• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୭୪ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ରାଜପଥରୁ କର୍ତ୍ତବ୍ୟ ପଥ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ଗଣତଦନ୍ତ୍ର ଦିବସ ସମାରୋହ ପାଳନ ହେଉଛି। ଏହି ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
  2. ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି । ସେନା ଓ ସଶସ୍ତ୍ର ବାହିନୀ ଯବାନଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ସାହସିକ ଓ ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ୪୧୨ଟି ସାହସିକ ଓ ସମ୍ମାଜନକ ପଦକ ଘୋଷଣା କରାଯାଇଛି। ଏଥିରେ ରହିଛି ୬ଟି କୀର୍ତ୍ତିଚକ୍ର, ୧୫ଟି ଶୌର୍ଯ୍ୟଚକ୍ର, ୯୨ଟି ସେନା ମେଡାଲ, ୨୯ଟି ପରମ ବିଶିଷ୍ଟ ସେବା ମେଡାଲ, ୫୨ଟି ଅତି ବିଶିଷ୍ଟ ସେବା ମେଡାଲ। କୀର୍ତ୍ତିଚକ୍ର ନିମନ୍ତେ ମନୋନୀତ ଯବାନମାନେ ହେଲେ ମେଜର ସୁଭାଙ୍ଗ, ନାଏକ ଜିତେନ୍ଦ୍ର ସିଂହ।
  3. ବିଶିଷ୍ଟ ସେବା ପାଇଁ ସମ୍ମାନିତ ହୋଇଛନ୍ତି ଟ୍ୱିନ୍‌ସିଟିର ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିସହ ସିକ୍ୟୁରିଟି ୱିଙ୍ଗ ଏସ୍‌ପି ସରୋଜ ମହାପାତ୍ରଙ୍କୁ ମଧ୍ୟ ମିଳିଛି ରାଷ୍ଟ୍ରପତି ପୁଲିସ୍‌ ମେଡାଲ।
  4. ପୁରସ୍କୃତ ହୋଇଛନ୍ତି SOG କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେ। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ପୁଲିସ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯାଇଛି।
  5. ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ମହିଳା ଦିନିକିଆ ଟିମ ଗଠନ କରିଛି। ଏହି ଦିନିକିଆର ଟିମରେ ଭାରତର ୩ ଜଣ ଖେଳାଳି ରହିଛନ୍ତି। ସେହିପରି ଦଳର କମାଣ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମିଳିଛି। ହରମନପ୍ରୀଙ୍କ ବ୍ୟତୀତ ଦଳରେ ଭାରତର ସ୍ମୃତି ମନ୍ଧାନା ଓ ଦ୍ରୁତ ବୋଲର ରେଣୁକା ସିଂହ।
  6. ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ୩ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଛନ୍ତି।ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତିନି ଜଣ ପାର୍ଟି ମେମ୍ବର ଭାବରେ ମହୁପଦର ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏମାନଙ୍କ ନାମରେ ଏକ ଲକ୍ଷ ପୁରସ୍କାର ରାଶି ଥିଲା। ଏହି ତିନି ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି।
  7. ଜୋରଦାର ବିବାଦ ଭିତରେ ବି ଜାରି ରହିଛି କ୍ରେଜ୍‌। ପଠାନ୍‌କୁ ଦେଖି ହଲ୍ ଭିତରେ ଫ୍ୟାନ୍‌ମାନେ ପାଗଳ। ଖୁସି ଓ ଉତ୍ସାହ କହିଲେ ନ ସରେ। ଚାରିଆଡେ ଉତ୍ସବର ମାହୋଲ। କେଉଁଠି ବାଣ ଫୁଟୁଛି ତ ଆଉ କେଉଁଠି ବ୍ୟାଣ୍ଡ ବାଜା ଲଗାଇ ନାଚୁଛନ୍ତି ଦର୍ଶକ।
  8. ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ।
  9. ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍‌ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। 
  10. ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍‌ ସିଷ୍ଟମ୍‌’। ସ୍କୁଲ୍‌ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍‌ ଗଠନ କରାଯିବ ଏବଂ ପ୍ରତ୍ୟେକ ହାଉସ୍‌ରେ ଉଭୟ ଛାତ୍ରୀ ଏବଂ ଛାତ୍ର ରହିବେ।
  11. ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ।
  12. ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ସମ୍ମୁଖୀନ ହେଉଛି। ୧୯୯୯ ମହାବାତ୍ୟା ରାଜ୍ୟ ପାଇଁ ଏକ ଅଭୁଲା ସ୍ମୃତି ଛାଡ଼ିଦେଇ ଯାଇଛି।
  13. ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ବୁଧବାର ଅନୁଷ୍ଠିତ କଲେଜିୟମ ବୈଠକରେ ଆଲୋଚନା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
  14. ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର। ସେହିପରି ଅଷ୍ଟ୍ରେଲିଆର ତାହଲିଆ ମ୍ୟାକ୍‌ଗ୍ରାଥ୍‌ଙ୍କୁ ୨୦୨୨ର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ମିଳିଛି।
  15. କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ଓ ଡକ୍ଟର ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।
  16. ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକକୁ ଲଞ୍ଚ କରାଯାଇଛି | ଏହି ଟିକା ନାକରେ ଦିଆଯିବ ।
  17. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମସ୍ତ ସୋସିଆଲ୍‌ ମିଡିଆ  ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍‌କୁ ରିଷ୍ଟୋର୍‌ (ପୁଣି ଥରେ ଚଳା ଯାଇଛି) କରାଯାଇଛି।
  18. ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମହିଳା ଆଇପିଏଲ୍‌ ପାଇଁ ଅଣ୍ଟା ଭିଡ଼ିଥିଲା ବେଳେ ବୁଧବାର ୫ ଦଳକୁ ବିକ୍ରି ବାବଦରେ ମୋଟ ୪୬୭୦ କୋଟି ଟଙ୍କା ଆୟ କରି ଐତିହାସିକ ସଫଳତା ହାସଲ କରିଛି।
  19. ଓଡ଼ିଶାର ପ୍ର‌ତ୍ୟେକ ଜିଲ୍ଲାରେ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା ସ୍ଥାପନ ହୋଇଥିବାରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧରଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ପ୍ରଶଂସା କରିଛନ୍ତି।
  20. କାଶୀନଗର ଅଞ୍ଚଳର ୨ ଜଣ ଯୁବକଙ୍କ ଠାରୁ ରେଳ ବିଭାଗରେ ଚାକିରି ପ୍ରଲୋଭନ ଦେଖାଇ ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଠକେଇ ଘଟଣାରେ ସ୍ଥାନୀୟ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.