• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି), ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ସୂଚନା ଦେଇଛନ୍ତି।
  2. ରାମଦେବ ବାଡମେରରେ ଏକ ଧାର୍ମିକ ସମାବେଶକୁ ସମ୍ବୋଧିତ କରିବାବେଳେ ଇସଲାମ ଏବଂ ମୁସଲମାନମାନଙ୍କ ବିରୋଧରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ ଇସଲାମ ଧର୍ମରେ କେବଳ ନମାଜ ଅର୍ପଣ କରିବା। ତେଣୁ ମୁସଲମାନମାନଙ୍କ ପାଇଁ କେବଳ ନମାଜ ଅର୍ପଣ କରିବା ଠିକ ଏବଂ ନମାଜ ଅର୍ପଣ କରିବା ପରେ ତୁମେ ଯାହା ବି କର, ସବୁକିଛି ଯଥାର୍ଥ ଅଟେ।
  3. ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଆଗକୁ ସେନାରେ ଯୋଗଦେବାକୁ ଇଚ୍ଛୁକ ପ୍ରାର୍ଥିମାନେ ପ୍ରଥମେ ନିର୍ଦ୍ଧିଷ୍ଟ କେନ୍ଦ୍ରଗୁଡ଼ିକରେ ଏକ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ।
  4. ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି।
  5. ପାକିସ୍ତାନକୁ ଆର୍ଥିକ ଦୁର୍ଗତିର ବଞ୍ଚାଇବା ପାଇଁ କୌଣସି ରାଷ୍ଟ୍ର ସାମ୍ନାକୁ ଆସି ନଥିବା ବେଳେ ଏବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍) ହିଁ ପାକିସ୍ତାନ ପାଇଁ ସାହା ଭରସା ହୋଇଛି।
  6. ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି । ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି ।
  7. ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି ।
  8. ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷିତ ହୋଇଛି।
  9. ୨୦୨୨ ବର୍ଷ ପାଇଁ ଧର୍ମପଦ ପୁରସ୍କାର ପାଇବେ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ।
  10. ବିଶିଷ୍ଟ ଭାସ୍କର୍ୟ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ସମ୍ମାନରେ ସମ୍ମାନିତ କରାଯିବ।
  11. କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟ୍‍ରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
  12. ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି ।
  13. ରାଜ୍ୟର ବିଭିନ୍ନ ଜିଲାରେ ୧୧ଟି କର୍କଟ କେନ୍ଦ୍ର ସ୍ବୟଂସମ୍ପୂର୍ଣ୍ଣଭାବେ କାର୍ଯ୍ୟ କରିବ। ଶେଷ ପର୍ଯ୍ୟାୟରେ କାର୍ଯ୍ୟ ରହିଥିବାବେଳେ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ।
  14. ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସାଇଦିତ୍ୟ ବିପ୍ଲବ କେଶରୀ ପ୍ରଧାନଙ୍କୁ ଅର୍ଚ୍ଚନାଙ୍କ ସ୍ଥାନକୁ ବଦଳି ହୋଇଛି
  15. ଫେବ୍ରୁଆରୀ ୧୮ ତାରିଖରେ ପଡ଼ୁଛି ମହାଶିବ ରାତ୍ରୀ। କଟକ ଜିଲ୍ଲା ପ୍ରଶାସନ। ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି-ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ। ଆଜି ବସିଥିବା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି
  16.  କେନ୍ଦ୍ର ବଜେଟ୍ ୨୦୨୩-୨୪ରେ ଭାରତ ସରକାର ଆଫଗାନିସ୍ତାନ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନମାନେ କାବୁଲ ଅଧିକାର କରିବା ପରେ ତାଲିବାନ ସରକାରକୁ ଭାରତ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ଆର୍ଥିକ ସାହାଯ୍ୟ ଅବ୍ୟାହତ ରଖି
  17. ମାତ୍ର ଦଶ ବର୍ଷ ବୟସରେ ପ୍ରଥମ ପୁସ୍ତକ ‘ଟ୍ରେଜର୍‌ ଅଫ୍‌ ସର୍ଟ ଷ୍ଟୋରିଜ୍’ ରଚନା କରି ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ଝିଅ ଅନନ୍ତିନୀ (ଝୁମ୍ପା) ମିଶ୍ର  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
  18. ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଛନ୍ତି। 
  19. ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଖେଳାଳି ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଅଭ୍ୟାସ କରୁଛନ୍ତି। 
  20. ଫେବୃୟାରୀ ୯ରୁ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଅଷ୍ଟ୍ରେଲିଆ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଉପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ ନିର୍ଭର କରୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.