• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ୪୦ ବର୍ଷ ତଳର ରମାଦେବୀରେ ପଢିବା ଦିନ ମନେ ପକାଇଛନ୍ତି ରାଷ୍ଟ୍ରପତି । ଗରିବ ଚାଷୀର ଝିଅଠାରୁ ମୁଖ୍ୟନ୍ତ୍ରୀଙ୍କ ଝିଅ , ସବୁ ଏକାଠି ପଢୁଥିଲୁ । ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବିତ। ସେତେବେଳେ ଆର୍ଥିକ ସ୍ଥିତ ପାଇଁ କ୍ଯାଣ୍ଟିନରେ ଖାଉ ନ ଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଲିଯାଉଥିଲି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ ବଡକଥା ବୋଲି କହିଛନ୍ତି । ମୋ ଜୀବନର ଗତିପଥ ଏ ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି।
  2. 2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରି ଏବଂ ୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ଅଭିଯୋଗକୁ ଭାରତରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ କରାଯାଇଥିବା ଆବେଦନକୁ (ଶୁକ୍ରବାର) ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି।
  3. 3. ଭାରତରେ ପ୍ରଥମ ଥର ପାଇଁ ଲିଥିୟମ ଭଣ୍ଡାର ମିଳିଛି । କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫୯ ଲକ୍ଷ ଟନ୍ ଲିଥିଅମ ଗଚ୍ଛିତ ଥିବା ଜଣାପଡ଼ିଛି ।
  4. 4. ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଦ୍ବାରା ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ପରେ ଆମେରିକାରେ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ଏଥିପାଇଁ ଆଦାନୀ ଗ୍ରୁପ  ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି
  5. 5. କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ୨ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ସଂପର୍କରେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରେନ୍‌ ରିଜିଜୁ।
  6. 6. ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ୟୁୟୁ ଲଳିତ ଗୁରୁବାର କହିଛନ୍ତି ଯେ ବିଚାରପତି ନିଯୁକ୍ତି ପାଇଁ ଯେଉଁ କଲେଜିୟମ୍ ବ୍ୟବସ୍ଥା ରହିଛି, ସେଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ।
  7. 7. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ନୂତନ ରକେଟ ଏସ୍‌ଏସ୍‌ଏଲ୍‌ଭି-ଡି୨ (କ୍ଷୁଦ୍ର ସାଟେଲାଇଟ ଲଞ୍ଚ ଯାନ)କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି।
  8. 8. ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି।
  9. 9. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।
  10. 10. ଭାଲେଣ୍ଟାଇନ୍ ବଦଳରେ ‘କାଓ ହଗ୍ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାର। ହେଲେ ଏହାକୁ ନେଇ ନାନା ସମାଲୋଚନା ହେବା ପରେ ନିଷ୍ପତ୍ତି ବଦଳାଇଛି କେନ୍ଦ୍ର ସରକାରଙ୍କର ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ। କୌଣସି କାଓ ହଗ୍‌ ଡେ ପାଳନ କରାଯିବ ନାହିଁ।
  11. 11. ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’ । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ଯ ଅଗ୍ରଗତି ହେଉଛି । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
  12. 12. ୧୯୭୬ ବ୍ୟାଚ୍‌ର ଆଇଏଏସ ଅଫିସର ବିଜୟ ପଟ୍ଟନାୟକ। ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ୨୦୧୩ରେ ଅବସର ନେଇଥିଲେ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ।
  13. 13. ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି।
  14. 14. ଭୁବନେଶ୍ବରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ।
  15. 15. ସୁପ୍ରିମକୋର୍ଟକୁ ପଦୋନ୍ନତି ହୋଇଥିବା ଦୁଇ ଜଣ ବିଚାରପତି ହେଲେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଓ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାର । ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ସୁପ୍ରିମକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ।
  16. 16. ଗତ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶରେ ୧୨୮ ଟି ହାତୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଓଡ଼ିଶା ଦେଇ ଯାଇଥିବା ପୂର୍ବତଟ ରେଳ ପଥ ଓ ଦକ୍ଷିଣପୂର୍ବ ରେଳ ପଥରେ ୩୦ ଟି ହାତୀ ପ୍ରାଣ ହରାଇଛନ୍ତି। ସଂସଦର ବଜେଟ୍‌‌ ଅଧିବେଶନରେ ସାଂସଦ ବରୁଣ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରାଯାଇଛି।
  17. 17. ବ୍ରିଟିଶ୍‌ ବ୍ରଡକାଷ୍ଟି କର୍ପୋରେସନ୍‌ (ବିବିସି)ର ପ୍ରସାରଣ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ନେଇ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତା ଓ ଜଣେ କୃଷକ ବୀରେନ୍ଦ୍ର କୁମାର ସିଂହଙ୍କ ତରଫରୁ ଭାରତରେ ବିବିସି ପ୍ରସାରଣ ବନ୍ଦ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।
  18. 18. ଚୀନ୍‌ କମ୍ପାନୀ ବାଇଟ୍ ଡ୍ୟାନ୍ସ ଭାରତରେ ତାଙ୍କ ଆପ୍‌ ଟିକ୍‌ଟକ୍‌ର ସବୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ୨୮ ଫେବୃଆରୀ କମ୍ପାନୀରେ ସେମାନଙ୍କର ଶେଷ କାର୍ଯ୍ୟଦିବସ ବୋଲି କର୍ମଚାରୀଙ୍କୁ କୁହାଯାଇଛି।
  19. 19. କେନ୍ଦ୍ର ସରକାର ଗହମ ମୂଲ୍ୟ ହ୍ରାସ କରିଛନ୍ତି। ଇ-ନିଲାମ ଜରିଆରେ ସରକାର ବଡ଼ ବଡ଼ କ୍ରେତାଙ୍କୁ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କାର ରିଜର୍ଭ ପ୍ରାଇସ୍‌ରେ ଗହମ ବିକ୍ରି କରିବ। ଏଥସହିତ ଫ୍ରେଟ୍‌ ଚାର୍ଜକୁ ମଧ୍ୟ ସରକାର ଉଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
  20. 20. ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବୋଲିଂ ପରେ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ପରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ଦୃଢ ସ୍ଥିତିରେ ପହଞ୍ଚିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.