• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଦ୍ମଶ୍ରୀ ପାଇଥିବା ୪ ଜଣ ଓଡ଼ିଆ ହେଲେ କଳା ପାଇଁ  କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଂଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ।
  2. କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥର ୬ ଜଣ ପଦ୍ମ ବିଭୂଷଣ ପାଇଥିବାବେଳେ  ୯ ଜଣ ପଦ୍ମ ଭୂଷଣ, ୯୧ ଜଣ ପଦ୍ମ ପୁରସ୍କାର ପାଇଛନ୍ତି ।
  3. ପଶ୍ଚିମବଙ୍ଗର ଡାକ୍ତର ସ୍ବର୍ଗତଃ ଦିଲୀପ ମହଲନବିସ, ସ୍ବର୍ଗତଃ ମୁଲାୟମ ସିଂ ଯାଦବ, ଜାକିର ହୁସେନଙ୍କୁ  ପଦ୍ମ ବିଭୂଷଣ ଦିଆଯାଇଛି । ସେହିପରି ପଦ୍ମ ଭୂଷଣ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶିଳ୍ପପତି କୁମାର ମଙ୍ଗଳମ ବିରଲା, କଣ୍ଠଶିଳ୍ପୀ ବାଣୀ ଜୟରାମ, ସମାଜସେବା ପାଇଁ ଡ. ସୁଧା ମୂର୍ତ୍ତୀ ।
  4. କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
  5. ଚାଇନାରେ କରୋନାରେ ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।
  6. ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା।
  7. ବିଷାକ୍ତ କଫ୍‌ ସିରପ୍‌ ପିଇ ଅଦ୍ୟାବଧି ୩ ଦେଶର ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲାଣି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି।
  8. ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ଏସସି-ଏସଟି ଅଧିନିୟମ ଅନୁଯାୟୀ ଏକ ବର୍ଷ ଜେଣ ଦଣ୍ଡାଦେଶ ସହିତ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।
  9. ସିଜେଆଇ କହିଛନ୍ତି ଯେ କେତେକ ସ୍ଥାନୀୟ ଅନୁସୂଚିତ ଭାଷାରେ ବିଚାର କରିବା ପାଇଁ ସର୍ବୋଚ୍ଚ ଅଦାଲତ ଗୁରୁବାର ଇ-ଏସଆରସି ପ୍ରକଳ୍ପର କିଛି ଅଂଶ କାର୍ଯ୍ୟକ୍ଷମ କରିବ। ଇ-ଏସଆରସି ବ୍ୟତୀତ ସ୍ଥାନୀୟ ଭାଷାରେ ସୁପ୍ରିମକୋର୍ଟର ୧୦୯୧ ଟି ଫଇସଲା ମଧ୍ୟ ସାଧାରଣତନ୍ତ୍ର ଦିବସରେ ଉପଲବ୍ଧ ହେବ।
  10. ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି।
  11. ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି ପୁରସ୍କାର।
  12. ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ୨୬ବର୍ଷରେ ପରଲୋକ ହୋଇଛି।
  13. ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ପରିଚାଳନାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଏସଆରଟିସି ଅଧୀନରେ ଏବେ ମୋଟ ୬୩୬ଟି ବସ୍ ଥିବାବେଳେ ସେଥିରୁ ୪୭୮ଟି ବସ୍ ୩୧୭ଟି ମାର୍ଗରେ ଚଳାଚଳ କରୁଛି ।
  14. ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ୍‌ ମେଡାଲ। ରାଷ୍ଟ୍ରପତି ମେଡାଲ ପାଇବାକୁ ମନୋନୀତ ଦୁଇ ଓଡ଼ିଆ ହେଲେ ଧୀରେନ୍ଦ୍ର ଏସ୍‌ କୁଟ୍ଟେ ଓ ଭିଜଲାନ୍ସ କନଷ୍ଟେବଲ ପ୍ରହ୍ଲାଦ ରାଉତ। ଓଡ଼ିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ମେଡାଲ ମିଳିବାକୁ ଥିବା ବେଳେ ସମ୍ମାନଜନକ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପୁରସ୍କୃତ ହେବେ ।
  15. ଢେଙ୍କାନାଳର ପୂର୍ବତନ ବିଧାୟକ ଏବେ ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ପୁଅ ଚାଲିଯିବା ପରେ ଏକୁଟିଆ ହୋଇ ଯାଇଥିବା ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।
  16. ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ପିଏମ ଆବାସ ଘର ଦେଲେ ନାହିଁ। ୧୫ ଲକ୍ଷ ଘର ଆବଶ୍ୟକ। ମାତ୍ର 8 ଲକ୍ଷ ଘର ଦେଲେ।
  17. ଖଣିଜ ପଦାର୍ଥର ଉତ୍ପାଦନ ସହିତ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ମଧ୍ୟରେ ଆଗୁଆ ରହିଛି ବୋଲି ଶ୍ରୀ ଭରଦ୍ୱାଜ ପ୍ରକାଶ କରିଥିଲେ। ସିଏସ୍‌‌ଆଇଆର ମହାନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଖଣି ପରିଚାଳନାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସାରେ ପୋତି ପକାଇଛନ୍ତି।
  18. ୨୦୨୩ ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ଘୋଷଣା କରାଯାଇଛି । ୯୦୧ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ୧୪୦ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ୯୩ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେହିପରି ୬୬୮ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁରସ୍କାର ମିଳିବ ।
  19. ସମ୍ପ୍ରତି ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୬୨୭ ମେଗାୱାଟ୍‌‌ ହୋଇଥିବା ବେଳେ ୨୦୩୦ ବେଳକୁ ଏହାକୁ ୧୦ ହଜାର ମେଗାୱାଟ୍‌‌ରେ ପହଞ୍ଚାଇବା ପାଇଁ ରୋଡ୍‌‌ ମ୍ୟାପ୍‌‌ ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ନିବେଶ ଉପଯୋଗୀ ଶକ୍ତି ନୀତି ଆଣିବା ସହ ମେକ୍‌‌ ଇନ୍‌‌ ଓଡ଼ିଶାରେ ଶକ୍ତି କ୍ଷେତ୍ରକୁ କିଭଳି ପୁଞ୍ଜିନିବେଶ ବଢ଼଼଼ବ ସେନେଇ ଧ୍ୟାନ ଦେଇଛନ୍ତି।
  20. ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ପ୍ରଥମ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଉତ୍ତମ ପାରଦର୍ଶିତା ଲାଭ କରିଛି। ରାଜ୍ୟ ନିର୍ବାଚନ ଅୟୋଗ ପକ୍ଷରୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡଃ.କମଳ ଲୋଚନ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.