• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ବିଭାଗ ତଥା ସଂଗଠନରେ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଏହା ହେଉଛି ୨୦୨୩ ବର୍ଷର ପ୍ରଥମ ରୋଜଗାର ମେଳା।

  2. ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭାଗିର୍‌’। ପ୍ରୋଜେକ୍ଟ ପି-୭୫ ଅଧୀନରେ ଏହାକୁ ନିର୍ମାଣ କରାଯାଇଛି। ଏହା ସାମିଲ ହେବା ପରେ ନୌସେନାର ଶକ୍ତି ବୃଦ୍ଧି ପାଇବ।

  3. ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏଏପିର ଏମ୍‌ପି ସଞ୍ଜୟ ରାଉତ ଉପସ୍ଥିତ ଥିଲେ। ଅଭିନେତ୍ରୀ ସମ୍ଭାବନା ୪୦୦ରୁ ଅଧିକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଛନ୍ତି।

  4. ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

  5. ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ। ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ ରୂପାନ୍ତରଣ ହେବ ତାହା ନିଷ୍ପତ୍ତି ହୋଇସାରିଛି। 

  6. ବର୍ତ୍ତମାନ ସମୟରେ ଟେକ୍ନୋଲୋଜି କ୍ଷେତ୍ରର ଅନେକ ବଡ଼ କମ୍ପାନୀ ଛଟେଇ କରୁଛନ୍ତି। ଏହି କ୍ରମରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ବିଶ୍ୱବ୍ୟାପି ଏହାର ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

  7. ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି।

  8. ଭିଡିଓକନ୍‌ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଶୁକ୍ରବାର ବମ୍ବେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। 

  9. ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାକୁ ଲାଗିଛି। ଅନେକ ଅନ୍ତର୍ଜାତୀୟ ସ୍ତରର ରେସ୍‌ଲର୍‌ଙ୍କ ଗୁରୁତର ଅଭିଯୋଗ ଉପରେ ବ୍ରଜଭୂଷଣଙ୍କ ସ୍ପଷ୍ଟୀକରଣରେ ସରକାର ସନ୍ତୁଷ୍ଟ ନୁହଁନ୍ତି।

  10. ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ।

  11. ଖ୍ୟମନ୍ତ୍ରୀ କହିଛନ୍ତି ୨୦୩୬ ରେ ଓଡ଼ିଶା ପ୍ରତିଷ୍ଠା ହେବାର ଶତବାର୍ଷିକୀ ପାଳନ କରିବ। ସେହି ସମୟ ସୁଦ୍ଧା  ଓଡିଶାକୁ ଏକ ଶିଳ୍ପସଂଖ୍ୟାରେ ସମୃଦ୍ଧ ରାଜ୍ୟ,  ଏକ ସଶକ୍ତିକରଣ ରାଜ୍ୟ କରିବା ପାଇଁ ତାଙ୍କ ସରକାରଙ୍କର ଦୂରଦୃଷ୍ଟି ରହିଛି। ଓଡ଼ିଶା ଏବେ ପୁଞ୍ଜି ବିନିଯୋଗ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। 

  12. ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ନାତୁଣୀ ଓ ବୋହୂ ଶ୍ରେୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳୀ ଓ ହ୍ୟୁମାନ । ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ। ବୋହୁକୁ କୌଣସି କାମ ପାଇ ବାଧ୍ୟ କରାଯାଇ ନାହିଁ।

  13. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ଏହି ବଜେଟ୍‌ରୁ ଅନେକ କିଛି ମିଳିବା ନେଇ ଶିଳ୍ପ, ବ୍ୟବସାୟୀ ଏବଂ ଟିକସଦାତା ସମସ୍ତେ ଆଶାବାଦୀ। 

  14. ଯାଜପୁର ବ୍ୟାସନଗରରେ ୨ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଆଜି ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ୨୦ଜଣ ଅନ୍ତର୍ଜାତୀୟ କଳାକାର ଭାଗ ନେବେ । ଶହେରୁ ଅଧିକ ସ୍ଥାନୀୟ କାରିଗର ଓ ପ୍ରତିନିଧି ଏବଂ ୫୦ ବକ୍ତା ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ରାଫ୍ଟ ସମ୍ମିଳନୀର ଉଦଘାଟନ କରିଛନ୍ତି।

  15. ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି। ମାତ୍ରାଧିକ ଦୁର୍ନୀତି ସହ ସଂଶ୍ଲିଷ୍ଟ ରହିବା, ଦଳ ବିରୋଧୀ ଓ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗ ପ୍ରମାଣିତ ହେବା ପରେ ସେ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି।

  16.  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଥିବା ଦେଖାଯାଇଛି। ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।

  17. ଦୀର୍ଘ ଦିନର ବ୍ୟବଧାନ ପରେ ୨୦୨୨ ଓଡ଼ିଆ ସିନେମା ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା। କହିବାକୁ ଗଲେ ଓଡ଼ିଆ ସିନେମାର ଏକ ନୂତନ ଯୁଗ ଆରମ୍ଭ ହେଲା ଓ ଅନେକ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରି ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇଲା ।

  18. ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ । ଗୁରୁବାର ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଲା ଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। 

  19. ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ୭ ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ମେରି କମ୍, ଡୋଲା ବାନାର୍ଜୀ, ଅଳକାନନ୍ଦ ଅଶୋକ, ଯୋଗେଶ୍ୱର ଦତ୍ତ, ସହଦେବ ଯାଦବ ଏବଂ ୨ ଓକିଲ ରହିଛନ୍ତି। 

  20. ସାରା ବିଶ୍ୱରେ ଇସଲାମିକ ସହଯୋଗ ସଂଗଠନ (ଓଆଇସି) ଦ୍ୱିତୀୟ ସର୍ବୃବୃହତ ସଂଗଠନ ହୋଇଥିବା ବେଳେ ଏବେ ଏହି ସଂଗଠନ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏହି ନୂଆ ନିୟମ ଆଧାରରେ ଆଗକୁ ପାକିସ୍ତାନ ଆଉ କଶ୍ମୀର ପ୍ରସଙ୍ଗ ଉଠାଇ ପାରିବ ନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.