• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଅଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଭାରତରେ ଏବେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି ।
  2. ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି।୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ ତୁଳନାରେ କମ ହେବାର ସମ୍ଭାବନା ରହିଛି। ୨୦୨୩ରେ ବିଶ୍ୱ ଅର୍ଥନୀତି ୨.୯ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୨ରେ ଏହାର ଆକଳନ ୩.୪ ପ୍ରତିଶତ ଥିଲା।
  3. ଚଳିତ ତ୍ରୈମାସରେ ଭାରତର ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହା ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୬.୧ ପ୍ରତିଶତ ହେବାର ସମ୍ଭାବନା ରହିଛି।
  4. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ଫେରିଛନ୍ତି। ଆମେରିକାର ରାଷ୍ଟ୍ରପତି ସୋମବାର ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବାକୁ ମନା କରିଦେଇଛନ୍ତି।
  5. କୋଭିଡ୍‌-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଏହା କୁହାଯାଇଛି।
  6. ମ୍ୟାନମାରରେ ସେନା ଦୁଇ ବର୍ଷ ପୂର୍ବେ ସରକାରଙ୍କଠାରୁ କ୍ଷମତା ଦଖଲ କରିଥିଲା। ବର୍ତ୍ତମାନ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଦେଶର ଲୋକଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି।
  7. ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
  8. କାନାଡାର ବ୍ରେମ୍ପଟନ ସହରରେ ଥିବା ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖାଥିବା ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋ ସରକାରଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
  9. ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
  10. ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୪୮ଘଣ୍ଟା ପରେ ବି ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏସପି ଓ ଏସଡିପିଓଙ୍କୁ ବଦଳି କରିଛନ୍ତି ।ଝାରସୁଗୁଡ଼ା ଏସପି ଆଇପିଏସ୍ ରାହୁଲ ଜୈନଙ୍କୁ ପୁଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଥିବାବେଳେ ବରଗଡ଼ ଜିଲ୍ଲା ଏସପି ଆଇପିଏସ୍ ପରମାର ସ୍ମିତ ପୁୁରୁଷୋତ୍ତମଙ୍କୁ ଝାରସୁଗୁଡ଼ା ଏସପି , ବୌଦ୍ଧ ଏସପି ଆଇପିଏସ୍ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ଆଇପିଏସ୍ ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି ।
  11. ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରାଜ୍ୟର ରେଳବାଇ ଭିତ୍ତିଭୂମି ନିମନ୍ତେ ୮୪୦୦କୋଟି ଟଙ୍କାର ଅନୁଦାନ ଦାବି କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରେଳ ଅନୁଦାନ ବାବଦରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା କେନ୍ଦ୍ର ସରକାର ଆବଂଟନ କରିଥିଲେ ।
  12. ଆସନ୍ତା ମେ’ ମାସରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ । ଏଥିପାଇଁ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ କରିବ ।
  13. ଦେଶର ଜଣାଶୁଣା ଓକିଲ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣ।  ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା।
  14. ଗତବର୍ଷ ପୋଲ ଭୁଶୁଡ଼ି ପଡ଼ିବାରୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୂରା ଦେଶ ଏହି ଖବରରେ ସ୍ତବ୍ଧ ହୋଇଯାଇଥିବା ବେଳେ ଓରେଭା ଗ୍ରୁପ୍‌ର ମୁଖ୍ୟ ଜୟସୁଖ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ତଥା ଓରେଭା ଗ୍ରୁପ୍‌ର ଅଧ୍ୟକ୍ଷ ଜୟସୁଖ ପଟେଲ ଆଜି କୋର୍ଟରେ ଆତ୍ମସର୍ପଣ କରିଛନ୍ତି। 
  15. ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ମଧ୍ୟରେ ଆଉ ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇଛନ୍ତି।
  16. ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା । ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ନୂତନ ରାଜଧାନୀର ନାଁ ଘୋଷଣା କରିଛନ୍ତି।
  17. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ ଆର୍ଥିକ ବର୍ଷ ୨୦୨୨-୨୦୨୩ରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହେବ।
  18. ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସରେ ଗୌତମ ଆଦାନୀ ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ମଧ୍ୟ ବାହାରି ଯାଇଛନ୍ତି। ବିଲିୟନେୟାର୍ସ ଇଣ୍ଡେକ୍ସରେ ଆଦାନୀ ଚତୁର୍ଥ ସ୍ଥାନରୁ ୧୧ତମ ସ୍ଥାନକୁ ଖସି ଆସିଛନ୍ତି।
  19. ଭାରତୀୟ ପୁୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍‌। ସଦ୍ୟ ସମାପ୍ତ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ରିଡ୍‌ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
  20. ଦେଶରେ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡିଗୁଡିକୁ ରାସ୍ତାରୁ ହଟାଯିବ। ସେଗୁଡିକ ସ୍ଥାନରେ ନୂତନ ଯାନ ରାସ୍ତାରେ ଚାଲିବ। ଏହାଫଳରେ ରାସ୍ତାରୁ ପ୍ରାୟ ୯ ଲକ୍ଷ ସରକାରୀ ଗାଡି ଆଉ ଚାଲିବନାହିଁ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋମବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.