• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।
  2. କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ଵକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଥିଲା। ମାଲେସିଆ ଓ ସ୍ପେନ୍‌ ମଧ୍ଯରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା।  ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସ୍ପେନ୍‌ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।
  3. ସୁପ୍ରିମକୋର୍ଟ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଉପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଉଥିବାରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି।
  4. ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ ରାସ୍ତା ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି।
  5. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୨୩ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ।
  6. ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା।
  7. ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଲା ଡା ସିଲଭା ଶନିବାର ଦେଶର ସେନା ମୁଖ୍ୟ, ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ବରଖାସ୍ତ କରିଛନ୍ତି ।
  8. ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ନୂଆ ସର୍ବେକ୍ଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ତୁଳନାରେ ଅଧିକ ଭରସାଯୋଗ୍ୟ ବୋଲି କୁହାଯାଇଛି । 
  9. ବିଟ୍ରେନ ଏମ୍‌ପି ଲର୍ଡ କରଣ ବିଲିମୋରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’ ବୋଲି କହିଛନ୍ତି।
  10. ଜାତୀୟ ହକି ତାରକାଙ୍କ ସରକାରୀ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିବା ପ୍ରବୋଧ ତିର୍କୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି।
  11. ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ‘ଡାକୋଟା ବିମାନ’ ମାର୍ଚ୍ଚ ୫ରୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ।
  12. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ।
  13. ରାଜ୍ୟରେ ଆସନ୍ତା ୨୮ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ।
  14. ଆମେରିକାରେ ଶନିବାର ରାତିରେ କାଲିଫର୍ଣ୍ଣିଆର ମୋଣ୍ଟେରୀ ପାର୍କ ସହରରେ ହୋଇଥିବା ଗୁଳି ବିନିମୟରେ ଅତି କମରେ ଦଶ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚୀନ ନବ ବର୍ଷ ପାଳନ ବେଳେ ଏକ ଡ୍ୟାନ୍ସ କ୍ଲବରେ ଏହି ଗୁଳି ବିନିମୟ ହୋଇଥିଲା।
  15. ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିବା କହିଛନ୍ତି। ଏହି ଅବସରରେ ଶ୍ରୀ ଖେର ଓଡ଼ିଶାର ବିଶ୍ୱକପ ହକି ଆୟୋଜନ ଓ ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
  16. ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡ ପାଇଁ ସମ୍ପୂର୍ଣ୍ଣ ଡ୍ରେସ ରିହର୍ସାଲ ଅନୁଷ୍ଠିତ ହେବ। ଏହି ମାର୍ଗରେ ପରେଡ ରିହର୍ସାଲକୁ ସୁଗମ କରିବା ପାଇଁ ଦିଲ୍ଲୀ ପୁଲିସସମସ୍ତ ଟ୍ରାଫିକ ବ୍ୟବସ୍ଥା କରିଛି। ଏହା ବିଜୟ ଚୌକ, କର୍ତ୍ତବ୍ୟପଥ, ସି-ହେକ୍ସାଗନ, ଷ୍ଟାଚ୍ୟୁ ଅଫ୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ତିଲକ ମାର୍ଗ ଦେଇ ରେଡ୍ ଦୁର୍ଗ ପର୍ଯ୍ୟନ୍ତ ଯିବ।
  17. ଦୀର୍ଘ ଦିନର ବ୍ୟବଧାନ ପରେ ୨୦୨୨ ଓଡ଼ିଆ ସିନେମା ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା। କହିବାକୁ ଗଲେ ଓଡ଼ିଆ ସିନେମାର ଏକ ନୂତନ ଯୁଗ ଆରମ୍ଭ ହେଲା ଓ ଅନେକ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରି ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇଲା ।
  18. ସିଲଭର ସିଟି କଟକ ବର୍ତ୍ତମାନ ନକଲି କମ୍ପାନୀର ଗନ୍ତା ଘ୍ର ପାଲଟିଛି । ଫଳରେ ଅନେକ ସମୟରେ କଟକରୁ ନକଲି କମ୍ପାନୀ ଏବଂ ସାମଗ୍ରୀ ଜବତ ହେଉଛି । ତେହେ ପୂର୍ବରୁ ଏହିପରି ନକଲି ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଟକ ବାଦାମ ବାଡ଼ି ଅଞ୍ଚଳରୁ ନକଲି ଜବତ ହେଲା ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ମେସିନ୍ ଜବତ ହୋଇଛି । ଯହାର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କାରୁ ଅଧିକ ହେବ । 
  19. ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମୋଦୀ ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଉପଭେକ୍ତାଙ୍କୁ ଅଧିକ ଅର୍ଥ ପ୍ରଧାନ କରିବେ । ପୂର୍ବରୁ କୃଷକଙ୍କୁ ବର୍ଷକୁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ମିଳୁଥିଲା । ମାତ୍ର ଏବେ ତାହା ଆଉ ୨ ହଜାର ଟଙ୍କା ବୃଦ୍ଧି ପାଇ ୮ ହଜାର ଟଙ୍କା ମିଳିବା ନେଇ ଆଶା କରାଯାଉଛି ।
  20. ସୁଟକେସ୍‌ରୁ ମିଳିଲା ଯୁବକଙ୍କ ମୃତଦେହ। ଜଙ୍ଗଲ ମଧ୍ୟରେ ପଡିଥିବା ଏକ ସୁଟ୍‌କେସ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍‌କେସ । ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.