• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଶ୍ୱାସନା ଦେଇଛନ୍ତି।
  2. 2. ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ବିଷୟରେ ସୁପ୍ରିମ୍‌ କ‌ୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। 
  3. 3. ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଶନିବାର ରାଞ୍ଚିରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନଙ୍କୁ ଭେଟିଛନ୍ତି।
  4. 4. ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇଛି। ଏନେଇ ଏହାର ଅଧ୍ୟକ୍ଷ ମୌଲାନା ମଦାନୀ କହିଛନ୍ତି ଭାଜପା ଏବଂ ଆରଏସଏସ ସହିତ କୌଣସି ଧାର୍ମିକ ଶତ୍ରୁତା ନାହିଁ।
  5. 5. ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି।
  6. 6. ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ – ୨୦୨୩ରେ, ଗଙ୍ଗା ଏବଂ ଏହାର ଉପନଦୀ ନଦୀ ବରୁଣା ସଫା କରିବା ପାଇଁ ଡେନମାର୍କ ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ୧୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
  7. 7. ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ।
  8. 8. ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ।
  9. 9. ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି।
  10. 10. ପୂର୍ବରୁ ଭୂତତ୍ୱ ବିଭାଗ ତାଳଚେରକୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିଛି। ଏଭଳି ସ୍ଥିତିରେ ତାଳଚେର ଅଞ୍ଚଳରେ ବନ୍ଦ ହୋଇ ରହିଥିବା ୪ଟି ଭୂତଳ କୋଇଲା ଖଣିରେ ଆବଶ୍ୟକ ବାଲି ଭର୍ତ୍ତି କରା ଯାଇ ନଥିବାରୁ ଭିତରେ ପ୍ରାୟ ୧୦୦ମିଟର ତଳେ ଫମ୍ପା ରହିଛି।
  11. 11. ପଶ୍ଚିମବଙ୍ଗରେ ପ୍ରତି ୬ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ (୧୭ ପ୍ରତିଶତ) ସ୍ବଳ୍ପବୟସ୍କା ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
  12. 12. ସ୍ମାର୍ଟଫୋନ ନିର୍ମାତା ରିଅଲ୍ ମି ବଜାରରେ ଏହାର କୋକାକୋଲା ଏଡିସନ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୨୦,୯୯୯ ଟଙ୍କା ଥିବାବେଳେ ରିଅଲ ମି ୧୦ ପ୍ରୋ ୫ଜି କୋକାକୋଲା ସଂସ୍କରଣ ହେଉଛି ବିଶ୍ୱର ପ୍ରଥମ କୋକାକୋଲା ସ୍ମାର୍ଟଫୋନ୍ |
  13. 13. ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ନାଲ୍‌କୋର ନିଟ୍ ଲାଭ ୬୧ ପ୍ରତିଶତ ବୃଦ୍ଧି ପାଇ ୨୭୪ କୋଟି ଟଙ୍କା ହୋଇଛି। ନିଟ୍‌ ବିକ୍ରୟ କାରବାର ୩୨୯୦ କୋଟି ଟଙ୍କା ହୋଇଛି।
  14. 14.ଚଳିତ ବର୍ଷ ଜାନୁଆରିରେ ରାଜ୍ୟରେ ୫୯,୭୦୯ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୨ ଜାନୁଆରିରେ ହୋଇଥିବା ୫୫,୮୪୭ ଗାଡ଼ି ବିକ୍ରି ତୁଳନାରେ ପ୍ରାୟ ୭ ପ୍ରତିଶତ ଅଧିକ।
  15. 15.ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ ୬ହଜାର ୮ଶହ ଟଙ୍କା ଦେବାକୁ ପଡ଼ିବ । ବ୍ଲୁ-ଟିକ ସବସ୍କ୍ରାଇବରଙ୍କୁ ଟୁଇଟ ଏଡିଟ ଅପସନ, ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ଓ ରିଡର ମୋଡ ଆକ୍ସେସ ମିଳିବ ।
  16. 16.ସିବିଆଇ କବ୍‌ଜାରେ ସୁନାବେଢା ହାଲର ଦୁଇ କର୍ମଚାରୀ । ଡକ୍ୟୁମେଣ୍ଟ ଲିକ୍ ଅଭିଯୋଗରେ ଦୁଇ ଜଣଙ୍କୁ ଉଠାଇ ନେଇଛି ସିବିଆଇ । ହନିଟ୍ରାପରେ ଫସି ଡାଟା ଲିକ କରିଥିବା ସୂଚନା ରହିଛି।
  17. 17.ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି । ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ପୂରଣ ହୋଇଛି ।
  18. 18.ଅମ୍ବାନୀପୁଣି ଥରେ ଫୋର୍ବସ୍‌ ବିଲିୟନେୟାର ସୂଚୀର ୧୦ମ ସ୍ଥାନକୁ ଫେରିଆସିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ଅଧ୍ୟକ୍ଷ ଓ ଏସିୟାର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏକ ବିଲିୟନ ଡଲାରରରୁ ବି ଅଧିକ ବଢିଛି।
  19. 19.ଆମ୍‌ ଆଦ୍‌ମୀ ପାର୍ଟି’ ଦ୍ୱାରା ମନୋନୀତ ହୋଇଥିବା ଦୁଇଜଣ ପ୍ରତିନିଧିଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା ପ୍ରାଇଭେଟ୍‌ ପାୱାର୍‌ ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନି ଡିସ୍‌କମ୍‌ସ୍‌  ବୋର୍ଡରୁ ବାହାର କରିଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ୍‌ ଥିଲା ବୋଲି ଉପରାଜ୍ୟପାଳ ଦର୍ଶାଇଛନ୍ତି।
  20. 20. ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ। ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ। ୫ ଦିନର ଖେଳକୁ ମାତ୍ର ଅଢେଇ ଦିନରେ ସାରିବା ସହ ଏକତରଫା ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍‌‌ ଦେଲା ଭାରତ। ୨ୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲଆଉଟ୍‌‌।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.