• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି।
  2. ଆଇସିସି ଘୋଷଣା କଲା ‘ଟି-୨୦ ଟିମ୍ ଅଫ ଦ ଇୟର ୨୦୨୨’ । ଏଥିରେ ଭାରତରୁ ୩ ଜଣ ଖେଳାଳି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ନାମ ରହିଛି ।
  3. ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବିଜୟ ସିଂହ କହିଛନ୍ତି ଯେ ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସଂସଦରେ ପୁଲଓ୍ବାମାକୁ ନେଇ କୌଣସି ରିପୋର୍ଟ ରଖାଯାଇନାହିଁ।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି କୋଶ୍ୟାରୀ ।
  5. ବିଏମସି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭୬କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଥିବା ବେଳେ ୬୧୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସବୁ ବାଧାବିଘ୍ନ  ସତ୍ତ୍ବେ ରାଜସ୍ଵ ଆଦାୟ ଲକ୍ଷ୍ୟ ହାସଲ କରିବାକୁ ଆଶା ରଖିଛି ବିଏମସି।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
  7. ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ। କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ।
  8. ବଢିଲା ଭାରତୀୟ ନୌସେନାର ଶକ୍ତି। ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ‘ଆଇଏନ୍‌ଏସ୍‌ ୱାଗିର୍‌’ ନୌସେନାର ‘ଆଇଏସ୍‌ଆର୍‌’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ।
  9. ଚଳିତ ବର୍ଷ ଜୁନ୍‌‌ ମାସ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ ୫୫ଟି ନୂଆ ବସ୍‌‌ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଏବେ ଦୁଇ ଗୁଣା ବୃଦ୍ଧି କରାଯାଇଛି। ତେବେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌‌ଆରଟିସି) ଆଉ ୧୦୦ଟି ସ୍ଥାନରେ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
  10. ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
  11. ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟପଥରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।
  12. ତାମିଲନାଡୁର ଆରାକୋନାମରେ ମନ୍ଦିର ମହୋତ୍ସବରେ ଏକ କ୍ରେନ ଖସିପଡ଼ିବାରୁ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି।
  13. ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ଅନୁଯାୟୀ, ଜାନୁୟାରୀ ୨୦ ତାରିଖ ସୁଦ୍ଧା ସାରା ଦେଶରେ ଅଦାଲତରେ ଚାରି କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି, ସେଥିମଧ୍ୟରୁ ପ୍ରାୟ ୬୩ ଲକ୍ଷ ମାମଲା ବିଚାରାଧୀନ ଅଛି।
  14. ବିଶ୍ୱର ଟପ ୧୦ ଧନି ବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଛନ୍ତି ଭାରତର ଧନୀ ଉଦ୍ଦ୍ୟୋଗୋପତି ମୁକେଶ ଅମ୍ବାନି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନି ଏହି ତାଲିକାର ୧୧ ତମ ସ୍ଥାନରେ ରହିଛନ୍ତି ।
  15. ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ  ହେବାକୁ ଯାଉଛି। ଏହି ସମୟରେ ରୁଷିଆ ସହିତ ଲଢ଼େଇ କରିବାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସମେତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
  16. କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ତଦନ୍ତ ବିଷୟରେ ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ବକ୍ସିଂ ଖେଳାଳି ମାରି କମ୍‌ଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯିବ । ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୁଷଣ ସିଂ ବିରୋଧରେ ଆସିଥିବା ଅସଦାଚରଣ ମାମଲାର ତଦନ୍ତ କରାଯିବ ।
  17. ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁନା କଳସ ଦାନ କରିବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ମନ୍ତ୍ରୀ ନବ ଦାସ ଦାନ କରିଥିବା ସୁନା କଳସରେ ୭ଶହ ଗ୍ରାମ ସୁନା ବ୍ୟବହାର କରାଯାଇଥିବା ବେଳେ ୫କେଜି ରୂପା ମଧ୍ୟ ଏହି କଳସରେ ବ୍ୟବହାର ହୋଇଛି  ।
  18. କେରଳର ତ୍ରିସୁର ଜିଲାରେ ଥିବା ଭଗବାନ ଶ୍ରୀକୃଷ୍ଣ ଗୁରୁବାୟୁରପନ୍ନ ନାମରେ ପରିଚିତ। ଏହି ମନ୍ଦିରରେ ୨୬୦ କିଲୋରୁ ଅଧିକ ସୁନା ଗଚ୍ଛିତ ରହିଛି। ଏହି ସୁନା ଅଳଙ୍କାର ମଧ୍ୟରେ ରହିଛି ମୂଲ୍ୟବାନ ହୀରା, ଲୀଲା ଓ ରତ୍ନ ପଥର। ଏହା ସହିତ ୨୦ହଜାର ସୁନା ଲକେଟ।
  19. ହକି ବିଶ୍ୱକପ୍‌ର କ୍ରସ୍‌ ଓଭର୍‌ ମ୍ୟାଚ୍‌ରେ ଫ୍ରାନ୍ସକୁ ହରାଇ ଜର୍ମାନ କ୍ୱାଟର ଫାଇନାଲ୍‌ ମ୍ୟାଚ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଏହି କ୍ରସ ଓଭର୍‌ ମ୍ୟାଚ୍‌ରେ ଫ୍ରାନ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି ।
  20. କରୋନା ଭାଇରସ୍ ସଂକ୍ରମଣ ବିପଦ ମଧ୍ୟରେ ଦେଶରେ ନାରୋଭାଇରସ୍ ଚିନ୍ତା ବଢାଇ ଦେଇଛି। କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଗୋଟିଏ ବିଦ୍ୟାଳୟର ୧୯ ଜଣ ଛାତ୍ର ନାରୋଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣା ପଡିଛି। ଏହି ବିଦ୍ୟାର୍ଥୀମାନଙ୍କର କିଛି ଅଭିଭାକମାନେ ମଧ୍ୟ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କାରେ ସେମାନଙ୍କର ନମୁନା ପରୀକ୍ଷା କରାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.