• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍‌ଘାଟନ କରିଛନ୍ତି। ସେ ରାଷ୍ଟ୍ରପତି ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ ଏବଂ  ଏଠାରେ ଲାଗିଥିବା ଫୁଲ ଦେଖି ଉପଭୋଗ କରି ଫଟୋ ମଧ୍ୟ ଉଠାଇଥିଲେ।
  2. କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଅନୁଭବ କରୁଛନ୍ତି ଯେ, ଚାଇନା ଭାରତରୁ କୌଣସି ଜମି ନେଇ ନାହିଁ।.
  3. ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୬୨ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀଙ୍କର ନାମ  ଘୋଷଣା କରାଯାଇଛି।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ନ୍ୟୁ ଇଣ୍ଡିଆ’ ବିଷୟରେ କହିଥିଲେ।
  5. ସ୍ଵାଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। 
  6. ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି।
  7. ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନ ହବିବଗଂଜ ପରେ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରିଛି। 
  8. ୨୦୧୮ର ଏକ ରିପୋର୍ଟ ଆଧାରରେ ସୁପ୍ରିମ୍‌କୋର୍ଟରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଭାରତର ୫୩ଟି ବ୍ୟାଘ୍ର ଅଭୟାରଣ୍ୟରେ ୨,୯୬୭ଟି ବାଘ ଅଛନ୍ତି, ଯାହା ବିଶ୍ବ ବ୍ୟାଘ୍ରସଂଖ୍ୟାର ୭୦ ପ୍ରତିଶତ।
  9. ଆସନ୍ତା ଏପ୍ରିଲ ୧ ରୁ ଉତ୍ତରପ୍ରଦେଶରେ ମଦ ମହଙ୍ଗା ହେବାକୁ ଯାଉଛି। ଜାନୁୟାରୀ ୨୮, ୨୦୨୩ ରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୋଗୀ ସରକାର ନୂତନ ଏକ୍ସାଇଜ୍ ନୀତିକୁ ଅନୁମୋଦନ କରିଛନ୍ତି।
  10. ବିଗ୍ ବସ୍ ଖ୍ୟାତି ଅଭିନେତ୍ରୀଙ୍କ ରାକ୍ଷୀ ସାୱନ୍ତଙ୍କ ମା ଜୟା ସାୱନ୍ତଙ୍କର ଦେହାନ୍ତ ହୋଇଛି।  ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ,ଏବଂ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଜୟା ସାୱନ୍ତଙ୍କର କର୍କଟ ଏବଂ ମସ୍ତିଷ୍କ ଟ୍ୟୁମରରେ ପୀଡିତ ହେଇଥିଲେ ।
  11. ବଲାଙ୍ଗିର ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ନାବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
  12. ଓଡ଼ିଆ ଝିଅ ସୌମ୍ୟା ଶୁଭଶ୍ରୀ ମହାପାତ୍ର ଏଗ୍ରିକଲଚର ରିସର୍ଚ୍ଚ ସର୍ଭିସ୍ ପରୀକ୍ଷାରେ ସେ ଅଲ୍ ଇଣ୍ଡିଆ ଟପ୍ପର ହେଲେ।
  13. ବିଶୋଇ ପୁଲିସ ତାଳବନ୍ଧ ରେଞ୍ଜରୁ ଗତ ୨୦ରେ ହାତୀ ମୃତଦେହ ମିଳିବ ଘଟଣାରେ ୭ ଶିକାରୀ ଗିରଫ ସୂଚନା, ହାତୀ ଦାନ୍ତ ଜବତ କଲା ।
  14. ବିର୍ସା ମୁଣ୍ଡା ଷ୍ଟାଡିୟମ ସବୁଠାରୁ ଅଧିକ ଦର୍ଶକ ବ୍ୟବସ୍ଥା ନେଇ ଗିନିସ୍ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ।
  15. ସିସିଆଇ ନିର୍ଦ୍ଦେଶ ଆସିବା ପରେ ଗୁଗୁଲ୍‌ ଏହାର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମରେ ପରିବର୍ତ୍ତନ ଆଣିଛି। ଏହାଫଳରେ କମ୍ପାନିଗୁଡ଼ିକ ନିର୍ମାଣ କରୁଥିବା ମୋବାଇଲ ଫୋନ୍‌ରେ ଗୁଗୁଲ୍‌ର କେଉଁସବୁ ଆପ୍‌କୁ ଆଗୁଆ ଇନଷ୍ଟଲ କରିବେ ତାହାକୁ ସେମାନେ ଚୟନ କରିପାରିବେ। ନୂଆ ଆଣ୍ଡ୍ରଏଡ ଡିଭାଇସ ସେଟିଂ କରିବା ସମୟରେ ୟୁଜରମାନେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନକୁ ଚୟନ ସୁବିଧା ଗୁଗୁଲ୍ ପ୍ରଦାନ କରିଛି।
  16. ଇରାନରେ ବିଳମ୍ବିତ ରାତିରେ ସିରିଏଲ ବିସ୍ଫୋରଣ ସୂଚନା, ବିଶେଷ ଭାବେ ତୈଳ ରିଫାଇନାରୀ ଓ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
  17. ଆଫଗାନିସ୍ଥାନରେ ମହିଳାମାନେ ବିଶ୍ୱବିଦ୍ୟାଳୟ ପରୀକ୍ଷା ମହିଳା ଦେଇପାରିବେନି ।
  18. ଉତ୍ତର ପଶ୍ଚିମ ପେରୁ ଲିମା ସହର ନିକଟରେ ଲିମାରୁ ତୁମ୍ବେସ୍ ଯାଉଥିବା ବେଳେ ପାହାଡ଼ ତଳକୁ ଖସିଲା ବସ୍: ୨୪ ମୃତ, ଏକାଧିକ ଆହତ।
  19. ହକି ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଜର୍ମାନୀ । ଚାରି କ୍ୱାଟର ସୁଦ୍ଧା ଗୋଲ୍ ସମାନ ରହିବାରୁ ମ୍ୟାଚ୍ ଅମିମାଶିଂତ ରହିବାରୁ ସୁଟ୍‌ଆଉଟ୍‌କୁ ଯାଇଥିଲା ମ୍ୟାଚ୍ । ଏଥିରେ ଜର୍ମାନୀ ୩(୫)-୩(୪)ରେ ବେଲଜିୟମକୁ ହରାଇ ବିଶ୍ୱ ଚାମ୍ପିୟମ ହୋଇଛି ।
  20. କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ । ପୂର୍ବରୁ ଦିଲ୍ଲୀ ଓ ଛତିଶଗଡ଼ର ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବିଙ୍କ ଚେୟାର ଖୋଲିଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.