• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।
  2. ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହିଣ୍ଡେନବର୍ଗ ରିପୋର୍ଟ ସାର୍ବଜନୀନ ହେବା ପରଠାରୁ ଆଦାନୀଙ୍କ ନିଟ୍‌ ମୂଲ୍ୟ ହ୍ରାସ ପାଇଛି।
  3. ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି।
  4. ବିବାଦରେ ଫସିଥିଲା କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’ ଫିଲ୍ମଟି ଭାରତରେ ୩୬୪ କୋଟି ରୋଜଗାର କରିସାରିଛି। ବିଶ୍ୱସ୍ତରରେ ଦେଖିଲେ ଏହା ୭୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି।
  5. ଚିଲିରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପାଖାପାଖି ୭୫୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ବନ୍ୟ ସମ୍ପଦ ନଷ୍ଟ ହୋଇଯାଇଛି । 
  6.  ବ୍ରାଜିଲରେ ନିକଟରେ ୨ ଫୁଟ ଲମ୍ବା ଓ ୧୬ ପାଉଣ୍ଡ ଅର୍ଥାତ୍ ୭.୩ କିଲୋଗ୍ରାମର ଏକ ଶିଶୁ ଜନ୍ମ ନେଇଛି ।
  7. ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା।
  8. ଭାରତୀୟ ରେଳବାଇ ସାରା ଦେଶରେ ୨ ହଜାର ରେଳ ଷ୍ଟେସନରେ ସୁଲଭ ଷ୍ଟୋର ସ୍ଥାପନ କରିବ, ଯେଉଁଠାରେ ମୌଳିକ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ହେବ। 
  9. ଅମୁଲ୍‌‌  କ୍ଷୀର ଦାମ୍‌‌ ବୃଦ୍ଧି କରିଥିବା ନେଇ ଶୁକ୍ରବାର ଜଣାପଡିଛି। ପ୍ରତି ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି। ଗୁଜରାଟ କୋପରେଟିଭ୍‌‌ ମିଲ୍କ ମାର୍କେଟିଂ ଫେଡରେସନ ହିଁ ଅମୁଲ୍‌‌ ବ୍ରାଣ୍ଡରେ କ୍ଷୀର ବ୍ୟବସାୟ କରିଥାଏ। ଏହା ଅମୁଲ୍‌‌ କ୍ଷୀରର ଦାମ୍‌‌ ବୃଦ୍ଧି ନେଇ ଘୋଷଣା କରିଛି।
  10. ପିପିଲି ଅଞ୍ଚଳର ଖ୍ୟାତିସଂପନ୍ନ ଚାନ୍ଦୁଆ କାରିଗର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ କଳାକୃତି ସମ୍ମାନ-୨୦୨୦ ମିଳିଛି।
  11. ଟିଟିଲାଗଡ଼ ସହର ସ୍ଥିତ ଆଇ ଲଭ୍ ଟିଟିଲାଗଡ଼ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ୩୧ ଲକ୍ଷ ୨୭ ହଜାର ପାଞ୍ଚ ଶହ ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏଥିସହ ଘଟଣାରେ ଜଣକୁ ଗିରଫ କରି ଆଜି ଟିଟିଲାଗଡ଼ କୋର୍ଟ ଚାଲାଣ କରାଯାଇଛି।
  12. ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାରପ୍ରାପ୍ତ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କର ୯୨ ବର୍ଷ ଗୁରୁବାର ମଧ୍ୟରାତ୍ର ସମୟରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।
  13. ଆଜ ଏକ ଜନସ୍ବାର୍ଥ ମାମଲା ଜରିଆରେ ‘ଆଦାନି ଏଣ୍ଟର୍‌ପ୍ରାଇଜେସ୍‌’ ମାମଲା ସୁପ୍ରିମ୍‌ କ‌ୋର୍ଟରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ ବିରୋଧରେ ତଦନ୍ତ କରାଯାଉ ବ‌ୋଲି ଉକ୍ତ ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।
  14. ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନି ଗ୍ରୁପ୍‌ର ଅଡ଼ୁଆ ଗେବଢ଼ିବାରେ ଲାଗିଛି। ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟରେ ହେଉଥିବା ହ୍ରାସକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଚିନ୍ତିତ ହୋଇପଡ଼ିଛି।
  15. ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନ ଅନୁସାରେ ୨୦୨୭ ସୁଦ୍ଧା ଜର୍ମାନି ଓ ଜାପାନ ଅର୍ଥନୀତିକୁ ଅତିକ୍ରମ କରି ଭାରତ ତୃତୀୟ ସ୍ଥାନରେ ପହଞ୍ଚିବ।
  16. ଗତ କିଛି ଦିନ ଦିନରେ ଏହାର ତାଲିକାଭୁକ୍ତ କଂପାନିଗୁଡ଼ିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସପାଉଛି। ଫଳରେ ଆଦାନି ଗ୍ରୁପ୍ ୮ ଲକ୍ଷ କୋଟି ଟଙ୍କା ହରାଇଲାଣି।
  17. କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି। ୧୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ।
  18. ୟୁପିଏସିସି   କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବ। ରହିବା ସୁବିଧା ମଧ୍ୟ ରହିବ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଶାୟୀଙ୍କୁ ଚୟନ କରାଯିବ। ଫେବୃଆରୀ ୨୬ରେ ଏଣ୍ଟ୍ରାସ  ହେବ । ଏନେଇ ସାମ୍ସ ପୋର୍ଟାଲରେ  ମୋଡୁଳ ଡେଭଲପ କରିବାକୁ ଉଚ୍ଚ ଶିକ୍ଷା ବିଭାଗ OCAC କୁ ଚିଠି ଲେଖିଛି।
  19. କ୍ଷମତାସୀନ ଏଲଡିଏଫ ସରକାର ଲୋକଙ୍କ ଠାରୁ ସାମାଜିକ ସୁରକ୍ଷା ନାଁରେ ସେସ୍‌ ଆଦାୟ କରିବେ। ପେଟ୍ରୋଲ ଓ ଡିଜେଲ ପାଇଁ ଲିଟର ପିଛା ୨ ଟଙ୍କା ସେସ୍‌ ଦେବାକୁ ପଡ଼ିବ। ଏହାଦ୍ୱାରା ରାଜ୍ୟ ସରକାର ୭୫୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।
  20. ଡିସେମ୍ବର ମାସରେ କଲେଜିୟମ ୩ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଓ ୨ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପ୍ରମୋସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। ଏବେ କେନ୍ଦ୍ର ସରକାର ଏହି ସୁପାରିସ ଅନୁଯାୟୀ ୫ ବିଚାରପତିଙ୍କ ନାଁ ଉପରେ ମୋହର ମାରିବେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.