• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହେବା ସହ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାସେ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମାର୍ଚ୍ଚ ୧୩ରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।
  2. 2. ଝାଡ଼ଖଣ୍ଡର ଧାନବାଦରେ ଭାଜପା ବିଧାୟକ ଇନ୍ଦ୍ରଜିତ ମହତୋଙ୍କ ପୁଅ ବିବେକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
  3. 3. ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରାଯାଇଛି।
  4. 4. ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଅରବିନ୍ଦ କୁମାର ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ
  5. 5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଦଉସାଠାରେ ଦେଶର ଦୀର୍ଘତମ ରାଜପଥ ୧,୪୦୦ କିଲୋମିଟର ଦୀର୍ଘ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେର ପ୍ରଥମ ପର୍ଯ୍ୟାୟକୁ ରବିବାର ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀ-ଦଉସା-ଲାଲ୍‌ସଟ୍‌ ୨୪୬ କିଲୋମିଟର ଏକ୍ସପ୍ରେସ୍‌ ଓ୍ବେ ଉଦ୍‌ଘାଟିତ 
  6. 6. ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି ‌‌। ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଫେବୃଆରୀ ୧୬ରେ ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
  7. 7. ୱାର୍ଲଡ ତାମିଲ ଫେଡେରେସନ୍ ସଭାପତି ପାଝା ନେଦୁମାରନ କହିଛନ୍ତି ଯେ ଆମ ତାମିଲ ଜାତୀୟ ନେତା ପ୍ରଭାକରନ୍ ଜୀବିତ ଏବଂ ସେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଁ ଖୁସି। ସେ କହିଛନ୍ତି, ଖୁବ୍ ଶୀଘ୍ର, ଯେତେବେଳେ ସମୟ ଠିକ୍ ହେବ, ସେତେବେଳେ ପ୍ରଭାକରନ୍ ବିଶ୍ୱ ସାମ୍ନାକୁ ଆସିବେ।
  8. 8.ଦେବାଳିଆ ହେବାକୁ ବସିଥିବା ପାକିସ୍ତାନ ଅନ୍ତର୍ଜାତୀୟ ସାମୁଦ୍ରିକ ଯୁଦ୍ଧାଭ୍ୟାସ ଆୟୋଜନ କରିଛି। କରାଚି ସ୍ଥିତ ନୌସେନା ଡକ୍‌ୟାର୍ଡରେ ଶନିବାରଠାରୁ ଯୁଦ୍ଧାଭ୍ୟାସ ‘ଅମନ-୨୦୨୩’ ଆରମ୍ଭ ହୋଇଛି। ଏଥିପାଇଁ ପାକିସ୍ତାନ ନିଜର ସମ୍ମାନ ହରାଇଛି। ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି ପାକିସ୍ତାନ । ଏହି ସମରାଭ୍ୟାସରେ କେବଳ ୭ ଦେଶ ନିଜ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ସହ ସାମିଲ ହୋଇଛନ୍ତି।
  9. 9. ଉତ୍ତରାଖଣ୍ଡ ସରକାର କଠୋର ଆଇନ ଆଣିଛନ୍ତି। ସରକାର ନକଲ ବିରୋଧୀ ଆଇନର ଅଧ୍ୟାଦେଶ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ (ସୋନି) ଶୁକ୍ରବାର ‘ଉତ୍ତରାଖଣ୍ଡ କମ୍ପିଟେଟିଭ ଏକ୍ଜାମ ଅଧ୍ୟାଦେଶ-୨୦୨୩’କୁ ମଞ୍ଜୁରି ଦେଇଛନ୍ତି। କୌଣସି ପ୍ରିଣ୍ଟିଂ ପ୍ରେସ, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ପରିଚାଳନା କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡ ହେବ। ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ।
  10. 10.ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ କାମ ଅଧିକ ତ୍ବରାନ୍ବିତ ହେବ। ଏଥିପାଇଁ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ୬୮ କିଲୋମିଟର ରେଳ ଲାଇନ ଜମିକୁ ଜଙ୍ଗଲ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାକୁ ସଂଯୋଗ କରିବ। ପଶ୍ଚିମ ଏବଂ ଉପକୂଳ ଓଡିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ।
  11. 11.ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। ଏହି ଅବସରରେ ୧୫ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର।
  12. 12.ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ ମିଳିଛି ।
  13. 13.ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ। ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
  14. 14.ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
  15. 15.ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି।
  16. 16 ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଅନୁମୋଦିତ କରିଛି କ୍ୟାବିନେଟ। ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ।
  17. 17. ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି ।
  18. 18. ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥାର ଫୋରେନ୍‌ସିକ୍‌ ଅଡିଟ୍ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.