- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କରାଯାଉଥିବା ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ। ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
- ଶିକ୍ଷା ମନ୍ତ୍ରଣାଳୟକୁ ୧.୧୨ ଲକ୍ଷ କୋଟି ଚଙ୍କା ଆବଣ୍ଟନ କରାଯାଇଛି। ଯାହାକି ପୂର୍ବ ବଜେଟ ତୁଳନାରେ ସର୍ବାଧିକ।
- ଆସନ୍ତା ତିନି ବର୍ଷ ମଧ୍ୟରେ ଏକଲବ୍ୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ହେବେ। ଏହି ଅଧୀନରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପାଇଁ ୩୮ ହଜାର ୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତ ହେବେ। ଏକ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ମଧ୍ୟ କହିଛନ୍ତି।
- ଦେଶରେ ଶିକ୍ଷକ ପ୍ରଶିକ୍ଷଣ ପାଇଁ ନୂଆ କାର୍ୟ୍ୟକ୍ରମ ଆରମ୍ଭ ହେବ। ଏହା ବ୍ୟତୀତ ୧୫୭ଟି ନୂଆ ନର୍ସିଂ କଲେଜ ଘୋଷଣା କରାଯାଇଛି।
- ଆଗାମୀ ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ବବିଦ୍ୟାଳୟ ଏବଂ କଟକ ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ICAR) ର କାର୍ଯ୍ୟକ୍ରମରେ ଯୋଗଦେବେ।
- ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ଟିଭି ପ୍ୟାନେଲର ଖୋଲା ସେଲ ଅଂଶ ଉପରେ କଷ୍ଟମ୍ସ ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଥି ସହିତ ରୋଷେଇ ଘରର ବୈଦ୍ୟୁତିକ ଚିମନୀ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସେ କହିଛନ୍ତି ଯେ ତମ୍ବା ସ୍କ୍ରାପ୍ ଉପରେ ସରକାର ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି।
- ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି। ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ। ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି।
- ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଳବାଇ ପାଇଁ ଚଳିତ ବର୍ଷ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
- ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ୨୦୨୩ ଅଗଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍’ ଚଳାଇବା ପାଇଁ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ। ଏହାଛଡ଼ା, ଚଳିତ ବଜେଟ୍ରେ ୪୦୦ରୁ ୫୦୦ ‘ସେମି-ହାଇସ୍ପିଡ୍’ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରାଯିବ।
- କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ରେ ଆୟକର ଛାଡ ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ କୌଣସି ଆୟକର ଦେବାକୁ ପଡିବନି।ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି।ନୂଆ ଆୟକର ସ୍ଲାବ ପ୍ଲାନ ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ। ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ, ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ,୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ଟିକସ ଦେବାକୁ ପଡିବ।
- ଚଳିତ ବଜେଟ୍ରେ କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି। ଏଥର ସରକାର କୃଷି କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିବା ସହ ଚଳିତ ବର୍ଷ ଚାଷୀଙ୍କୁ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
- ମିଲେଟ୍କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି ‘ଶ୍ରୀଅନ୍ନ’ ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ ଥିବା ବେଳେ ରପ୍ତାନୀରେ ନମ୍ବର୨ରେ ରହିଛି।
- ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ନିର୍ବାଚନ ପାଇଁ ବୁଧବାର ନୂଆ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୬ରେ ଏମସିଡି ମେୟର, ଡେପୁଟି ମେୟର ଏବଂ ୬ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ହେବ।
- ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ବଜେଟରେ ପୁଣିଥରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଗତ ବର୍ଷ ଏହା ୫.୨୫ ଲକ୍ଷ କୋଟି ଥିବା ବେଳେ ୨୦୨୩ରେ ୫.୯୪ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ ଆବଣ୍ଟନ କରାଯାଇଛି। ଏହି ଟଙ୍କା ସେନାକୁ ଆହୁରି ମଜଭୂତ କରିବା ଲାଗି ବ୍ୟବହୃତ ହେବ।
- କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩୩୯୭.୩୨ କୋଟି ଟଙ୍କା ବଜେଟ ଉପସ୍ଥାପନ କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୭୨୩.୯୭ କୋଟି ଟଙ୍କା ଅଧିକ।
- ପୂର୍ବରୁ କୋଭିଡ୍ ମହାମାରୀଜନିତ ପ୍ରଭାବରୁ ନିସ୍ତାର ମିଳି ନ ଥିବାବେଳେ ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରଠୁ ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି।
- ସାଧାରଣ ବଜେଟ୍ରେ ଏକ ବର୍ଷ ପାଇଁ କ୍ୟାମେରା ଲେନ୍ସରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ମୁକ୍ତ କରାଯାଇଛି । ଏହା ସହ ଟିଭିର ଯନ୍ତ୍ରାଶଂ ସୀମା ଶୁଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି ।ଚିଙ୍ଗୁଡି ଖାଦ୍ୟର ବିଭିନ୍ନ ମୌଳିକ ଉତ୍ପାଦରେ ସୀମା ଶୁଳ୍କ ହ୍ରାସ କରାଯାଇଛି । କାର୍ ଦର ମଧ୍ୟ ହ୍ରାସ ପାଇବ । ଇଲେକ୍ଟ୍ରିକ୍ ବାହନ ଶସ୍ତାଇସ୍ପାତ ବା ଷ୍ଟିଲ୍ ଶସ୍ତା ଇଥାଇଲ୍ ଆଲକହଲ୍ ଶସ୍ତାଏସିଡ୍ ଗ୍ରେଡ୍ ଫ୍ଲୋରସ୍ପାର ଶସ୍ତା
- ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ହାଇଡ୍ରୋଜେନ ଟ୍ରେନ୍ ଚାଲିବ। ଭାରତରେ ହିଁ ଏହି ଅତ୍ୟାଧୁନିକ ଟ୍ରେନର ନିର୍ମାଣ କରାଯିବ। ପ୍ରାଥମିକ ଅବସ୍ଥାରେ ଏହି ଟ୍ରେନ ହେରିଟେଜ ସର୍କିଟ ଯଥା ହରିଆଣାର କାଲକା ଓ ଶିମଲା ମଧ୍ୟରେ ଚାଲିବ। ଏହାପରେ ଏହାକୁ ବିଭିନ୍ନ ସ୍ଥାନକୁ ସଂପ୍ରସାରଣ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
- ଏୟାର ମାର୍ଶାଲ୍ ଏପି ସିଂହ ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ଆଜି ଏପି ସିଂହ ନୂଆ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ କ୍ଷେତ୍ର ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
- ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution