- ପ୍ରଧାନମନ୍ତ୍ରୀ ମଧ୍ୟ ଛାତ୍ରମାନଙ୍କୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୁଦ୍ଧି ପ୍ରୟୋଗ କରିବାକୁ ଏବଂ ନିଜକୁ ସଠିକ୍ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ରମାନେ ସେମାନଙ୍କର ସାମର୍ଥ୍ୟ ଜାଣିବା ଆବଶ୍ୟକ ଏବଂ ତା’ପରେ ସେମାନଙ୍କ ଶକ୍ତି ପ୍ରଦର୍ଶନ।
- ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସୂଚନାଦାତାଙ୍କୁ ଅନେକ ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ୁଛି ।
- ସନ୍ତା ଫେବୃଆରୀ ମାସ ୧ ତାରିଖରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିବ । ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ନିଜର ଭେହିକିଲ ଲାଇନଅପକୁ ଅପଡେଟ୍ କରିବାରେ ଲାଗିଛି ।ତେବେ ଯାନର ମୂଲ୍ୟ ପାଖାପାଖି ୧.୨ ପ୍ରତିଶତ ବୃଦ୍ଧି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମାତ୍ର ଏହା ଅଲଗା ଅଲଗା ମଡେଲ ଓ ଭାରିଆଣ୍ଟସ ପାଇଁ ଭିନ୍ନ ରହିବ ବୋଲି କୁହାଯାଇଛି ।
- କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାପଟେନ କିଛି ସମୟ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ସେ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) କୁ ବିଜେପି ସହିତ ମିଶ୍ରଣ କରିଥିଲେ ।
- ରାଜସ୍ଥାନ ପରେ ବର୍ତ୍ତମାନ ଗୋଆରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିପିଏଲ କାର୍ଡଧାରୀମାନଙ୍କୁ ୫୦୦ ଟଙ୍କା ରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବା ବିଷୟରେ କହିଥିଲେ। ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନାର ହିତାଧିକାରୀଙ୍କୁ ୫୦୦ ଟଙ୍କା ମୂଲ୍ୟର ଏକ ଗ୍ୟାସ ସିଲିଣ୍ଡର ଦିଆଯିବ ବୋଲି କୁହାଯାଇଥିଲା।
- ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ଭାବେ ଦୀପ୍ତିରେଖା ପରିଚିତ । ବର୍ତ୍ତମାନ ସେ ଜାତୀୟ ସ୍ତରରେ ଭୋଟରଙ୍କ ପାଇଁ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଦୀପ୍ତିଙ୍କ ସ୍ୱର ଏବେ କେବଳ ଓଡ଼ିଶା ନୁହେଁ ସାରା ଦେଶ ଶୁଣିବା ଆରମ୍ଭ କରିଛି ।
- ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ରର ବିଭିନ୍ନ କାରଗାରରୁ କଏଦୀମାନଙ୍କୁ ମୁକ୍ତ କରାଯାଇଛି। ୧୮୯ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ପାଇଁ ରାଜ୍ୟ ସରକାର ଆଦେଶ ଜାରି କରିଥିଲେ।
- ଗତ ଜାନୁଆରୀ ୯ ତାରିଖରେ ଘରୋଇ ବିମାନ ଗୋ ଫାଷ୍ଟ ବେଙ୍ଗାଲୁରୁରୁ ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବାବେଳେ ୫୦ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଛାଡ଼ି ଚାଲିଯାଇଥିଲା। ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ପଳାଇ ଯିବା ମହଙ୍ଗା ପଡ଼ିଛି। ଏହି ଗୁରୁତର ଅବହଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ବିମାନକୁ ୧୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି।
- ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ମଧ୍ୟ ଜବତ କରିଛି।
- ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି।
- ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ) ଅନୁଯାୟୀ, ଚାଇନାର ବାର୍ଷିକ ଜିଡିପି ଅଭିବୃଦ୍ଧି (ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି) ୩ ପ୍ରତିଶତକୁ ଖସି ଆସିଛି।
- ଇରାନ ୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ନିଜ ଦେଶରୁ ବାହାର କରିଦେଇଥିବା ଜଣାପଡିଛି ।
- ଭାରତ-ଚାଇନା ସୀମା ସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଉପ ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି ଆମେ ସୀମା ସଂଘର୍ଷର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ।
- ଗତ ଦୁଇ ବର୍ଷ ହେଲା ବଏକଟ ଟ୍ରେଣ୍ଡର ଶିକାର ହୋଇ ଅନେକ ବଲିଉଡ ଫିଲ୍ମ ଫ୍ଲପ ହୋଇଥିବା ବେଳେ ପଠାନ ଏସବୁରୁ ବାହାରକୁ ବାହାରିପାରିଥିବା ଦେଖାଯାଉଛି। ୨ଦିନରେ ବିଶ୍ବବ୍ୟାପୀ ୨୩୫କୋଟି ଆୟ କରି ‘ପଠାନ’ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଏହା ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି।
- ବିଶ୍ବକପ ହକି ଫାଇନାଲରେ ପହଞ୍ଚିଲା ବେଲଜିୟମ। ସେମି ଫାଇନାଲରେ ନେଦରଲ୍ୟାଣ୍ଡକୁ ହରାଇଲା ବେଲଜିୟମ। ପେନାଲ୍ଟି ସୁଟଆଉଟରେ ଜିତିଲା ବେଲଜିୟମ। ବେଲଜିୟମ ନେଦରଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ୨୯ରେ ଜର୍ମାନୀକୁ ଭେଟିବ ବେଲଜିୟମ।
- ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ସୋମାଲିଆର ଜଣେ ବରିଷ୍ଠ ଆଇଏସଆଇଏସ ନେତା ତଥା ଆତଙ୍କବାଦୀ ଗୋଷ୍ଠୀର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି।
- ହ୍ୱାଟ୍ସଆପ୍ର ଡ୍ରଇଂ ଟୁଲ୍ରେ ଏବେ ପରିବର୍ତ୍ତନ କରାଯାଉଛି । ଏଥିରେ ରିଡିଜାଇନ୍ଡ୍ ଟେକ୍ସଟ୍ ଅପସନ୍ ରହିବ । ଟେକ୍ସ୍ଟ୍ ଏଡିଟର ସାହାଯ୍ୟରେ ଏହାକୁ ଏଡିଟ୍ କରିହେବ ।
- ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରିଟି ଆର୍ଟିଷ୍ଟ କ୍ୟାଟେଗୋରୀରେ ଦୁବାଇ(ୟୁଏଇ) ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ କରାଯାଇଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ୩୩ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ।
- ଇଣ୍ଡିଆଟୁଡେ ଏବଂ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଏହି ସର୍ବେକ୍ଷଣରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ , ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution