• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚୀନ ସହିତ ଯୁଦ୍ଧ ଲାଗି ଆବଶ୍ୟକ ପ୍ରସ୍ତୁତ ରହିବାକୁ ଆମେରିକା ବାୟୁସେନା ମୁଖ୍ୟ ଜେନେରାଲ ମାଇକ ମିନିହାନ ତାଙ୍କ ସହକାରୀ ଅଫିସରମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବାୟୁସେନା ମୁଖ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସହଯୋଗୀଙ୍କୁ ବିଧିବଦ୍ଧ ଚିଠି କରାଯାଇଛି।
  2. ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି।
  3. ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଗାନ୍ଧୀନଗର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମଙ୍କ ବିରୋଧରେ ରାୟ ଶୁଣାଇଛନ୍ତି।
  4. ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଧର୍ମାନ୍ତୀକରଣ ଆଇନ ବିରୋଧରେ ଆଗତ ସମସ୍ତ ପିଟିସନର ଶୁଣାଣି ଫେବୃଆରୀ ୩ରେ କରାଯିବ।
  5. ବିବିସି ଡକ୍ୟୁମେଣ୍ଟାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ମଳିନ କରୁଛି ବୋଲି ଦାବି କରି କେନ୍ଦ୍ର ସରକାର ଏହା ଉପରେ ବ୍ୟାନ ଲଗାଇ ଦେଇଛନ୍ତି। ହେଲେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବେ।
  6. ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। ୪,୦୮୪ କିମି ପଦଯାତ୍ରା କରି ସବୁ ରାଜନେତାଙ୍କୁ ପଛରେ ପକାଇଲେ ରାହୁଲ ଗାନ୍ଧି। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ପଦଯାତ୍ରା ଆଜି କଶ୍ମୀରରେ ଶେଷ ହୋଇଛି।
  7. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଭାଜପା ସହ ମେଣ୍ଟ କରିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ମରିଯିବି ପଛେ ଭାଜପାକୁ ଯିବି ନାହିଁ।
  8. ଗତ ୨୦୨୨ ବର୍ଷରେ ସମଗ୍ର ଦେଶରେ ଟ୍ରାଏଲ କୋର୍ଟ ୧୬୫ ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୨୨ ବର୍ଷ ପାଇଁ ଏହି ସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ।
  9. ଯଦି ଆପଣ ମଟରସାଇକେଲ କିମ୍ବା ସ୍କୁଟର ଚଲାଇବା ସମୟରେ ହେଲମେଟ୍‌ ପଟି ବାନ୍ଧି ନାହାନ୍ତି, ତେବେ ୧୯୪ଡି ଏମ୍‌ଭିଏ ନିୟମାନୁଯାୟୀ ଆପଣଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିପାରେ। ଏଥିସହ ଯଦି ଆପଣଙ୍କ ହେଲମେଟ୍‌ ଖରାପ ଅବସ୍ଥାରେ ଥିବ ଅର୍ଥାତ୍‌ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌)ର ହୋଇ ନଥିବ, ତାହେଲେ ମଧ୍ୟ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
  10. ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ ଗିରଫ ।  ନବ ଦାସଙ୍କ ପିଏସଓ ନ ଥିଲେ ଗୋପାଳ ଦାସ, ତଦନ୍ତ ପାଇଁ ୭ଦିନ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।
  11. ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।  ପୁଅ ବିଶାଲ ଦେଲେ ମୁଖାଗ୍ନି ଦେଇଛନ୍ତି।  ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ହେଲା ଶେଷକୃତ୍ୟ ଏବଂ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।
  12. ପାକିସ୍ତାନର ପେଶାଓ୍ବରର ପୁଲିସ ଲାଇନ ଅଂଚଳରେ ଥିବା ଏକ ମସଜିଦରେ ସୋମବାର ଅପରାହ୍ଣରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି । ଏହା ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
  13. ଗୁଜରାଟର କଚ୍ଛରେ ପୁଣି ଥରେ ଭୂକମ୍ପ ଝଟକା , ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି।
  14. ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରଞ୍ଜନ ପୂଜାରୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
  15. ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର-ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପତି-ପତ୍ନୀ ବିବାଦର ସମାଧାନ ହୋଇଥିବା ନେଇ ସୂଚନା ମିଳିଛି।
  16. ଗଞ୍ଜାମ ରମ୍ଭା ଥାନା ଗୁରୁଡିଗଡ ଓଭରବ୍ରିଜ୍‌‌ କଡରେ ଥିବା ପରିବାର ଦୋକାନକୁ ଏକ ଭ୍ୟାନ ମାଡିଯିବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ  ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।
  17. ଅବସରପ୍ରାପ୍ତ ଆଇଏଏସ୍ ଦାଶରଥୀ ଶତପଥୀଙ୍କୁ ପୁଣିଥରେ ଓଡ଼ିଶା ବିଧାନସଭାର ଓଏସଡି ତଥା ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ୨୦୨୩ ଫେବୃୟାରୀ ୧ରୁ ଏକବର୍ଷ ପାଇଁ କାର୍ଯ୍ୟ କରିବେ । ସେ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଭାବେ ସୁବିଧାସୁଯୋଗ ପାଇବେ ।
  18. ଭାରତୀୟ ମହିଳା କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ଟି-୨୦ ବିଶ୍ୱକପ୍‌ ବିଜୟୀ ହୋଇଛି । ଦକ୍ଷିଣ ଆପ୍ରିକାରରେ ଆୟୋଜିତ ଏହି ମ୍ୟାଚର ଫାଇନାଲ୍‌ରେ ରବିବାର ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରିଛି ।
  19. ଭାରତର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ବିଜୟ ଟ୍ୱିଟ ଯୋଗେ ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।
  20. କର୍ଣ୍ଣାଟକରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ କୈଳାସ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.