• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ବର୍ତ୍ତମାନ ଏହା ଅମୃତ ଉଦ୍ୟାନଭାବେ ନାମିତ ହୋଇଛି। ଅମୃତ ମହୋତ୍ସବ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇଛି।
  2. ଇସ୍ରାଏଲର ରାଜଧାନୀ ଜେରୁଜେଲମର ବାହାରେ ଥିବା ନେଭେ ୟାକୋଭ ଷ୍ଟ୍ରିଟରେ ଏକ ପୂଜା ସ୍ଥଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଛି । ଇସ୍ରାଏଲ ଉଦ୍ଧାର କାରୀ ସେବା ପକ୍ଷରୁ ଜେରୁଜେଲମ ପୂଜା ସ୍ଥଳରେ ଗୁଳି ଫୁଟିଥିବା କୁହାଯାଇଛି । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । 
  3. ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି।
  4. ତ୍ରିପୁରାର ୬୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ୧୧ ଜଣ ମହିଳାଙ୍କ ନାଁ ସାମିଲ ଅଛି।
  5. ନେପାଳରୁ ଅଯୋଧ୍ୟାକୁ ଦୁଇଟି ବିରାଟ ଶାଳଗ୍ରାମ ଶିଳା ଅଣାଯାଉଛି। ଏଥିରେ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏହି ପଥରଗୁଡିକ ପ୍ରାୟ ୬ କୋଟି ବର୍ଷ ପୁରୁଣା ବୋଲି କୁହାଯାଇଛି।
  6. ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ୭୪ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି।
  7. ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପାନ୍ଥିକା ଅଞ୍ଚଳରୁ ନିରାକାରପୁର ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ବାଇକ୍‌ ଏବଂ ସ୍କୁଟି ଜବତ କରିଛି।
  8. ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି।
  9. ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଏଣିକି ଛୁଟିଦିନରେ ମଧ୍ୟ ଅସ୍ତ୍ରୋପଚାର ଗୃହ (ଓଟି) ଖୋଲା ରହିବ।
  10. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଜେଫ ଜେଣ୍ଟସଙ୍କୁ ହ୍ୱାଇଟ ହାଉସର ନୂଆ ‘ଚିଫ ଅଫ୍ ଷ୍ଟାଫ୍‌’ ନିଯୁକ୍ତ କରିଛନ୍ତି । ସେ ଦୀର୍ଘଦିନ ଧରି ବାଇଡେନଙ୍କ ସହଯୋଗୀଙ୍କ ସହ କାମ କରିଥିଲେ ।
  11. ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍‌ ଇନ୍‌କ୍ଲୁଜନ (ଡିଇଆଇ) ଲାଇଟ୍‌ହାଉସ୍‌ ୨୦୨୩ ମାନ୍ୟତା ପ୍ରଦାନ କରାଯାଇଛି।
  12. କର୍ଣ୍ଣାଟକର ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
  13. ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିଣ୍ଟନ୍‌ ଫାଲି ନରିମାନ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍‌ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ତାଙ୍କର ଆକ୍ରମଣ ପାଇଁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ କଲେଜିୟମ୍‌ ଦ୍ୱାରା ସୁପାରିଶ କରାଯାଇଥିବା ବିଚାରପତିଙ୍କ ନାମ ଉପରେ ସରକାର ବସିରହିବା ଗଣତନ୍ତ୍ର ପାଇଁ ମାରାତ୍ମକ।
  14. ଉତ୍ତରପ୍ରଦେଶର ଜଣେ ୪୦ବର୍ଷବୟସ୍କ ବ୍ୟକ୍ତି ଯିଏ ମୁଜାଫରନଗରର ରାସ୍ତାକଡ଼ ଫୁଟପାଥ୍‌ ଉପରେ ବସି ପୋଷାକ ବିକ୍ରୟ କରି ଦୈନିକ ପ୍ରାୟ ୫୦୦ ଟଙ୍କାର କାରବାର କରନ୍ତି, ତାଙ୍କ ଠାରୁ ୩୬୬ କୋଟି ଟଙ୍କାର ଜିଏସଟି ଆଦାୟ କରିବାକୁ ଯାଇ ଜିଏସ୍‌ଟି ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚିଛନ୍ତି।
  15. ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍ ସେୟାରରେ ଏଲଆଇସିର ମୋଟ ବିନିଯୋଗ ୮୧,୨୬୮ କୋଟି ଟଙ୍କା ଥିଲା, ଯାହା ଜାନୁଆରୀ ୨୭ ରେ ୬୨,୬୨୧ କୋଟି ଟଙ୍କାକୁ ଖସି ଆସିଛି। ସେହି ଅନୁଯାୟୀ, ଏଲଆଇସି ପ୍ରାୟ ୧୮,୬୪୬ କୋଟି ଟଙ୍କା କ୍ଷତି ସହିଛି।
  16. ମଧ୍ୟପ୍ରଦେଶ ମୋରେନାରେ ଭାରତୀୟ ବାୟୁସେନାର ୨ଟି ଲଢୁଆ ବିମାନ ସୁଖୋଇ-୩୦ ଓ ମିରାଜ୍ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆକାଶମାର୍ଗରେ ଦୁଇଟି ଯାକ ବିମାନ ପରସ୍ପରକୁ ଧକ୍କା ଦେଇଥିବା କୁହାଯାଉଛି । ଅଚାନକ ମିରାଜ୍ ୨୦୦୦ ବିମାନରେ ନିଆଁ ଲାଗିଯାଇଥିଲା। ମୋରେନାର ପହାହଡଗଡ ଜଙ୍ଗଲରେ ମିରାଜ୍ ବିମାନଟି ଖସି ପଡିଥିଲା। ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି।
  17. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମତେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ-ଅଭିବାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ରିମେଡିଆଲ କ୍ଳାସ ବ୍ୟବସ୍ଥା, ପ୍ରାକଟିକାଲ ଶ୍ରେଣୀ ପ୍ରତି ଗୁରୁତ୍ୱ, ବିଭିନ୍ନ ସେମିନାର ଓ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ, ମୋବାଇଲ ଫୋନ ବ୍ୟବହାର ଉପରେ ଆବଶ୍ୟକୀୟ କଟକଣା ଲାଗୁ ଉପରେ ମତାମତ ଦେଇଥିଲେ ।
  18. ଭାରତ ୧୯ ବର୍ଷରୁ କମ୍‌ ମହିଳା ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫ୍ରିକାର ଜୋହାନର୍ସବର୍ଗରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ।
  19. ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମହିଳାଙ୍କ ମାଆ ହେବା ବୟସକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମତ ଦେଇଛନ୍ତି । ୨୨ରୁ ୩୦ ବର୍ଷ ହେଉଛି ମହିଳାଙ୍କ ମାତୃତ୍ୱ ପାଇଁ ଉପଯୁକ୍ତ ସମୟ । ୧୪ ବର୍ଷରୁ କମ୍ ବୟସର ଯୁବତୀଙ୍କ ସହିତ ଯୌନ ସମ୍ବନ୍ଧ ରକ୍ଷା କରିବା ଅପରାଧ ଅଟେ ।
  20. ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ସହ ସେଣ୍ଟର ଫର୍‌ ଜୁଡିସିଆଲ ଆର୍କାଇଭ୍ ବିଲଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜୁଡିସିଆଲ ସଂଗ୍ରହାଳୟ ପ୍ରକଳ୍ପ ଭାରତରେ ଅଦ୍ବିତୀୟ। ଏଭଳି ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ସୁଯୋଗ ଯୋଗାଇବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.