• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଗୁଜରାଟ ହାଇକୋର୍ଟର ଜଷ୍ଟିସ ସୋନିଆ ଗିରିଧର ଗୋକାନିଙ୍କୁ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ସନ୍ଦୀପ ମେହେଟ୍ଟା ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଜସୱନ୍ତ ସିଂଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି। ଏଥି ସହ ଗୁଆହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି।
  2. 2. ଫେବୃଆରୀ ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଅନୁମୋଦନ କରିଛନ୍ତି।
  3. 3. ମା’ଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲେ ସନ୍ତାନର ହେପାଜତ ବାପା ନେବେ ବୋଲି ଏକ ମାମଲାର ଶୁଣାଣିବେଳେ ଏକ ଫ୍ୟାମିଲି କୋର୍ଟଙ୍କ ରାୟକୁ କର୍ନାଟକ ହାଇକୋର୍ଟ କାଏମ କରିଛନ୍ତି।
  4. 4. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ବିଶ୍ୱଭୂଷଣ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ।
  5. 5. ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
  6. 6. ମଣିପୁରର ରାଜ୍ୟପାଳ ଭାବେ ଛତିଶଗଡ ରାଜ୍ୟପାଳ ଅନୁସୁୟା ଉକେଇଙ୍କୁ ନିଯୁକ୍ତି ଦିଆଯାଇଛି।
  7. 7. ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ମେଘାଳୟର ରାଜ୍ୟପାଳ ଭାବେ ବିହାର ରାଜ୍ୟପାଳ ଫାଗୁ ଚୌହାନ ନିଯୁକ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
  8. 8. ମହାରାଷ୍ଟ୍ରରେ ବିଧାନସଭା ର୍ନିବାଚନର କିଛି ମାସ ପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରେ ପଦୀ ମୁର୍ମୁ ରବିବାର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ରମେଶ ବୈସଙ୍କୁ ମହାରାଷ୍ଟ୍ରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
  9. 9. କେନ୍ଦୁଝର ଧରଣୀଧର ସ୍ବୟଂଶାସିତ କଲେଜ ହେଲା ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  10. 10. ତୁର୍କୀ ଓ ସିରିଆରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍‌ ମୁଖ୍ୟ ମାର୍ଟିନ୍‌ ଗ୍ରିଫିଥ୍‌ସ୍‌ ‘ସ୍କାଏ ନିଉଜ୍‌’କୁ କହିଛନ୍ତି।
  11. 11. ‘ଫାଷ୍ଟ କନ୍‌ଷ୍ଟ୍ରକସନ୍‌ କାଉନସିଲ୍‌’ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ‘ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଉକ୍ତ ସଂସ୍ଥା ଜେଏସ୍‌ପିକୁ ‘ବୃହତ୍‌ ଶିଳ୍ପ ବର୍ଗ’ରେ ୨ୟ ଦ୍ରୁତତମ ବୃଦ୍ଧି ପାଉଥିବା ଇସ୍ପାତ କମ୍ପାନୀ ଭାବେ ପୁରସ୍କୃତ କରିଛି।
  12. 12. ଚାଇନା କମ୍ପାନୀ ଆଲିବାବା ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ‘ଓ୍ବାନ୍‌୯୭ କମ୍ୟୁନିକେଶନ’ରୁ ବାହାରି ଯାଇଛି। କମ୍ପାନୀ ଏହାର ୩.୧୬ ପ୍ରତିଶତ ଅଂଶଧନକୁ ୧୩,୬୦୦ କୋଟିରେ ବିକ୍ରି କରିଛି। ଡିସେମ୍ବର ୨୦୨୨ ସୁଦ୍ଧା ପେଟିଏମ୍‌ରେ ଆଲିବାବାର ୬.୨୬% ଅଂଶଧନ ରହିଥିଲା।
  13. 13. ନିଜ ଷ୍ଟ୍ରିମିଂ ବ୍ୟବସାୟକୁ ଲାଭଜନକ କରିବା ଲାଗି ଓ୍ୱାଲ୍‌ଟ ଡିଜ୍‌ନୀ ପ୍ଲସ ନିଜର ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି।
  14. 14. ଅନୁସନ୍ଧାନ ପରେ ସରକାର ଲେଜି ପେ-କ୍ରିଡିଟ୍‌ ବି-ବୁଡି ଲୋନ ଭଳି ଲୋକପ୍ରିୟ ଆପ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ପଦକ୍ଷେପ ବିଷୟରେ ସରକାର ସୂଚନା ଦେଇଛନ୍ତି ।
  15. .15 ଆଠଗଡ଼ ଜେନାପଦା ମଝିସାହିରେ ଗୁଳିମାଡ଼ ହୋଇଥିବାବେଳେ ଏହି ଗୁଳିମାଡ଼ରେ ୩ଜଣ ଗୁରୁତର ହୋଇଛନ୍ତି। ଗୁଳିମାଡ଼ରେ ବାପପୁଅ ଓ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା
  16. 16. ଓଡ଼ିଆ ଚଳଚ୍ଚିତ୍ରରୁ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ହେବା ବିରଳ ବିଷୟ। ୧୯୭୯ରେ ଶେଷ ଶ୍ରାବଣରୁ ହିନ୍ଦୀରେ ନୈୟାହେଇଥିବାବେଳେ କିଛିବର୍ଷ ତଳେ ଦେଶର ୧୩ଟି ଆଞ୍ଚଳିକ ଭାଷାରେ ନିର୍ମିତ ହେଇଥିଲା ଜୟ ଜଗନ୍ନାଥ
  17. 17.ଚଳିତ ମାସ ୩ ତାରିଖରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ଦମନର ହିନ୍ଦୀ ଭର୍ସନ୍। ପ୍ୟାନ୍ ଇଣ୍ଡିଆ ମାଧ୍ୟମରେ ଦମନରିଲିଜ୍ କରିଥିବାରୁ ଓଡ଼ିଶା ପାଇଁ ଏହା ଗର୍ବର ବିଷୟ। ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ନେଇ ବାସ୍ତବ କାହାଣୀ ଉପରେ ଦମନର କାହାଣୀ ପର୍ଯ୍ୟବସିତ
  18. 18ଭାରତ ବାହାରେ ଫସିଥିବା ଭାରତୀୟଙ୍କୁ ସେ ନିଜ ନିଜର ଘରକୁ ଫେରିବାରେ ସାହାଯ୍ୟ କରିଥିଲେ। ତାଙ୍କର ସାହାଯ୍ୟ ପାଇ ଜୟପୁରର ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଏକ ଖାଦ୍ୟ ଷ୍ଟଲ୍ ଖୋଲିଥିଲେ। ସୋନୁ ସୁଦଙ୍କ ନାଁରେ ସେ ତାଙ୍କ ଖାଦ୍ୟ ଷ୍ଟଲର ନାଁ ରଖିଥିବା ଜାଣିବା ସୋନୁ ତାଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।
  19. 19 ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ କାନ୍ତାରାପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା।ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଥିଲେ ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ପ୍ରଥମ ଭାଗ ସୁପରହିଟ ହେବା ପରେ ଆଗକୁ ଏହାର ଦ୍ବିତୀୟ ଭାଗ ଆସିବାକୁ ଯାଉଛି।
  20. 20. ମହିଳା ଟି-୨୦ ବିଶ୍ଵକପ୍‌ରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି। ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.