• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅକ୍ସଫାମର ରିପୋର୍ଟ ଅନୁଯାୟୀ, ଭାରତର ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ ରହିଛି। ସେମାନଙ୍କ ପାଖରେ ଦେଶର ୭୦ କୋଟି ଲୋକଙ୍କ ତୁଳନାରେ ଅଧିକ ସମ୍ପତ୍ତି ଅଛି।
  2. କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି।
  3. ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧,୬୫୨ ପ୍ରତିଶତ ବଢ଼ିଥିବା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମ୍‌ଜିଆର୍‌) ୨୦୨୨ରେ କୁହାଯାଇଛି।
  4. ଭାରତୀୟ ଦଳ ଅନ୍ତର୍ଜାତୀୟ ଦିନିକିଆରେ ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛି। ଭାରତ ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆରେ ବିଶାଳ ବିଜୟ ହାସଲ କରିଛି। ଭାରତ ତୃତୀୟ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ଏହି ଐତିହାସିକ ବିଜୟ ସହ ଭାରତ ଦିନିକିଆ ଶୃଙ୍ଖଳାକୁ ୩-୦ରେ କ୍ଲିନ୍ ସୁଇପ୍ କରି ନେଇଛି।
  5. ପୁଣି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର । ଜାନୁଆରୀ ୧୬ରୁ ୨୪ ମଧ୍ୟରେ ପ୍ରଦର୍ଶିତ ହେବ ହିତାଧିକାରୀଙ୍କ ତାଲିକା।
  6. ଆମେରିକାର ଆର୍‌ ବୋନୀ ଗେବ୍ରିଏଲ୍  ମିସ୍‌ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଲେ ।
  7. ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
  8. ‘ଦମନ’ ପରେ ଚର୍ଚ୍ଚାରେ ‘ଚନ୍ଦ୍ରମା’, ସିନେ କ୍ରିଟିକ୍‌ ଟ୍ଵିଟ୍‌ କରି କଲେ ପ୍ରଶଂସା ।
  9. ଅନୁଗୋଳ ଏନଏଚ-୫୩ ସମ୍ପ୍ରସାରଣ ଲାଗି ୧୭୪ କୋଟି ଟଙ୍କା ମଞ୍ଜୁର ହୋଇଛି।
  10. ଆଉ ୧୨ଟି ଚିତା ଭାରତ ଆସିବେ, ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ନ୍ୟାସନାଲ ପାର୍କ ।
  11. ହାଇଦ୍ରାବାଦର ଶେଷ ନିଜାମ ମୀର୍ ବରକତ ଅଲ୍ଲୀଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି।
  12. ନେପାଳର ରାଜଧାନୀ କାଠମାଣ୍ଡରୁ ପୋଖରା ଯାତ୍ରା କରୁଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୭୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ୬୮ ଯାତ୍ରୀ ଏବଂ ଚାଳକ ଦଳର ଚାରି ସଦସ୍ୟ ଥିଲେ।
  13.  ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ।
  14. ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ ନ କରିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବୀମା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
  15. ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍‌ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା।
  16. ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏମ୍‌ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.