• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ରାଜ୍ୟ ସରକାର। ସରକାର ତାଙ୍କର ୪୯ ଅଂଶଧନ ବିକ୍ରି କରିବାକୁ ଆଗ୍ରହୀ ବିଡରଙ୍କୁ ଆମନ୍ତ୍ରଣ କରିଛନ୍ତି।
  2.  ଜମାକାରୀଙ୍କ କଷ୍ଟ ଉପାର୍ଜିତ ଟଙ୍କା କେମିତି ଫେରସ୍ତ ହୋଇପାରିବ ସେନେଇ କେନ୍ଦ୍ର ସରକାର, କୋର୍ଟମିତ୍ର ଏବଂ ଚିଟଫଣ୍ଡ ଠକେଇ ମାମଲାର ରିଟ୍‌ ଆବେଦନକାରୀଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
  3.  ଚଳିତମାସ ୨୦ରୁ ୩୧ ପର୍ଯ୍ୟନ୍ତ ବାଂଲାଦେଶରେ ସାଫ୍‌ ୧୭ ବର୍ଷରୁ କମ୍ ବାଳିକା ଫୁଟ୍‌ବଲ ଚମ୍ପିଆନ୍‌ସିପ ଆୟୋଜନ ହେବ। ଏହି ଚମ୍ପିଆନ୍‌ସିପ୍‌ରେ ଭାଗ ନେଉଥିବା ଭାରତୀୟ ୧୭ ବର୍ଷରୁ କମ୍ ବାଳିକା ଫୁଟ୍‌ବଲ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। 
  4. ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନ ନେଇ ସୋମବାର ପୁଣି ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୪ରେ ମେୟର ନିର୍ବାଚନ ହେବା ନେଇ ସୂଚନା ଦିଆଯାଇଛି।
  5. ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି।
  6. ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବ ବୋଲି ସୋମବାର ପ୍ରତିଶ୍ରୁତି ଦେଇଛି।
  7. ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତ କରିବା (କଲେଜିୟମ୍) ଭଳି ସୁପ୍ରିମ୍‌କୋର୍ଟ ଦ୍ବାରା ସୃଷ୍ଟ ୨୫ ବର୍ଷର ପୁରୁଣା ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ନିମନ୍ତେ ସେଥିରେ ସରକାରୀ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପାଖକୁ ଚିଠି ଲେଖିଛନ୍ତି।
  8. ଯୋଶୀମଠରେ ମାଟି ଧସିବା ଘଟଣାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବଶ୍ୟକ ହେଲେ ଆବେଦନକାରୀ ଏଥିପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଯାଇପାରିବେ ବୋଲି କହିଛନ୍ତି।
  9. ନେପାଳର ୟେଟି ଏୟାରଲାଇନ୍ସର ପାଇଲଟ ଅଞ୍ଜୁ ଖଟିୱାଡ଼ାଙ୍କର ଗତକାଲି ମୃତ୍ୟୁ ହୋଇଛି। ୨୦୧୦ ମସିହାରେ ନେପା‌ଳରେ ସେହି ୟେଟି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରେ ତାଙ୍କ ସ୍ବାମୀ ଦୀପକ ପୋଖରେଲଙ୍କର ମୃତ୍ୟୁ ହୋଇଥିଲା।
  10. ବିହାରରେ ଅଟକିଛି ଗଙ୍ଗା ବିଳାସ କ୍ରୁଜ୍‌। ଛାପ୍ରାରେ କମ୍‌ ଜଳ ଥିବାରୁ ୫୧ ଦିନିଆ ଯାତ୍ରାରେ ବାହାରିଥିବା ଗଙ୍ଗା ବିଳାସ କ୍ରୁଜ୍‌ ଅଟକିଛି।
  11. ଗତ କିଛି ମାସ ଭିତରେ ଦେଶର ଦରଦାମ୍ ସ୍ଥିତିରେ ବଡ଼ ଧରଣର ସୁଧାର ହୋଇଛି। ୨୦୨୨ ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାର ୪.୯୫%କୁ ହ୍ରାସ ପାଇଛି। ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହୋଇଥିବା ହ୍ରାସ ଯୋଗୁ ପାଇକାରୀ ମୁଦ୍ରାସ୍ଫୀତିରେ ଏହି ସୁଧାର ହୋଇଛି।
  12. ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ: ୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ହେବେ ଉପକୃତ ।
  13.  ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମାକ୍କି ହେଉଛି  ଲସ୍କର – ଇ – ତୋଇବାମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ।
  14. ପୁରୁଷ ହକି ବିଶ୍ଵ କପ୍ ୨୦୨୩: ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ୩-୩ରେ ଡ୍ର ।
  15. ବିଶ୍ୱମଞ୍ଚରେ ଚମକିଲା ‘ଆରଆରଆର’: ମିଳିଲା ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ।
  16. ହକି ବିଶ୍ୱକପ: ମାଲେସିୟା ୩-୨ରେ ବିଜୟୀ, ପ୍ରଥମ ମ୍ୟାଚରେ ହାରିଲା ଚିଲି ।
  17. ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସ ବିଜୟ ଅଭିଯାନ ଜାରି, ନ୍ୟୁଜିଲ୍ୟାଣ୍ଡକୁ ୪-୦ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ।
  18. ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ ।
  19. ପାକିସ୍ତାନର ମୁଖା ଖୋଲିଲେ ପାକ ହକି ଟିମର କୋଚ୍: କହିଲେ, ୯ ମାସ ହେବ ଦରମା ଦେଉନି ପାକିସ୍ତାନ ।
  20. ୯୫୧ କୋଟିରେ ମହିଳା ଆଇପିଏଲ ମିଡିଆ ରାଇଟ୍‌ ପାଇଲା ଭାୟକମ୍‌ ୧୮ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.