• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟର ଆଉ ୫ ନୂଆ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି। ନବ ନିଯୁକ୍ତ ବିଚାରପତିଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଶପଥ ପାଠ କରାଇଛନ୍ତି। ଏହାପରେ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।
  2. ତୁର୍କୀ ଓ ସିରିଆରେ ସୋମବାର ଅନୁଭବ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଏବେ ମୃତ୍ୟୁ ସଂଖ୍ୟା ୫୨୧କୁ ବୃଦ୍ଧି ପାଇଛି।
  3. ଦିଲ୍ଲୀ ସରକାରଙ୍କ ଟ୍ରେନରେ ତୀର୍ଥଯାତ୍ରା କରାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅନୁଯାୟୀ ମାର୍ଚ୍ଚରୁ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିମାନ ଯୋଗେ ତୀର୍ଥଯାତ୍ରା ପାଇଁ ପଠାଯିବ।
  4. ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ବିମାନ ଚଳାଚଳ (ଡିଜିସିଏ) ଏୟାର ଭିସ୍ତାରାକୁ ଏକ ବଡ଼ ଝଟ୍‌କା ଦେଇଛି। ଭିସ୍ତାରା ଉପରେ ଡିଜିସିଏ ୭୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ତୁମାକୁରୁ ଜିଲାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ୍‌)ର ହେଲିକପ୍ଟର ଫ୍ୟାକ୍ଟ୍ରିକୁ ସୋମବାର ଉଦ୍‌ଘାଟନ କରିଛନ୍ତି।
  6. ତୃତୀୟଥର ପାଇଁ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ସ୍ଥଗିତ। ନିର୍ବାଚନ ପୂର୍ବରୁ ଭାଜପା ଏବଂ ଆପ ସଦସ୍ୟମାନେ ଗୃହରେ ବିକ୍ଷୋପ ପଦର୍ଶନ କରିଥିଲେ।
  7. କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଦେଶରେ ବିମାନ ଅବତରଣ କରିବା ଭଳି ୨୬ଟି ସଡ଼କ ନିର୍ମାଣ କରାଯାଉଛି। ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି।
  8. ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ ।
  9. ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସିସୋର ଚିଟ୍‌ଫଣ୍ଡ ଘଟଣାକୁ ନେଇ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଶ୍ରୀ ଜେନା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
  10. ଆତ୍ମନିର୍ଭର ଭାରତ ଦିଗରେ ସୋମବାର ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ନୌସେନାର ପାଇଲଟମାନେ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ଏଲସିଏ ବା ତେଜସର ନାଭାଲ ଭାରିଆଣ୍ଟକୁ ସଫଳତାର ସହ ଅବତରଣ କରାଇଛନ୍ତି ।
  11. ଆମେରିକୀୟ କମ୍ପ୍ୟୁଟର ହାର୍ଡଓ୍ବାର କମ୍ପାନି ଡେଲ୍ ଟେକନଲୋଜୀ ପକ୍ଷରୁ ପ୍ରାୟ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରାଯିବା ବିଷୟରେ ଘୋଷଣା କରାଯାଇଛି ।
  12. ୨୦୨୨ରେ ଭାରତୀୟମାନେ ଦୁବାଇର ବିଭିନ୍ନ ସ୍ଥାନରେ ଘର କିଣିବାରେ ୩୫ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ବିଶ୍ବର ସୁଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଥିବା ଅଞ୍ଚଳରେ ସେମାନେ ଅଧିକ ଘର କିଣିଛନ୍ତି।
  13. ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ନିକଟରେ ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ଭଳି ହ୍ରାସ ଘଟିଛି।
  14. ଦେଶର ଜଣେ ପ୍ରମୁଖ ଧନୀ ତଥା ଡିମାର୍ଟର ପ୍ରତିଷ୍ଠାତା ରାଧାକୃଷ୍ଣ ଦମାନି ଓ ତାଙ୍କ ପରିବାର ସଦସ୍ୟମାନେ ୧୨୦୦ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ୨୩ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ପ୍ରତି ଆପାର୍ଟମେଣ୍ଟ୍‌ ୫୦୦୦ ବର୍ଗଫୁଟ୍‌ରେ ତିଆରି କରାଯାଇଥିବା ବେଳେ ଆପାର୍ଟମେଣ୍ଟ୍‌ ପିଛା ଦାମ୍ ୫୦-୬୦ କୋଟି ଟଙ୍କା ରହିଛି।
  15. ବିଶ୍ବର ପ୍ରଯୁକ୍ତି ଶିଳ୍ପରେ ବ୍ୟାପକ ଛଟେଇ ଚାଲିଥିବା ବେଳେ ରାଜ୍ୟର ଅନ୍ୟତମ ଆଇଟି କଂପାନି ତତ୍ତ୍ବ ଟେକ୍ନୋଲୋଜି ୫୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି।
  16. ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ |ଏହାପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରଯାପନ କରିବେ |ପରଦିନ ଅର୍ଥାତ ୧୧ ତାରିଖ ସକାଳେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଗସ୍ତ କରି ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଦ୍ଵିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିବେ | ସେହିଦିନ ହିଁ ଭୁବନେଶ୍ୱର ବିମାନବନରରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ |
  17. କେନ୍ଦ୍ର ସରକାର ଖୁବ୍ ଶୀଘ୍ର କମ୍‌ ମୂଲ୍ୟରେ ଅଟା ମଇଦା ଯୋଗାଣ ଆରମ୍ଭ କରିବାକୁ ଯାଉଛନ୍ତି। ଗ୍ରାହକମାନେ ଖୋଲା ବଜାର ବିକ୍ରୟ ଯୋଜନା ଅନ୍ତର୍ଗତ ଅଟା କିଲୋଗ୍ରାମ ପିଛା ୨୯ ଟଙ୍କା ୫୦ ପଇସାରେ କିଣିପାରିବେ। ସରକାର ଏହାକୁ ‘ଭାରତ ଅଟା’ ନାମରେ ବିକ୍ରି କରିବେ। ଏହାର ବିକ୍ରି ୬ ଫେବୃଆରୀରୁ ଆରମ୍ଭ ହେବ।
  18. ‘ବର୍ଣ୍ଣ’ ଓ ‘ଜାତି’ ପ୍ରଥାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ପରି ଧାରଣାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ । ନାଗପୁରରେ ଏକ ପୁସ୍ତିକା ଉନ୍ମୋଚନ ସମୟରେ ସେ ଏହି ମନ୍ତବ୍ଯ ଦେଇଛନ୍ତି ମୋହନ ଭାଗବତ ।
  19. ସମବାୟ ଆପେକ୍ସ ସୋସାଇଟି ନିର୍ବାଚନ ନେଇ ବିଜେଡି ଦାୟିତ୍ବ ବଣ୍ଟନ କରିଛି। ୧୬ ଆପେକ୍ସ ସୋସାଇଟି ନିର୍ବାଚନ ଦାୟିତ୍ବରେ ୨୫ ନେତାକୁ ନିଯୁକ୍ତ କରାଯାଇଛି। ଫେବୃଆରୀ ୨୬ରେ ୨୧ ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
  20. ଟୁଇନ୍‌ସିଟି କଟକ-ଭୁବନେଶ୍ବର ମଧ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମହିଳା ବସ୍‌ ସେବା। ରାଜଧାନୀ ଭୁବନେଶ୍ବର ଏବଂ କଟକ ମଧ୍ୟରେ ମହିଳା ବସ୍‌ ସେବା ପୁନଃ ଆରମ୍ଭ କରିବାକୁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ ନିଗମ(OSRTC)କୁ ନିର୍ଦେଶ ଦିଆଯାଇଛି। ୨୦୧୩ରେ ରାଜ୍ୟ ସରକାର ଏହି ସେବା ଆରମ୍ଭ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.