• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡ୍‌ମା)କୁ ଜାତୀୟ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି ।
  2. ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ଗୀତ। ‘ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତ କାଟାଗୋରୀରେ ମନୋନୀତ ହୋଇ ଯାଇଛି। ତିନିଟି ଶ୍ରେଣୀରେ ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଛି।
  3. ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ଭୁବନେଶ୍ବର ଏୟାରପୋର୍ଟରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଯାଇଥିଲେ ଅନନ୍ତ। ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।
  4. ଳକ୍ଷ୍ନୌର ହଜରତଗଞ୍ଜରେ ୧୫ ବର୍ଷ ପୁରୁଣା ଏକ ୫ ମହଲା କୋଠା ଭୁଶୁଡି ପଡ଼ିଛି। ଏଥିରେ ୫ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
  5. ହାଇକୋର୍ଟ କୋଲକାତା ଏବଂ ସଲ୍ଟ ଲେକ ବାର ଏବଂ ରେଷ୍ଟୁରାଣ୍ଟରେ ହୁକ୍କା ବ୍ୟବହାର ଉପରେ ଲାଗୁହୋଇଥିବା ପ୍ରତିବନ୍ଧକ ମଙ୍ଗଳବାର ହଟାଇଛନ୍ତି।
  6. ନବସୃଜନ, ସାମାଜିକ ସେବା, ଏକାଡେମିକ, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ଆଦି ୬ ଟି ବର୍ଗରେ ଅସାଧାରଣ ସଫଳତା ପାଇଁ ଭାରତ ସରକାର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଥାନ୍ତି। ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପଦକ, ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଚୟନ କରାଯାଇଥିବା ୧୧ ଜଣ ପିଲାଙ୍କ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ୫ ବାଳିକା ଅଛନ୍ତି।
  7. ସଂସଦର ବଜେଟ ଅଧିବେଶନ ପୂର୍ବରୁ ଭାରତ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ୩୦ ଜାନୁଆରୀରେ ଦିଲ୍ଲୀରେ ଅନୁଷ୍ଠିତ ହେବ ।
  8. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି।
  9. ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି।
  10. କୋଲକାତାର ରାଜଭବନର ତୃତୀୟ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ରାଜ୍ୟପାଳ ସିବି ଆନନ୍ଦ ବୋସ୍‌ଙ୍କ ବୈଠକ ସମୟରେ ରାଜଭବନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
  11. ଅପମିଶ୍ରିତ ଔଷଧ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିବେଦନ କରିଛି। ସାମ୍ପ୍ରତିକ ସମୟରେ କଫ ସିରପ ଯୋଗୁଁ ଅନେକ ପିଲାଙ୍କର ମୃତ୍ୟୁ ଘଟିଛି
  12. ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ ଏର୍ଡୋଗାନ ଦେଶର ପରବର୍ତ୍ତୀ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମେ’ ୧୪ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।
  13. ଓଡ଼ିଶା ହାଇକୋର୍ଟ ପକ୍ଷରୁ କନଷ୍ଟେବଳ ନିଯୁକ୍ତି ନେଇ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରାଯାଇଛି। ଏଥିରେ କନଷ୍ଟେବଳ ନିଯୁକ୍ତି ବୟସ ସୀମାରେ ୪ ବର୍ଷ କୋହଳ ପାଇଁ ନିର୍ଦେଶ ଦିଆଯାଇଛି।
  14. ଭାରତୀୟ କ୍ରିକେଟ୍‌ ତାରକା କେ.ଏଲ୍‌. ରାହୁଲ ଓ ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ବିବାହ ସୋମବାର ଲଠାରେ ସମ୍ପନ୍ନ ହୋଇଛି । ମୁମ୍ବଇର ଖଣ୍ଡାଲାରେ ଥିବା ଆଥିୟାଙ୍କ ପିତା ତଥା ବଲିଉଡ୍‌ ତାରକା ସୁନୀଲ ସେଟ୍ଟିଙ୍କ ଭବ୍ୟ ବଙ୍ଗଳା​ ‘​‌ସେଟ୍ଟି ହୋମ୍‌‌’ରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।
  15. ପୁରୁଷ ହକି ବିଶ୍ବକପ୍‌-୨୦୨୩ର ବେଲଜିୟମ ୨ୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ବେଲଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ତକୁ ପରାସ୍ତ କରି ୨ୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। 
  16. ଏମସିଡିରେ ମେୟର ନିର୍ବାଚନ ପାଇଁ ଆପ୍‌ ଓ ବିଜେପିର ନବ ନିର୍ବାଚିତ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଉଭୟ ପକ୍ଷ ନାରାବାଜୀ କରିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି।
  17. ଜାନୁଆରୀ ୧୩ରୁ ୧୯ ମଧ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଚାଇନାରେ ୧୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନା ସରକାର ନିଜେ ଏହି ତଥ୍ୟ ଦେଇଛନ୍ତି।
  18. ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି।
  19. ପ୍ରତିଦିନ କେନ୍ଦ୍ର ପକ୍ଷରୁ ଆଇନମନ୍ତ୍ରୀ କିରେନ ରିଜିଜୁ ସାମ୍ନାକୁ ଆସି ସୁପ୍ରିମକୋର୍ଟଙ୍କୁ ପରୋକ୍ଷରେ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ସେ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ବିରୋଧ କରିଛନ୍ତି।
  20. ୨୦୨୧ରେ ଏକାଧିକ ବିବଦୀୟ ପୋଷ୍ଟ ପାଇଁ କମ୍ପାନୀ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଥିଲା। ଏହାକୁ ନେଇ କଙ୍ଗନା ଟ୍ୱିଟର ଉପରେ ପ୍ରବଳ ବର୍ଷିଥିଲେ। ହେଲେ ଏବେ ତାଙ୍କ ଆକାଉଣ୍ଟକୁ କମ୍ପାନୀ ରିଷ୍ଟୋର ବା ସଚଳ କରି ଦେଇଥିବାରୁ କଙ୍ଗନା ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.