• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଫଳରେ ଭାରତ ୪ -୨ ରେ ୱେଲ୍ସ ଠାରୁ ଆଗୁଆ ରହି ଏହି ମ୍ୟାଚକୁ ଜିତି ନେଇଛି।
  2. ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲୋକପ୍ରିୟ ଅସମୀୟା କବି ନୀଳମଣି ଫୁକନଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଅନବଦ୍ୟ ସାହିତ୍ୟ କୃତ୍ତି ପାଇଁ ଫୁକନଙ୍କୁ ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଜ୍ଞାନପୀଠରେ ସମ୍ମାନିତ କରାଯାଇଥିଲା।
  3. ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ଏହାର କର୍ମଚାରୀଙ୍କ ପାଇଁ ଏକ ନୂତନ ସାମାଜିକ ଗଣମାଧ୍ୟମ ନିର୍ଦ୍ଦେଶାବଳୀରେ ସେମାନଙ୍କୁ ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ନଦେବାକୁ ବାରଣ କରାଯାଇଛି।
  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ) ବୈଠକରେ ଗ୍ରୀନ୍ ଏନର୍ଜିଂ ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି ପ୍ରକଳ୍ପ, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଓ ଗୋଟିଏ ଆଇଟି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପିତ ହେବ ।
  5. କଟକ ସାଉଥ ପଏଣ୍ଟ ପରେ BSKY ଜାଲିଆତିରେ ଛନ୍ଦି ହୋଇଛି ଆଠଗଡ଼ର ପଣ୍ଡା ନର୍ସିଂହୋମ। BSKY ଜାଲିଆତି ଅଭିଯୋଗରେ ପଣ୍ଡା ନର୍ସିଂହୋମର ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଲାଇସେନ୍ସ ବାତିଲ କରିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ BSKY  ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।
  6. ନେଦରଲ୍ୟାଣ୍ଡସ ଟିମ କଳିଙ୍ଗ ଷ୍ଟାଡିଅମରେ ରଚିଲା ଇତିହାସ । ବିଶ୍ୱକପରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ନେଦରଲ୍ୟାଣ୍ଡସ ।
  7. ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ଵାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର। ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ଵାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ଵାତୀ ।
  8. ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ୨୦୨୨ରେ ଅସର ଦ୍ୱାରା କରାଯାଇଥିବା ସର୍ଭେରେ ରାଜ୍ୟରେ ୨୦୧୮ ମସିହାରେ ୬ବର୍ଷରୁ ୧୪ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ପିଲା ୮୮.୦ ପ୍ରତିଶତ ଥିଲା । ଏବେ ୨୦୨୨ରେ ଏହି ଅନୁପାତ ବୃଦ୍ଧିପାଇ ୯୨.୧ ପ୍ରତିଶତରେ ପହଞ୍ଚିଛି । ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ବର୍ଷ ବୟସର ଛାତ୍ରଛାତ୍ରୀ ୯୦.୩ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏଥିରେ ବୃଦ୍ଧିପାଇ ୯୪.୪ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷର ପିଲାମାନଙ୍କ ନାମଲେଖାରେ ବି ୬ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୮୭.୩ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ୯୩.୧ ପ୍ରତିଶତରେ ପହଞ୍ଚିଛି ।
  9. ହକି ବିଶ୍ୱକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ସ୍ଵାଗତ କରିଛନ୍ତି ।
  10. ଓଡ଼ିଶାରେ ପୁଣି ଥରେ ହେବ ଟିକାକରଣ । ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ଏହି ଟିକା ନେଇପାରିବେ। ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ।
  11. ରାଜଧାନୀର ୫୩ବର୍ଷୀୟା ସିପ୍ରା ଚକ୍ରବର୍ତ୍ତୀ ନାମ୍ନୀ ଜଣେ ମହିଳା ୪୦ ବର୍ଷ ମଧ୍ୟରେ ମୋଟ ୧୧୦ଥର ରକ୍ତଦାନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରକ୍ତଦାନ କରିବା ସହିତ ରକ୍ତଦାନ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି।
  12. ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ପ୍ରତିବନ୍ଧକ ଲଗାଇଛି। ସେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ।
  13. ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି।
  14. ବିଶ୍ୱର ସର୍ବବୃହତ୍‌‌ ସୌଖିନ ନୌଜାହାଜ ଏମ୍‌‌.ଭି ଗଙ୍ଗାବିଳାସ ମୁଙ୍ଗେରରୁ ସୁଲତାନଗଞ୍ଜ ଯାତ୍ରା କରିଛି। ଅପରାହ୍ନରେ ସୁଲତାନଗଞ୍ଜରେ ପହଞ୍ଚିବା ପରେ ସେଠାରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ରୀତିମତେ ସ୍ୱାଗତ କରାଯାଇଥିଲା। ବାଂଲାଦେଶ ଦେଇ ଦିବ୍ରୁଗଡ଼ ଯାଉଥିବା ଏହି ନୌଜାହାଜ ଏବେ ବିହାରରେ ପହଞ୍ଚିଛି।
  15. ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପିଛା ଛାଡ଼ୁନି ସମସ୍ୟା। ଆଦିଲ ଖାନଙ୍କ ସହ ନିଜ ବିବାହ ଓ ତାଙ୍କ ମାଆଙ୍କ ଅସୁସ୍ଥତାକୁ ନେଇ ସେ ଚିନ୍ତିତ ଥିବା ବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଗିରଫ ହୋଇଛନ୍ତି ରାକ୍ଷୀ। ଗୁରୁବାର ଅମ୍ବୋଲୀ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି।
  16.  ଚୀନର ତିବ୍ଦତରେ ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ସ୍ଥିତ ଏକ ସହରରେ ଭୀଷଣ ହିମସ୍ଖଳନ କାରଣରୁ ବଡ ଧରଣର କ୍ଷତି ହୋଇଛି। ନିଙ୍ଗଚିକି ସହରରେ ଏହି ହିମସ୍ଖଳନ କାରଣରୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।
  17. ସର୍ବୋଚ୍ଚ ନ୍ୟାୟାଳୟ ସର୍ବପ୍ରଥମ ଥର ପାଇଁ ତିନି ଜଣ ବରିଷ୍ଠ ଓକିଲଙ୍କ ପଦୋନ୍ନତି ମାମଲାରେ ନିଜର ସୁପାରିସ ଉପରେ ସରକାରଙ୍କ ଆପତ୍ତିର କାରଣ ସାର୍ବଜନୀନ କରିଛନ୍ତି। ଅଦାଲତ ନିଜର ୱେବସାଇଟରେ କେନ୍ଦ୍ର ସରକାରଙ୍କ ଚିଠିକୁ ଅପଲୋଡ୍‌ କରି ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟ, ସୋମାଶେଖର ସୁନ୍ଦରେସନଙ୍କୁ ବମ୍ବେ ହାଇକୋର୍ଟ ଏବଂ ଆର ଜନ୍‌ ସତ୍ୟନଙ୍କୁ ମାଡ୍ରାସ ହାଇକୋର୍ଟକୁ ଉନ୍ନୀତ କରିବା ଉପରେ କେନ୍ଦ୍ରର ଆପତ୍ତିକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଏଥିସହ କେନ୍ଦ୍ରର ସମସ୍ତ ଆପତ୍ତିକୁ ଖଣ୍ଡନ କରି ଶୀର୍ଷ ଅଦାଲତ ଦ୍ୱିତୀୟ ଥର ପାଇଁ ସେମାନଙ୍କ ନାମ ବିଚାରପତି ପଦବୀ ପାଇଁ ଆଉ ଥରେ ସୁପାରିସ କରିଛନ୍ତି।
  18. ଆଗ୍ରହ ଓ ଇଚ୍ଛାଶକ୍ତି ଆଗରେ କୌଣସି ସମସ୍ୟା ଦୀର୍ଘସ୍ଥାୟୀ ନୁହେଁ। ମୁମ୍ବାଇର ୮୦ ବର୍ଷୀୟା ଭାରତୀ ଜିତେନ୍ଦ୍ର ପାଠକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ନିକଟରେ ୧୮ତମ ଟାଟା ମୁମ୍ବାଇ ମାରାଥନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
  19. ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ ବାଘକୁ ଗୁଳି କରିବାକୁ ନିର୍ଦ୍ଦେଶନାମା ଜାରି କରିଛି।
  20. ନେତାଜୀଙ୍କ ଝିଅ ଅନୀତା କହିଛନ୍ତି ନେତାଜୀ କେବେବି ଆରଏସଏସ ବିଚାରଧାରାର ପକ୍ଷରେ ନଥିଲେ । ତାଙ୍କ ନାଁରେ ଯାହା ବି ଏହା ହେଉଛି ତାହା ଦୁର୍ଭାଗ୍ୟଜନକ ।ସେ କହିଛନ୍ତି ତାଙ୍କ ବାପା ଆରଏସଏସର ସମର୍ଥକ ନ ଥିଲେ । ସେ ହିନ୍ଦୁ ଥିଲେ କିନ୍ତୁ ସବୁ ଧର୍ମକୁ ସମ୍ମାନ କରୁଥିଲେ । ସମସ୍ତଙ୍କ ସହ ତାଙ୍କର ଭଳ ସମ୍ପର୍କ ଥିଲା । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.