ସଂସଦରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଶଂସା କରାଯାଇଛି। ରିପବ୍ଲିକାନ କଂଗ୍ରେସ କର୍ମୀ ରିଚ୍‌ ମ୍ୟାକ୍‌କର୍ମିକ୍‌ ଗୃହରେ ଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ କହିଛନ୍ତି, ଆମେରିକାର ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୬ ପ୍ରତିଶତ ଟିକସ ଦିଅନ୍ତି। 
  6. ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ବିକ୍ରୟରେ ନୂତନ ରେକର୍ଡ ସ୍ଥାପନ କରିବାରେ ଲାଗିଛି। ତାଙ୍କ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ କ୍ରମାଗତ ଭାବରେ ବଢୁଛି।
  7. ବହୁକୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଶାର ପିନାକ ପାଣି ମହାନ୍ତି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।
  8. ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍‌ଜି ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀର କାର୍ଯ୍ୟରେ ଏଲ୍‌ଜିଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଛି। ଯେଉଁଥିପାଇଁ ଦିଲ୍ଲୀର କୌଣସି କାର୍ଯ୍ୟ ହୋଇପାରୁନାହିଁ।
  9. ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି
  10. ହକି ବିଶ୍ୱକପ୍‌କୁ ଆଉଟିକେ ରଙ୍ଗାରଙ୍ଗ କରିବା ପାଇଁ ଆସନ୍ତା ୧୫ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି ଭୁବନେଶ୍ୱର ସିଟି ଫେଷ୍ଟିଭାଲ ‘ଡଟ୍‌ ଫେଷ୍ଟ’ର ୨ୟ ସଂସ୍କରଣ।
  11. ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୮୪ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧି ପାଇଛି।
  12. ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ ଏହି ଆନନ୍ଦବନର ପରିକଳ୍ପନା କରାଯାଇଥିବାବେଳେ ଉକ୍ତ ଅଞ୍ଚଳରେ ଗଢ଼ିଉଠିଥିତ୍ବା ବେଆଇନ୍‌ ନିର୍ମାଣ ଏଥିରେ ବାଧକ ସାଜିଛି। 
  13. ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ ସେଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍‌ଫର୍ମିଂ ଆର୍ଟ’ ବା ପ୍ରଦର୍ଶନ କଳା ପାଠ୍ୟକ୍ରମ ପ୍ରଚଳନ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍‌ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। 
  14. ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି।
  15. ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.