• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆସନ୍ତା ମାସରୁ ଆରମ୍ଭ ହେବ। 
  2. 2. ଶୁକ୍ରବାର ରାଜ୍ୟ ବିଧାନସଭାରେ ୨୦୨୩-୨୪ ବଜେଟ ଉପସ୍ଥାପନ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଶୁକ୍ରବାର ଅଯୋଧ୍ୟା ପରେ କର୍ନାଟକରେ ମଧ୍ୟ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ।
  3. 3. ଲକ୍ଷ୍ନୌସ୍ଥିତ ବାବା ଭୀମ ରାଓ ଆମ୍ବେଦକରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜନପ୍ରିୟ ବିଜ୍ଞାନ ଲେଖକ ତଥା ବିଜ୍ଞାନ ସଞ୍ଚାରକ ବିରାଟ ରାଜା ପଧାନଙ୍କୁ ପ୍ରଫେସର ହରିଶଙ୍କର ଶ୍ରୀବାସ୍ତବ ଜାତୀୟ ବିଜ୍ଞାନ ସଂଚାରକ ପୁରସ୍କାର ପ୍ରଦାନ କରାଯାଇଛି।
  4. 4. ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।
  5. 5. ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ ହୋଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
  6. 6. ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସଂସ୍କାରରେ ଅନେକ ଅଗ୍ରଗତି ହୋଇଛି
  7. 7. ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଆଦାନି-ହିଣ୍ଡେନବର୍ଗ ମାମଲା ତଦନ୍ତରେ ଆମେ ସ୍ୱଚ୍ଛତା ଚାହୁଁଛୁ। ତେଣୁ କେନ୍ଦ୍ରର ପରାମର୍ଶ ଗ୍ରହଣ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି ଯଦି ଆପଣ ଦେଇଥିବା ନାମ ଅନ୍ୟ ପକ୍ଷକୁ ଦିଆଯାଇନଥାଏ, ତେବେ ସ୍ୱଚ୍ଛତାର ଅଭାବ ରହିବ। ସେଥିପାଇଁ ଆମେ ଆମ ତରଫରୁ ଏକ ବିଶେଷଜ୍ଞ କମିଟି ଗଠନ କରିବୁ। ସେ କହିଛନ୍ତି ଯେ ଆମେ ଏନେଇ ରାୟ ସଂରକ୍ଷିତ ରଖିଛୁ।
  8. 8. ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ଦଳ ନାମରେ ନାମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଶିବସେନାର ଦଳୀୟ ଚିହ୍ନ ଧନୁ-ତୀର ମଧ୍ୟ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି। ଏହା ଫଳରେ ଶିବସେନା ଦଳ ଠାକରେ ପରିବାର ହାତରୁ ଖସିଯାଇଛି।
  9. 9. ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଥମ ବୈଠକରେ ହିଁ ଏମସିଡି ମେୟର ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୨୪ ଘଣ୍ଟା ମଧ୍ୟରେ ନୋଟିସ ଜାରି କରିବାକୁ କହିଛନ୍ତି କୋର୍ଟ। ଏହାଛଡ଼ା ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।
  10. 10. ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲପାଇଁ ବିସିସିଆଇ ଘୋଷଣା କରିଛି ମ୍ୟାଚ ସୂଚୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ ୨୮ ତାରିଖରେ ଫାଇନାଲ ଖେଳାଯିବ।  ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ  ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।
  11. 11. ରାଜଧାନୀ ଉପକଣ୍ଠ ଜାମୁଝରିକୁ ଉଠିଯିବ ଝାରପଡା ଜେଲ ସହର ଭିତରୁ ଜେଲ ଉଠାଇବାକୁ ଜେଲ ବିଭାଗର ପ୍ରୟାସ। ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ହେବ ଜେଲ।  ଜେଲରେ ବ୍ୟବହାର ହେବ ବାୟୋମ୍ୟାଟ୍ରିକ ସିଷ୍ଟମ। ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ ।
  12. 12. ଭାରତ ଓ ଜାପାନର ସୈନ୍ୟବାହିନୀ ଆଜିଠାରୁ ଚତୁର୍ଥ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଜାପାନର ଶିଗା ପ୍ରଦେଶର ଇମାଜୁ କ୍ୟାମ୍ପରେ ‘ଏକ୍ସ ଧର୍ମ ଗାର୍ଡିୟାନ୍‌’ ନାମରେ ଆୟୋଜିତ ଏହି ସମରାଭ୍ୟାସ ମାର୍ଚ୍ଚ ୨ ତାରିଖରେ ଶେଷ ହେବ
  13. 13. ବିଦେଶରୁ ଭାରତୀୟମାନଙ୍କ ନିକଟକୁ ଅର୍ଥ ପଠାଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏଥିପାଇଁ ଏଫସିଆରଏ (ବିଦେଶୀ ମୁଦ୍ରା ନିୟନ୍ତ୍ରଣ ଆଇନ) ସଂପର୍କିତ କାରବାର ପାଇଁ ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିଛି।
  14. 14. ଖର୍ଚ୍ଚ କାଟ କରିବା ଲାଗି ଭାରତରେ ଥିବା ୩ଟି ଅଫିସ୍‌ରୁ ୨ଟି ଅଫିସ୍‌ ବନ୍ଦ କରି କର୍ମଚାରୀମାନଙ୍କୁ ଘରୁ କାମ କରିବା ଲାଗି ଟୁଇଟର୍‌ ଇନ୍‌କର୍ପୋରେଟେଡ୍‌କହିଥିବା କଥା ବ୍ଲୁମ୍‌ବର୍ଗରିପୋର୍ଟ କରିଛି। ସମ୍ପ୍ରତି ନୂଆଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳୟକୁ ମଧ୍ୟ ଟୁଇଟର୍‌ବନ୍ଦ କରି ଦେଇଛି। ଏବେ କେବଳ ବେଙ୍ଗାଲୁରୁରେ ଥିବା ଅଫିସ୍‌ଟି ଚାଲୁଛି ଏବଂ ସେଥିରେ ଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଞ୍ଜିନିୟର୍‌।
  15. 15. ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁଯାୟୀ, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩କୋଟି ୩୨ ଲକ୍ଷ ୮୭ ହଜାର ୨୯୦ରେ ପହଁଚିଛି ।
  16. 16.  ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍‌ ମା କିଛି ଦିନ ତଳେ ନିଖୋଜ ହୋଇଥିଲେ । ସରକାରଙ୍କ କିଛି ନୀତିକୁ ବିରୋଧ ପରେ ସେ ନିଖୋଜ ହୋଇଥିବା ସୂଚନା ମିଳିଥିଲା ।
  17. 17. ଭାରତୀୟ ବଂଶୋଦ୍ଭବ ନୀଲ୍‌ ମୋହନଙ୍କୁ ୟୁଟ୍ୟୁବର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ସୁସାନ୍‌ ଓ୍ୱେଜସିକି ୟୁଟ୍ୟୁବର ମୁଖ୍ୟ ଥିଲେ ।
  18. 18. କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବନି ବୋଲି ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି. ଆନ୍ଧ୍ର ବିଭାଜନ ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଛି।
  19. 19. ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ପାଇବେ ଭାରତର ବିଶିଷ୍ଟ ସମାଜସେବୀ ରାଜଗୋପାଳ ପି.ଭି.। ପ୍ରଖ୍ୟାତ ଗାନ୍ଧୀବାଦୀ ଓ ସର୍ବୋଦୟୀ ନେତା ତଥା ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ସଂଗଠନ ଏକତା ପରିଷଦର ପ୍ରତିଷ୍ଠାତା ରାଜଗୋପାଳଙ୍କୁ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ଦୁନିଆର ପ୍ରତିଷ୍ଠିତ ସଂସ୍ଥା ନିୱାନୋ ପିସ୍‌ ଫାଉଣ୍ଡେସନ୍‌, ଜାପାନ ତରଫରୁ ଏହି ପୁରସ୍କାର ମିଳିବ।
  20. 20. ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.