• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାର ଜଣାଶୁଣା ଜନପ୍ରିୟ ବିଜ୍ଞାନ ଲେଖକ ଇଂ ମାୟାଧର ସ୍ଵାଇଁଙ୍କୁ ବିଜ୍ଞାନକୁ ଜନପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଜନପ୍ରିୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରାଯିବ।
  2. ଖୋର୍ଦ୍ଧା ଆଦର୍ଶ ପୋଲିସ ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ।
  3. ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ କରିଛି ବିଏମ୍‌ସି। ଗତ କର୍ପୋରେଶନ ବୈଠକରେ ୬୯୦ କୋଟିର ଚିଠା ବଜେଟ ପ୍ରସ୍ତାବ ଆଗତ କରିବା ପରେ ମଙ୍ଗଳବାର ଏନେଇ ବିସ୍ତୃତ ଆଲୋଚନା କରାଯାଇଛି।
  4. ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଧଉଳି କଳିଙ୍ଗ ମହୋତ୍ସବ ଫେବୃୟାରୀ ୧୦ରୁ ଆରମ୍ଭ ହେବ।
  5. ସୁପ୍ରିମକୋର୍ଟ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରଛନ୍ତି। ନୋଟିସରେ ମେୟର ନିର୍ବାଚନ ସମ୍ପର୍କରେ ଜବାବ ତଲବ କରାଯାଇଛି।
  6. ଆରବିଆଇ ରେପୋ ହାର ବୃଦ୍ଧି ହେବା ଦ୍ଵାରା ଋଣ ନେବା ଅଧିକ ମହଙ୍ଗା ହୋଇଛି। ଏହାର ଅର୍ଥ ଇଏମଆଇ ଆଗକୁ ବଢ଼ିବ। ଆରବିଆଇ ରେପୋ ହାରକୁ ୦.୨୫ ଆଧାର ପଏଣ୍ଟକୁ ବୃଦ୍ଧି କରିଛି। ବିଶେଷ କଥା ହେଉଛି ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରିତ ହେବା ପରେ ମଧ୍ୟ ରେପୋ ହାର ବୃଦ୍ଧି ପାଇଁ ଆରବିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
  7. କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନିକଟରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ ଯୋଜନାରେ ସାରା ଦେଶରେ ୧୨୭୫ ରେଳ ଷ୍ଟେସନର ନବୀକରଣ ଏବଂ ଆଧୁନିକୀକରଣ କରାଯିବ ପାଇଁ ଯୋଜନା ହୋଇଛି
  8. ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ ସରକାର ଏକୀକୃତ ଔଷଧ କେନ୍ଦ୍ର ଖୋଲିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ କହିଛନ୍ତି.. ଏଥିରେ ଉଭୟ ଆୟୁର୍ବେଦ ଏବଂ ଆଧୁନିକ ଔଷଧ ବ୍ୟବହାର କରି ରୋଗୀମାନଙ୍କୁ ଚିକିତ୍ସା କରାଯିବ..
  9. ପୂର୍ବରୁ ‘କେସିଆର୍‌’ଙ୍କ ଝିଅ କେ. କବିତାଙ୍କ ଅଧୀନରେ ଚାକିରି କରୁଥିବା ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ‘ସିବିଆଇ’ ଜାତୀୟ ରାଜଧାନୀକୁ ଡକାଇ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଛି।
  10. ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
  11. ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ ‘ଭାଲେଣ୍ଟାଇନ୍ସ ଡେ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।
  12. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ କରିବା ଉଚିତ ଏବଂ ପରେ ଏହି ସମ୍ପତ୍ତି ନିଲାମ କରିବା ଆବଶ୍ୟକ।
  13.  ଭାରତୀୟ ରେଳ ଯାତ୍ରା କରୁଥିବା ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ। 
  14. ତୁର୍କୀ ଓ ସିରିଆ ଭୟଙ୍କର ଭୂମିକମ୍ପ ପରେ ବଢ଼ିଛି ଥଣ୍ଡାର କମ୍ପନ। ପ୍ରବଳ ଥଣ୍ଡା ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ବାରମ୍ବାର ହୋଇଥିବା ଭୂମିକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୯,୫୦୦ ପ୍ରାଣ ହରାଇ ସାରିଲେଣି। 
  15. ମାର୍ଚ୍ଚ ୪ ତାରିଖରୁ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ଏହି ପ୍ରତିଯୋଗିତା ମାର୍ଚ୍ଚ ୪ ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏଁ ଚାଲିବ । ମୁମ୍ବାଇର ଡି ଓ୍ୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତା । ମହିଳା ଆଇପିଏଲ ପାଇଁ ଖେଳାଳି ନାଲିମ ୧୩ ତାରିଖ ମୁମ୍ବାଇରେ ହେବ ।
  16. ଏଟିଏମରୁ କଏନ ବାହାରିବ। ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ। ତେବେ ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତ୍ତମାନ ଯାଏ ସ୍ଥିକ କରାଯାଇ ନାହିଁ।
  17. ସଦର ବଜେଟ ଅଧିବେଶନକୁ ଏକ ସ୍ୱତନ୍ତ୍ର ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ଏହି ଜ୍ୟାକେଟକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଏହି ଜ୍ୟାକେଟଟି ପ୍ଲାଷ୍ଟିକ ବୋତଲକୁ ପେଟ୍ ରିସାଇକେଲ ପଦ୍ଧିତିରେ ପ୍ରସ୍ତୁତ କରାଯାଇଥିବା କଥା କୁହାଯାଉଛି । ଏହି ଜ୍ୟାକେଟଟିକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିଆ ଏନର୍ଜି ସପ୍ତାହରେ ଉପହାର ଦିଆଯାଇଥିଲା ।
  18. ମହିଳା ଆଇପିଏଲ ପାଇଁ ଦେଶ ବିଦେଶର ୯୦ ଜଣ ଖେଳାଳିଙ୍କୁ ୫ଟି ଫ୍ଲାଞ୍ଚାଇଜ୍ କିଣିବେ। ଏହି ୪୦୯ ଜଣଙ୍କ ମଧ୍ୟରେ ୭ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ଓଡ଼ିଶାରୁ ମୋଟ ୨୦ ଜଣ ଖେଳାଳି ନିଲାମୀ ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୭ଜଣ ନାଁ ଚୂଡ଼ାନ୍ତ ନିଲାମୀ ତାଲିକାରେ ସ୍ଥାନ ପାଇଛି। ଏହି ୭ଣ ଖେଳାଳିଙ୍କ ନାଁ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ନିଲାମୀରେ ସାମିଲ ହେବ ।
  19. ଓଡ଼ିଶାରୁ ମାଧୁରୀ ମେହେଟା, ରାସନ୍ନାରା ପରଓ୍ୱିନ୍ , ସୁଜାତା ମଲ୍ଲିକ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଏସ.ବି ଲରନେସ୍ ଓ କାଜଲ ଜେନା ସାମିଲ ହୋଇଛନ୍ତି।
  20. ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଆସେସ୍‌ ସହ ତୁଳନୀୟ। ଷ୍ଟିଭେନ୍‌ ସ୍ମିଥ୍ ଏହା ମଧ୍ୟ କହିଛନ୍ତି ଯେ ଆସେସ୍‌ଠାରୁ ମଧ୍ୟ ଏହି ଶୃଙ୍ଖଳା ବଡ଼। ବହୁ ପ୍ରତୀକ୍ଷିତ ଏହି ଶୃଙ୍ଖଳା ଗୁରୁବାରଠାରୁ ଆରମ୍ଭ ହେଉଛି । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.