• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅମୃତ କାଳ ସମୟରେ ଦେଶ ନୂତନ ସଂଜ୍ଞା ଏବଂ ବ୍ୟବସ୍ଥା ସୃଷ୍ଟି କରୁଛି। କ୍ରୀଡ଼ାକୁ ବର୍ତ୍ତମାନ ସରକାରୀ ଦୃଷ୍ଟିକୋଣ ନୁହେଁ, ଖେଳାଳିଙ୍କ ଦୃଷ୍ଟିରୁ ଦେଖାଯାଉଛି। ଜୟପୁର ମହାଖେଳ ସମାରୋହରେ ଉଦବୋଧନ ଦେବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି।
  2. ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଆମେ ଅସନ୍ତୋଷ ବ୍ୟକ୍ତ କରୁଛୁ।‘
  3. ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।ପରଭେଜ୍ ମୁଶାରଫ୍‌ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ ।
  4. ସୁରକ୍ଷାକୁ ଦର୍ଶାଇ କେନ୍ଦ୍ର ସରକାର ଚାଇନା ସହିତ ଲିଙ୍କ ଥିବା ଦର୍ଶାଇ ୨୦୦ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ରହିଛି ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ ।
  5. ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା ଅନୁସାରେ  ଏହି ପରୀକ୍ଷା ମାର୍ଚ୍ଚ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ତେବେ ଏହି ପରୀକ୍ଷା ସକାଳ ୮ ରେ ଆରମ୍ଭ ହୋଇ ୧୦ ଟାରେ ସରିବା ନେଇ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି ।
  6. ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି ।
  7. କ୍ରମାଗତ ତୃତୀୟ ଥର ପାଇଁ ସଂସଦକୁ ନିର୍ବାଚିତ (୨୦୦୯ରୁ ୧୯ ମଧ୍ୟରେ) ହୋଇଥିବା ୭୧ ସାଂସଦଙ୍କ ସମ୍ପତ୍ତି ହାରାହାରି ୨୮୬ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତ୍ୟେକ ସାଂସଦଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୧୭.୧୯ କୋଟି ଟଙ୍କା ବଢ଼ିଛି। ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
  8. ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚି ଯାଇଛି। ଶୀତ ୪୨ ବର୍ଷରେ ରେକର୍ଡ ଭାଙ୍ଗିଦେଇଛି। ତାପମାତ୍ରା ହ୍ରାସକୁ ଦେଖି ନ୍ୟୁ ଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ ହାମ୍ପସାୟର ଏବଂ ମେନର ପ୍ରାୟ ୧୬ ନିୟୁତ ଲୋକଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ବୋଷ୍ଟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି। ଅନେକ ରାଜ୍ୟରେ ସ୍କୁଲ୍‌ ବନ୍ଦ କରିଦିଆଯାଇଛି।
  9. ଭାରତ ଓ ଆମେରିକା ମଧ୍ୟରେ ନିଜର ପ୍ରତିରକ୍ଷା ଓ ଟେ‌କ୍ନୋଲୋଜିକୁ ବୃଦ୍ଧି କରିବା ପାଇଁ ଇନିସିଏଟିଭ ଅନ କ୍ରିଟିକାଲ ଏଣ୍ଡ ଇମର୍ଜିଂ ଟେ‌କ୍ନୋଲୋଜି ବା ଆଇସିଇଟି ନାମରେ ଏକ ଚୁ୍କ୍ତି ହୋଇଛି ।
  10. ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ(  ଟିଏମ୍‌ସି)ର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
  11. ଶନିବାର ଦିନ ଲଣ୍ଡନରେ ଆୟୋଜିତ ଭାରତୀୟ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଏବଂ ତାଙ୍କର ବ୍ରିଟିସ୍‌ ପ୍ରତିପକ୍ଷ ଟିମ୍‌ ବାରୋଙ୍କ ବାର୍ଷିକ ଦ୍ବିପାକ୍ଷିକ  ବୈଠକରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ ଯୋଗ ଦେଇଥିବା କଥା ଭାରତୀୟ ହାଇକମିସନ୍‌ କହିଛି।
  12. ଶକ୍ତି ଏବଂ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ଆର.କେ. ସିଂହ ବେଙ୍ଗାଲୁରୁରେ ପ୍ରଥମ ଏନର୍ଜି ଟ୍ରାନ୍ସଜେନ୍ସ ୱାର୍କିଂ ଗ୍ରୁପ୍ ବୈଠକରେ ସେ କହିଛନ୍ତି ଯେ ଭାରତ ୨୦୩୦ ସୁଦ୍ଧା ୨୦୦୫ ସ୍ଥରରୁ ଜିଡିପିର ନିର୍ଗମନ ତୀବ୍ରତାକୁ ୪୫ ପ୍ରତିଶତ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ। 
  13. ଆଦାନି ଗ୍ରୁପ୍‌‌ ବିରୁଦ୍ଧରେ ହିଣ୍ଡେନ୍‌‌ବର୍ଗ ରିପୋର୍ଟ ଯେଉଁ ଅଭିଯୋଗ ଆଣିଛି, ସେଥିରେ କୁହାଯାଇଛି ଯେ ଆଦାନି ଗ୍ରୁପ୍‌‌ ବିଦେଶରେ ପ୍ରାୟ ୨୯ଟି ନକଲି କମ୍ପାନୀ ଖୋଲି ସେହି କମ୍ପାନୀଗୁଡିକ ଜରିଆରେ ଆଦାନି ଗ୍ରୁପ୍‌‌ କମ୍ପାନୀର ସେୟାରକୁ ଅଧିକ ମୂଲ୍ୟରେ କ୍ରୟକରି ବଜାରରେ ତାହାର ମୂଲ୍ୟାୟନ ଅଯଥାରେ ବୃଦ୍ଧି କରିଛି।
  14. ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତଥୟ ଅନୁଯାୟୀ, ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ମାଂସ ଭଳି ନଷ୍ଟ ହେଉଥିବା ଜିନିଷକୁ ରେଫ୍ରିଜରେଟରରେ ରଖିବା ଉଚିତ୍। ଆହୁରି ମଧ୍ୟ, ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ଖାଇବା ଉଚିତ୍ । ସେହିପରି ଫଳ ଓ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ଗଚ୍ଛିତ ହୋଇପାରିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଉପରେ ତିନିରୁ ଚାରି ଦିନ ପରେ ଜୀବାଣୁ ବଢିବା ଆରମ୍ଭ କରନ୍ତି।
  15. ଚୀନର ହୁନାନ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ମାତ୍ର ୧୦ ମିନିଟ ମଧ୍ୟରେ ଏକସଙ୍ଗେ ପରସ୍ପର ସହ ୪୬ଟି ଯାନ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ୧୬ ଜଣଙ୍କ ଜୀବନ ଚାଲିଯିବା ସହ ୬୬ ଜଣଙ୍କ ଅବସ୍ଥା ଶୋଚନୀୟ ରହିଥିଲା ।
  16. ବିହାର ତଥା ଆଇଏଏସ୍ ଅଧିକାରୀ ଆମୀର ସୁଭାନୀଙ୍କ ସହ ସାଇବର ଠକେଇର ଘଟଣା କରିଛନ୍ତି। ମୁଖ୍ୟ ସଚିବଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କାରବାର କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେତେବେଳେ ଏହି ଟଙ୍କା ଟ୍ରାନ୍ସଫର କରାଯାଉଥିଲା, ବ୍ୟାଙ୍କରୁ କୌଣସି ଓଟିପିମୁଖ୍ୟ ସଚିବଙ୍କ ମୋବାଇଲରେ ଆସି ନଥିଲା, କିନ୍ତୁ ଟଙ୍କା ଟ୍ରାନ୍ସଫର ହେବା ମାତ୍ରେ ମୁଖ୍ୟ ସଚିବଙ୍କ ମୋବାଇଲରେ ଏହାର ବାର୍ତ୍ତା ଆସିଥିଲା।
  17. କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବେ। ସରକାରଙ୍କ ଦ୍ୱାରା ୭ମ ବେତନ କମିଶନ ଅନ୍ତର୍ଗତ ମହଙ୍ଗା ଭତ୍ତା ବର୍ତ୍ତମାନର ୪ ପ୍ରତିଶତ ବୃଦ୍ଧି ହେବ। ଫଳରେ ଏହା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ।
  18. ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।
  19. ପୂର୍ବବର୍ଷ ତୁଳନାରେ ଦେଶରେ ସାମଗ୍ରିକ କୋଇଲା ଉପତ୍ାଦନ ୧୨.୯୪ ପ୍ରତିଶତ ବୃଦ୍ଧି ହୋଇ ୮୯.୯୬ ମିଲିୟନ୍‌ ଟନ୍‌ରେ ପହଞ୍ଚଛି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
  20. ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭେଟେରାନ ବୋଲର୍‌ ଝୁଲଣ ଗୋସ୍ବାମୀଙ୍କୁ ଆସନ୍ତା ମହିଳା ପ୍ରିମିୟରଲିଗ୍‌(ଡବ୍ଲ୍ୟୁଏଏଲ୍‌)ର ଉଦ୍‌ଘାଟନୀ ସିଜନ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ପରାମର୍ଶଦାତା ଏବଂ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.