• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଗ୍ନିଶମ ବିଭାଗର ନାଁ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି । ନୂଆ ନାମ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
  2. ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି।
  3. ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ସୁପ୍ରିମକୋର୍ଟ କରାଯାଇଥିବା ଏକ ଆବେଦନ ଗୁରୁବାର ଖାରଜ ହୋଇଛି।
  4. ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଆବେଦନ ଉପରେ ପ୍ରଧାନବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି କରିବା ନେଇ ଆବେଦନ ପାଇଁ ଆବେଦନକାରୀଙ୍କୁ କହିଛନ୍ତି।
  5. ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ପୋଲିସ ସାରା ରାଜ୍ୟରେ ୪,୦୦୪ ମାମଲା ରୁଜୁ କରିଛି । ଫେବୃଆରୀ ୩ ରୁ ସମସ୍ତ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।
  6. ହ୍ବାଟ୍ସଆପ୍‌ର ୨୦୨୧ ଗୋପନୀୟତା ନୀତିକୁ ୟୁଜର ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ସେହିବର୍ଷ ମେ’ରେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ପତ୍ର ଲେଖି ଜଣାଇଥିଲା।
  7. ଗୋବରଧନ (ଗାଲ୍‌ଭାନାଇଜିଂ ଅର୍ଗାନିକ ବାୟୋ-ଆଗ୍ରୋ ରିସୋର୍ସ ଧନ) ଯୋଜନାରେ ଦେଶରେ ୫୦୦ ନୂଆ ‘ବର୍ଜ୍ୟରୁ ସମ୍ପଦ’ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ସେଥିରେ ୨୦୦ କମ୍ପ୍ରେସ୍‌ଡ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟ ରହିବ। ସହରାଞ୍ଚଳରେ ୭୫ଟି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଥିବାବେଳେ ୩୦୦ କମ୍ୟୁନିଟି ବା କଷ୍ଟର ଭିତ୍ତିକ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିରେ ମୋଟ ୧୦ ହଜାର କୋଟି ଟଙ୍କା ବ୍ୟୟ ହେବ।
  8. ଗ୍ରାମାଞ୍ଚଳରେ ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା, ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ୍‌ ଅଭିଭାଷଣରେ କହିଛନ୍ତି। ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକଜୁଟ କରାଯାଇ ୮୧ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏସ୍‌ଜି) ଗଠନ କରାଯାଇଛି।
  9. ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଚେୟାରମ୍ୟାନ ଗୌତମ ଅଦାନୀ କହିଛନ୍ତି, ମାର୍କେଟରେ ଉତ୍ଥାନ ପତନକୁ ଦେଖି କମ୍ପାନୀର ବୋର୍ଡ ଏଫପିଓକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି।
  10. ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ ‘ଆପତ୍ତିଜନକ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୋସିଆଲ ମିଡିଆର ଦିନକୁ ଦିନ ଦାୟିତ୍ବ ବଢୁଛି। ସେଥିପାଇଁ ଆପତ୍ତିଜନକ ଆକାଉଣ୍ଟଙ୍କୁ ବ୍ୟାନ କରାଯାଇଛି।
  11. ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ ପାଇଁ ୨୦୦ ଶଯ୍ଯା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି।
  12. ବିଶ୍ବ ସମ୍ବଳ ସଂସ୍ଥା ବା WRI ପକ୍ଷରୁ ଓଡିଶା ରାଜ୍ୟ ସରକାରଙ୍କ  ମୁକ୍ତା ଯୋଜନାର ସଫଳ ରୁପାୟନ ନେଇ ପୁରସ୍କୃତ କରାଯାଇଛି ଏବଂ ମିଳିଲା ଆନ୍ତର୍ଜାତୀୟ ମାନ୍ୟତା।   ନିୟୁର୍କ ସିଟିର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
  13. ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
  14. ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ। ଏହି  ଅଧିବେଶନ ଏପ୍ରିଲ ୬ ପର୍ଯ୍ଯନ୍ତ ଚାଲିବ । ଏହାରି ମଧ୍ୟରେ ଫେବ୍ରୁଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।
  15. ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି ।
  16. ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡା. ଦିଲ୍ଲୀପ କୁମାର ପରିଡ଼ା।
  17. ପାକିସ୍ତାନ ନିଜ ମାଟିରେ ଆତଙ୍କବାଦର ମଞ୍ଜି ବୁଣିଥିବା ନେଇ ସ୍ବୀକାର କରିଛନ୍ତି ସେହି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍‌। ପେଶାୱରର ଏକ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୦୦ ​ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।
  18. ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ଚେତାବନୀ ଜାରି କରିଛନ୍ତି, କୋଭିଡ-୧୯ ମହାମାରୀ ଦୁନିଆରୁ କେବେ ବି ସମାପ୍ତ ହେବ ନାହିଁ । ଏହା ଏକ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ହୋଇ ରହିବ । ଏକ୍ସପର୍ଟଙ୍କ ଅଧ୍ୟୟନ ପରେ ଏହି ଚେତାବନୀ ଜାରି କରାଯାଇଛି ।
  19. ଆଜିକାଲି ମାର୍କେଟରେ ଏଫଡି, ଆରଡି, ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଏଲଆଇସି, ଗୋଲ୍ଡ, ପୋଷ୍ଟାଲ, କେଭିପି, ପିପିଏଫ ଆଦି ବିଭିନ୍ନ ପ୍ରକାରର ନିବେଶ ଅପ୍ସନ ରହିଛି । ତେବେ ସେଥିମଧ୍ୟରୁ ସୁନାରେ ନିବେଶ କରିବା ଏକ ଭଲ ଅପ୍ସନ । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଆଗାମୀ ଦିନରେ ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟପିବାର ସମ୍ଭାବନା ରହିଛି ।
  20. ଆଗାମୀ ଦିନରେ ଦେଶରେ ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସଂସଦରେ ବଜେଟ୍‍ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.