• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନବମ ଆଉଟ୍‌ରିଚ ଅନ୍ତର୍ଜାତୀୟ ରେଡିଓ ମେଳା ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡିଓ ମେଳା, ଯେଉଁଥିରେ ଦେଶର ଅନେକ ରେଡିଓ ପ୍ରସାରକ ଓ ରେଡିଓ ଷ୍ଟେଶନ ଯୋଗଦେବେ।
  2. ନବମ ଆଉଟ୍‌ରିଚ ଅନ୍ତର୍ଜାତୀୟ ରେଡିଓ ମେଳା ଅବସରରେ ରେଡିଓ ଜକି ସଂଗ୍ରାମଙ୍କୁ ‘ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ବାର୍ଡ’, କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କୁ ‘ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ’ ଏବଂ ଅବସରପ୍ରାପ୍ତ ଖବର ପାଠକ ରବି ଶତପଥୀଙ୍କୁ ‘ନଦିଆ ବିହାରୀ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯିବ। ଚଣ୍ଡିଗଡ଼ର ରେଡ଼ିଓ ପଞ୍ଜାବକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବରେ ସମ୍ମାନିତ କରାଯିବା ସହ ଜମୁ କଶ୍ମୀରର ରେଡିଓ ପିର ପଞ୍ଜଲକୁ ଜନ ସେବାରେ ରେଡିଓର ସର୍ବୋତ୍ତମ ବ୍ୟବହାର ପାଇଁ ସମ୍ମାନିତ କରାଯିବ।
  3. ଗୁରୁତର ଲିଭର ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବା ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି।
  4. ବିଶିଷ୍ଟ ସାରସ୍ଵତ ସାଧିକା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ନିର୍ମଳାପ୍ରଭା ନାୟକଙ୍କ ୮୩ବର୍ଷ ବୟସ ସୋମବାର ପରଲୋକ ଘଟିଛି।
  5. ‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦନ କରାଯାଇଛି।
  6. ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା ଯିବା ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ନିର୍ଦ୍ଦେଶ ଜାରି କରି ପାରିବେନି ସଂପୃକ୍ତ ସଂସ୍ଥା । କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ।
  7. ହେଲ୍ପଏଜ୍ ଇଣ୍ଡିଆ ଏହାର ଦେଶବ୍ୟାପୀ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସୁରକ୍ଷିତ’ ଆରମ୍ଭ କରିଛି, ଯାହା ଦ୍ୱାରା ସେମାନେ ଅନଲାଇନ୍ ଠକେଇରୁ ନିଜକୁ ରକ୍ଷା କରିପାରିବେ । ଫେବ୍ରୁଆରି ୭ ତାରିଖରେ ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳନ କରି ହେଲ୍ପଏଜ୍ ଇଣ୍ଡିଆ ୧୬ଟି ରାଜ୍ୟରେ ଡିଜିଟାଲ ସୁରକ୍ଷା କର୍ମଶାଳା ଆରମ୍ଭ କରିଛି, ଯେଉଁଥିରେ ଏକା ସାଙ୍ଗରେ ୧୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦିଆଯିବ।
  8. ନ୍ୟାୟିକ କିମ୍ବା ପୁଲିସ ହେପାଜତରେ ଥିବା ଜଣେ ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
  9. ଫେବ୍ରୁଆରି ୯ରେ ବିବାହ କରିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲେ ଇରାନୀ।
  10. ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
  11. ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି ।
  12. ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ସମୟରେ ସଲମାନ ତାଙ୍କର ନୂତନ ପୁସ୍ତକ ‘ଭିକ୍ଟ୍ରି ସିଟି’ ପ୍ରକାଶ କରିଛନ୍ତି। ଏହି ପୁସ୍ତକଟି ଚତୁର୍ଦ୍ଦଶ ଶତାବ୍ଦୀରୁ ଏକ ‘ମହାକାବ୍ୟ କାହାଣୀ’ ଅଟେ। ଯାହାକି ଜଣେ ମହିଳାଙ୍କ ଉପରେ ଆଧାରିତ। ମହିଳା ଜଣକ ଶାସନ କରିବାକୁ ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରନ୍ତି।
  13. ଇଜିପ୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଫ ଇସମେଲଙ୍କ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶେରିଫ ପାଚନକ୍ରିୟାଜନିତ ରୋଗରେ ଆକ୍ରାନ୍ତ ଥିଲେ।
  14. ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ଫୋନପେକୁ ଏବେ ବିଦେଶରେ ବି ବ୍ୟବହାର କରିହେବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରି କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ୟୁଏଇ, ନେପାଳ, ଭୁଟାନ, ସିଂଗାପୁର ଓ ମରିସସରେ ଫୋନ ପେ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବ ।
  15. ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ୩୨,୦୦୦ ଶବ୍ଦ ବିଶିଷ୍ଟ ରିପୋର୍ଟ ଆଦାନି ଗ୍ରୁପ୍‌ର ବ୍ୟାପକ କ୍ଷତି ଘଟାଇଲାଣି। ଏହି ଘଟଣା ଅଷ୍ଟମ ଦିନରେ ପ୍ରବେଶ କରିଥିବା ବେଳେ କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଧାରା ବନ୍ଦ ହେଉନାହିଁ।
  16. ଅଟୋମୋବାଇଲ୍ ଡିଲର ମହାସଂଘ ଏଫ୍ଏଡିଏର ତଥ୍ୟ ଅନୁଯାୟୀ ଜାନୁଆରିରେ ୧୮ ଲକ୍ଷ ୨୬ ହଜାର ୬୬୯ଟି ଗାଡ଼ି ବିକ୍ରି ହୋଇଛି। ଏହି ମାସରେ ପ୍ରାୟ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି।
  17. ପିସି ବିକ୍ରି ହ୍ରାସ ପାଇବାରୁ ଡେଲ୍‌ ଟେକ୍ନୋଲୋଜି ବିଶ୍ବବ୍ୟାପୀ ୬୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।
  18. ସଲମାନ ଖାନଙ୍କ ଫିଲ୍ମ ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ ଓ ‘ଅଣ୍ଡର ଟ୍ରାୟଲ’ ଆଦି ସୁପରହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ ଘଟିଛି।
  19. ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତେଲେଙ୍ଗାନା ଭଳି ରାଜ୍ୟରୁ କେନ୍ଦ୍ରୀୟ ରାଜନୀତି ମୁହାଁ ହୋଇଛନ୍ତି। ଏନେଇ ପ୍ରବଶ ଦ୍ୱାର ଭାବେ ସେ ମହାରାଷ୍ଟ୍ରରେ ନାନ୍ଦେଡକୁ ବାଛିଛନ୍ତି।
  20. ମହିଳା ପ୍ରିମିୟର ଲିଗ୍ ପ୍ରଥମ ସିଜନ୍ ନିଲାମ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଯଥା ବିସିସିଆଇ ନିକଟରେ ନୂତନ ୫ ଟିମର ନାମ ଘୋଷଣା କରିଥିଲା। ମହିଳା ଆଇପିଏଲ୍ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.