• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍  ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ।

  2. କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର ।

  3. ଚଳିତମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ସଂସଦ ଭବନର ନିର୍ମାଣ କାର୍ଯ୍ୟ। ଏହା ହେଲେ ପାର୍ଲାମେଣ୍ଟର ଏହି ନୂତନ ବିଲ୍ଡିଂରେ ଆଗତ ହେବ ୨୦୨୩-୨୪ ଆର୍ଥ଄କବର୍ଷର ସାଧାରଣ ବଜେଟ୍‌।

  4. ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ଆସୁଛି। ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି।

  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ ଶନିବାର ଦିନ ୨୨ ଟି ଜାତିଙ୍କୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ପଛୁଆବର୍ଗ କମିଶନ ଆଇନ (୧୯୯୩)ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

  7. ଚଳିତ ମାସ ୨୮ ତାରିଖ ଠାରୁ ଭୁବନେଶ୍ବର ଖଣ୍ଡଗିରି ଓ ଉଦୟଗିରି ପାଦଦେଶରେ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଆୟୋଜନ ହେବ। ଏଥି ପାଇଁ ଭୁ‌ବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏସ୍‌ଓପି ଜାରି କରିଛି। ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ 

  8. ବିଶ୍ବସ୍ତରରେ ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଘୋଷଣା କରିଛି ଗୁଗଲ୍‌ର ପାରେଣ୍ଟ କମ୍ପାନୀ ଆଲ୍‌ଫାବେଟ ଇଙ୍କ୍। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ ଏକ ସାକ୍ଷାତକାରରେ ଏହା କହିଛନ୍ତି।

  9. ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ଅଫିସର ଶ୍ୟାମଭକ୍ତ ମିଶ୍ରଙ୍କୁ ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

  10. ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ହେଲେ ୟୁକ୍ରେନକୁ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଦରକାର।

  11. କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ ନେତାମାନେ ବ୍ୟାପକ ଭାଭମୂର୍ତ୍ତି ଏବଂ ସାମୂହିକ ଲକ୍ଷ୍ୟକୁ ଗୁରୁତ୍ୱ ଦେବା ଉଚିତ।

  12. ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚକୁ ସହଜରେ ଟିମ ଇଣ୍ଡିଆ ଜିତିଛି। ଏହା ସହିତ ତିନିଟିକିଆ ସିରିଜକୁ ଭାରତ ୨-୦ରେ ଜିତଛି।

  13. ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତାହ ଏଲ୍‌-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ।

  14. ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି।

  15. କୁସ୍ତି ଫେଡେରେସନ୍‌ର ନାମରେ ମହିଳା ଖେଳାଳୀମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ କରାଯାଇଛି । ଏହାର ମୁଖ୍ୟ ଥିବା ବ୍ରଜଭୂଷଣଙ୍କ ନାମ ମଧ୍ୟ ଏଥିରେ ଜଡିତ । ଏହାପରେ ଭାରତୀୟ କୁସ୍ତି ସଂଘର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରାଯାଇଛି ।

  16. ପେନ୍‌ସନ୍ ମାମଲା ଗୁଡ଼ିକର ଶୀଘ୍ର ଫଇସାଲା କରିବା ନିମନ୍ତେ ନିୟମିତ ଭାବରେ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପେନ୍‌ସନ୍ ଅଦାଲତ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଏହା ଦ୍ୱାରା ସମାଧାନ ହୋଇପାରୁ ନଥିବା ପେନ୍‌ସନ୍ ମାମଲା ଗୁଡ଼ିକର ସୁରନ୍ତ ଶୁଣାଣି ସୁବିଧା କରାଯିବ।

  17. ଗୁଜୁରାଟର ସୁରଟ ସହରର ଜଣେ ସୁନା ବ୍ୟବସାୟୀ ନିକଟରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିଜୟର ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୫୬ ଗ୍ରାମ ଓଜନର ସୁନା ମୂର୍ତ୍ତି ତିଆରି କରିଛନ୍ତି। ୨୦ ରୁ ୨୫ ଜଣିଆ ଏକ ଟିମ୍ ଏହି ପ୍ରତିମା ତିଆରି କରିବା ପାଇଁ ୩ ମାସର କଠିନ ପରିଶ୍ରମ କରିଥିଲେ ଏହାର ମୂର୍ତ୍ତିର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ।

  18. ଦେଶରେ ଏବେ ଗହମ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଘରୋଇ ବଜାରରେ ପୂର୍ବବର୍ଷ ତୁଳନାରେ ଗହମ ମୂଲ୍ୟ ୧୬% ବୃଦ୍ଧି ଘଟିଛି। ଏମିତିକି ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୩୦୦୦ ଟଙ୍କା ଉପରେ ପହଞ୍ଚିଲାଣି। ଯଦି ଏହା ହୁଏ ତେବେ ଆଗାମୀ ଦିନରେ ଅଟା ଦର ଆହୁରି ମହଙ୍ଗା ହେବ।

  19. ଖୋର୍ଦ୍ଧାରେ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ପୁଲିସ ହଳଦିଆ ରାସ୍ତାରେ ଏକ ବୋଲେରୋକୁ ପିଛା କରିଥିଲା। ପରେ ଗାଡ଼ି ସହ ଦୁଇଜଣଙ୍କୁ ଅଟକ ରଖିଥିଲା ପୁଲିସ। ସେମାନଙ୍କ ଠାରୁ ୪୦୦ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ନଗଦ ୨୬୦୦୦ଟଙ୍କା ଜବତ କରାଯାଇଛି।

  20. ଜୁରାଟର ମୋରବି ପୋଲ ଦୁର୍ଘଟଣା ମାମଲାରେ ଓରେବା କମ୍ପାନୀ ମାଲିକ ଜୟସୁଖ ପଟେଲଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଛି। ପୁଲିସ ପଟେଲଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରିଛି, ଅବଶ୍ୟ ଚାର୍ଜସିଟ୍ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଦାଖଲ ହୋଇନାହିଁ। ଗିରଫ ପରୱାନା ଜାରି ହେବା ପରେ ପୋଲିସ ଜୟସୁଖଙ୍କ ପାଇଁ ଲୁକଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.