• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି। ଫେବୃୟାରୀ ୧୩ ଏବଂ ୧୪ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି
  2. 2. ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନୌସେନା ସହିତ ଏହାର ଗଗନୟାନ ମିଶନର ଏକ ଅଂଶ ଭାବରେ ୱାଟର ସର୍ଭାଇଭାଲ ଟେଷ୍ଟ ସୁବିଧାର କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାରମ୍ଭିକ ପରୀକ୍ଷା ସମାପ୍ତ କରିଛି।
  3. 3. ଅଲ ଇଣ୍ଡିଆ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ (ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମହିଳାମାନଙ୍କୁ ମସଜିଦ ପ୍ରବେଶ କରି ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି।
  4. 4. ଉତ୍ତର ପ୍ରଦେଶରେ ୪ ବିବାହିତା ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଟଙ୍କା ନେଇ ନିଜ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।
  5. 5. ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି।
  6. 6. ଓଡିଶା ରାଜ୍ୟ ସରକାର ସୁଶାନ୍ତ କୁମାର ମହାନ୍ତିଙ୍କୁ ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି।
  7. 7. ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ଓଡ଼ିଶା ମାବବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅସୀମ ଅମିତାଭ ଦାସଙ୍କୁ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଭାବେ ନିଯୁକ୍ତି ମିଳିଛି।
  8. 8. ସୁପ୍ରିମକୋର୍ଟ ଆସନ୍ତାକାଲି (ଫେବୃଆରୀ ୧୦) ହିନ୍ଦେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ। ଆବେଦନରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ କମିଟି ଗଠନ କରି ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ପ୍ରାର୍ଥନା କରାଯାଇଛି।
  9. 9. ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ରାକ୍ଷୀଙ୍କ ଅଭିଯୋଗ ଆଧାରରେ ଆଦିଲଙ୍କୁ ଗିରଫ କରିଛି ଓସିୱାରା ପୁଲିସ।
  10. 10. ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଠାରେ ଗଞ୍ଜେଇ ଯାଞ୍ଚ ବେଳେ ଏକ ଯାତ୍ରୀବାହୀ ବସରୁ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି।
  11. 11. ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି । ଏହା ମଧ୍ୟରୁ ତୁର୍କୀରେ ୧୬,୧୭୦ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୧୧୨ ଜଣ ସିରିଆରେ ମୃତ୍ୟୁବରଣ କରିଛନ୍ତି ।
  12. 12. ୧୨ବର୍ଷ ମଧ୍ୟରେ ୧୬ଲକ୍ଷରୁ ଅଧିକ ଭାରତୀୟ ସେମାନଙ୍କ ଭାରତୀୟ ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତା ନେଇଛନ୍ତି। ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହା କହିଛନ୍ତି।
  13. 13. ସୁପ୍ରିମ୍‌ କୋର୍ଟରେ ଖୁବ୍‌ ଶୀଘ୍ର ପୂର୍ଣ୍ଣ ସଂଖ୍ୟାରେ ୩୪ ଜଣ ବିଚାରପତି ରହିବେ ଏବଂ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କ ପଦୋନ୍ନତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସର୍ବୋଚ୍ଚ ସରକାରୀ ସୂତ୍ରରୁ ସୂଚନା ମିଳିଛି।
  14. 14. ଓଡିଶା ରାଜ୍ୟର ୯ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ। ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୁରୀ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି, କେନ୍ଦ୍ରାପଡ଼ା, ବୌଦ୍ଧ, ଜଗତସିଂହପୁର ଓ ଦେବଗଡ଼ ଫାଇଲେରିଆ ମୁକ୍ତ ହେବ।
  15. 15.ଓଡିଶା ରାଜ୍ୟକୁ କେନ୍ଦ୍ରଠାରୁ ମିଳିଥିବା ୧ଲକ୍ଷ ପ୍ରିକସନ୍ ଡୋଜ୍ ଟିକା ଆଜି ଶେଷ ହୋଇଛି। ଆଉ ୧୪୦ ଡୋଜ୍ ବଳକା ଥିବା ବେଳେ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି।
  16. 16.ସମଗ୍ର ଓଡ଼ିଶାରେ ଆସନ୍ତା ୨୦୨୪ ସୁଦ୍ଧା ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ୫ଜି ସେବା ଆରମ୍ଭ ହେବ। ଏଥିପାଇଁ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ମୁଖ୍ୟ ତଥା ବରିଷ୍ଠ ଉପମହାନିର୍ଦ୍ଦେଶକ ବି.କେ.ନାୟକ କହିଛନ୍ତି, ଓଡ଼ିଶାରେ ଏ ପର୍ଯ୍ୟନ୍ତ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ୪ଜି ସେବା ଆରମ୍ଭ ହୋଇନାହିଁ ଏଥିପାଇଁ କାର୍ଯ୍ୟଚାଲିଛି।
  17. 17.ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିଜୟ ପରେ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
  18. 18.ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର । ୧୯ ତମ ଭାରତ ଅସ୍ମିତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସାଂସଦ ପ୍ରମିଳା ବିଶୋୟୀ ।
  19. 19.ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ୨୫  ଏକର ଲେଖାଏଁ ଜମି ଯୋଗାଇ ଦେବାକୁ ସଂସ୍ଥା ପକ୍ଷରୁ ଚିଠି ହୋଇଛି। ପ୍ରତି ଜିଲ୍ଲାରେ କର୍ମଜୀବୀ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ନିବାସ ବା ହଷ୍ଟେଲ ନିର୍ମାଣ ହେବ।  ଖୁବଶୀଘ୍ର ପୁରୀରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ କର୍ମଜୀବୀ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ନିବାସ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ।
  20. 20. ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ଏହାପରେ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ବର୍ଦ୍ଧିତ ଦରରେ ବିଏମସି ହୋଲଡିଂ ଟିକସ ଆଦାୟ କରି ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.