• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରାୟ ଏକ ବର୍ଷ ଧରି ଯୁଦ୍ଧ ବନ୍ଦ ହେଇନି ବରଂ ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି।
  2. 2. ଭାରତୀୟ ବଂଶୋଭବ ପ୍ରଫେସର ମେଘନା ପଣ୍ଡିତଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲ (OUH) ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେଶନ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ କରାଯାଇଛି। 
  3. 3. ବଣୁଆ ଗୋରୁଙ୍କୁ ମାରିବା ପାଇଁ ଆମେରିକାର ନ୍ୟୁ ମେକ୍ସିକୋକୁ ହେଲିକପ୍ଟର ପଠାଯିବ। ଦକ୍ଷିଣ ପଶ୍ଚିମ ନ୍ୟୁ ମେକ୍ସିକୋରେ ଚାରି ଦିନିଆ ଅପରେଶନରେ ଆମେରିକୀୟ ଶୁଟରମାନେ ହେଲିକପ୍ଟରରୁ ୧୫୦ ବୁଲା ଗୋରୁଙ୍କୁ ଟାର୍ଗେଟ କରିବେ
  4. 4. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୮୦ବର୍ଷ ) ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଡ୍ୟୁଟି ପାଇଁ ଫିଟ୍‌ ଅଟନ୍ତି। ତାଙ୍କୁ ପରୀକ୍ଷା କରୁଥିବା ଡାକ୍ତରମାନେ ଏହା କହିଛନ୍ତି। 
  5. 5. ମୋଦୀ ସରକାରଙ୍କ ଗତ ୯ ବର୍ଷର ଶାସନ କାଳ ମଧ୍ୟରେ ଦେଶର ବିକାଶ ଦ୍ରୁତଗତିରେ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇକୋନୋମିକ ଟାଇମ୍ସ ପକ୍ଷରୁ ଆୟୋଜିତ ଗ୍ଲୋବାଲ ବିଜ୍‌ନେସ୍ ସମିଟ୍‌ରେ ଉଦ୍‌ବୋଧନ ଦେଇ କହିଛନ୍ତି। ଗତ ୯ ବର୍ଷ ମଧ୍ୟରେ ୩ କୋଟି ଲୋକଙ୍କୁ ଘର ପ୍ରଦାନ କରାଯାଇଛି।
  6. 6. ଦିଲ୍ଲୀର ଉପରାଜ୍ୟପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫେବୃଆରୀ ୨୨ ସକାଳ ୧୧ଟା ସମୟରେ ଦିଲ୍ଲୀ ମେୟର ନିର୍ବାଚନ କରିବାକୁ ନିର୍ଦେଶ ଦେଇଛନ୍ତି ।
  7. 7. ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନୀତି ଅଭାବରୁ ଜଣେ କଏଦୀଙ୍କୁ ଯନ୍ତ୍ରଣା ଭୋଗିବାକୁ ଦିଆଯାଇପାରିବ ନାହିଁ ଏବଂ ବନ୍ଦୀମାନଙ୍କର ମୌଳିକ ଅଧିକାର ପ୍ରତି ଅଣଦେଖା କରୁଥିବା କର୍ତ୍ତୃପକ୍ଷଙ୍କୁ ଜାଗ୍ରତ କରିବା ପାଇଁ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ। ଜେଲରେ ଥିବା ସମୟରେ ଜଣେ କଏଦୀଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣର ମୂଲ୍ୟାଙ୍କନ ଏବଂ ପରିମାଣ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବାବେଳେ କୋର୍ଟ ଏହା କହିଛନ୍ତି।
  8. 8. ମହାରାଷ୍ଟ୍ରର ୨୦ତମ ରାଜ୍ୟପାଳ ଭାବରେ ରମେଶ ବୈସ  ଶନିବାର ଦିନ ଶପଥ ଗ୍ରହଣ କରିଛନ୍ତି।
  9. 9. ଓଡ଼ିଆ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ମିଶ୍ରଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି।
  10. 10. ମେୟର ନିର୍ବାଚନରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି 
  11. 11.ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ଶିବସେନା ନାମ ଏବଂ ଧନୁତୀର ଚିହ୍ନ ପ୍ରଦାନ କରିଛନ୍ତି।
  12. 12.ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଯୁବ ଉଦ୍ୟୋଗୀ ଇଂ ଅଶ୍ୱିନୀ କୁମାର ମହାନ୍ତଙ୍କୁ ମିଳିଲା ରାଜ୍ୟ ସ୍ତରୀୟ କୃତି କୃଷକ ସମ୍ମାନ ୨୦୨୩।
  13. 13.ଡ୍ରୋନ୍‌ରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା। ଡ୍ରୋନ୍‌ରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାସ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ।
  14. 14.ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୧୯ ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।
  15. 15.ଜଳ-ଜନ ଅଭିଯାନ’ ଏମିତି ସମୟରେ ଆରମ୍ଭ କରାଯାଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ ଜଳର ଅଭାବ ଭବିଷ୍ୟତର ସଙ୍କଟ ଭାବରେ ଦେଖାଯାଉଛି । ଏକବିଂଶ ଶତାବ୍ଦୀର ପୃଥିବୀରେ ସୀମିତ ଉତ୍ସଗୁଡ଼ିକର ଗମ୍ଭୀରତାକୁ ଅନୁଭବ କରୁଛି । ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
  16. 16.ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ ଏହି ପରିମାଣ ରାଜ୍ୟମାନଙ୍କୁ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ପାଞ୍ଚ ବର୍ଷ ପାଇଁ ସ୍ଥିର ଜିଏସଟି କ୍ଷତିପୂରଣ ସେସ ମୁକ୍ତ କରିବେ। ସେହିପରି ପେନ୍ସିଲ ଧାରୁଆ କରୁଥିବା କଟର ଉପରେ ଜିଏସଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିବା ବ୍ୟତୀତ, ତରଳ ଗୁଡ ଉପରେ ଜିଏସଟି ହାର ମଧ୍ୟ ଶୂନକୁ ହ୍ରାସ କରାଯାଇଛି । ଯଦି ଏହି ତରଳ ଗୁଡକୁ ପ୍ୟାକେଜ୍ କରି ବିକ୍ରି କରାଯାଏ, ତେବେ ଏହା ଉପରେ ୫% ଜିଏସଟି ଆଦାୟ କରାଯିବ |
  17. 17.ସାରା ଦେଶରେ ଖୁବ୍‌ ଶୀଘ୍ର ଆରମ୍ଭ ହେଉଛି ୨୦୦ ରୁ ଅଧିକ ଫ୍ରି ଟୁ ଏୟାର ସାଟେଲାଇଟ୍‌। ଏବେ ଆପଣ ସାଟେଲାଇଟ ଚ୍ୟାନେଲକୁ ବିନା ସେଟ୍‌ଅପ୍‌ ବକ୍ସରେ ଟିଭିରେ ଚଲାଇପାରିବେ।
  18. 18.ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ ବସ୍ତାକୁ ନଷ୍ଟ କରିବାରେ ଓଡ଼ିଶା ପୁଲିସ ଆଗରେ ରହିଛି। ପୁଲିସ ୫୨୭ମାମଲାରେ ୯୫୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବା ବେଳେ ୪୧ଟି ମାମଲାରେ ୩୦କେଜି ୬୦୦ଗ୍ରାମର ବ୍ରାଉନସୁଗର ନଷ୍ଟ କରିଛି। ସେହିପରି ଏସ୍‌‌ଟିଏଫ ମଧ୍ୟ ଜବତ ନିଶାଦ୍ରବ୍ୟ ନଷ୍ଟ କରିବା ପକ୍ରିୟା ଜାରି ରହିଛି।
  19. 19.ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର ବୃଦ୍ଧି ପାଇଁ ରାଜ୍ୟ ସରକାର ପୁନଶ୍ଚ ସିଭିଲ ସର୍ଭିସ କୋଚିଂ ଦେବେ। ପୂର୍ବ ଭଳି ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ପିଲାଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବ।
  20. 20.ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ରେ ଭାରତକୁ ଶନିବାର ଇଂଲଣ୍ଡ ୧୧ ରନ୍‌ର ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.