• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସର୍ବାଧିକ ୩୯- ପଏଣ୍ଟ ହ୍ରାସ ହାସଲ କରି ଉଦାହରଣ ସୃଷ୍ଟି କରିଛି। ପୂର୍ଣ୍ଣ-ଟିକାକରଣ କ୍ଷେତ୍ରରେ ୯୦.୫ ପ୍ରତିଶତ ସାଫଲ୍ୟ ହାସଲ ସହ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶରେ ବାୟୁ ସ୍ୱାସ୍ଥ୍ୟ ସେବା ( ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା )ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ ।
  2. 2.ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ, ଜାଭେଦ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
  3. 3.ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ବେଙ୍ଗାଲୁରୁର ଏରୋ ଇଣ୍ଡିଆ ୨୦୨୩ ରେ ପ୍ରଦର୍ଶିତ ହୋଇଥିବା ‘ହିନ୍ଦୁସ୍ତାନ ଲିଡ ଇନ ଫାଇଟର୍‌ ଟ୍ରେନର (ଏଚଏଲଏଫଟି) -୪୨’ ରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇ ଦେଇଛି।
  4. 4.ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ।
  5. 5.ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅବଦୁର ରହମାନଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ୭ ବର୍ଷ ୫ ମାସ ଜେଲଦଣ୍ଡାଦେଶ କରିଛନ୍ତି।
  6. 6.କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ମା’-ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
  7. 7.ଟେଲିଭିଜନ ସମ୍ବନ୍ଧରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଏଣିକି ଲୋକମାନେ ସେଟ-ଟପ ବକ୍ସ କିମ୍ବା ଫ୍ରି ଡିଶ୍‌ରେ ୨୦୦ରୁ ଅଧିକ ଚ୍ୟାନେଲକୁ ଦେଖିବାକୁ ସମର୍ଥ ହେବେ।
  8. 8.ଭାରତର ଖୁଚୁରା ମୁଦ୍ରାସ୍ଫୀତି ଗତ ଜାନୁୟାରୀରେ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ ଅଧିକ।
  9. 9.ହିଣ୍ଡେନ୍‌ବର୍ଗ-ଆଦାନୀ ଗ୍ରୁପ୍‌ ବିବାଦ ପରେ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ ପ୍ରସ୍ତାବରେ କେନ୍ଦ୍ର ସରକାର ସୋମବାର ରାଜି ହୋଇଛନ୍ତି।
  10. 10.କାଲିଫର୍ଣ୍ଣିଆର ସୈନ ଜୋସର ଏକ ପାର୍କରୁ ଚୋରି ହୋଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି କବାଡ଼ି ଖାନାରେ ଦେଖିବାକୁ ମିଳିଛି
  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀକୁ ବ୍ରିଟେନରେ ବିରୋଧ ଚାଲିଛି। ବର୍ତ୍ତମାନ ବ୍ରିଟିଶ ସାଂସଦ ବବ ବ୍ଲାକମ୍ୟାନ ମଧ୍ୟ ଏହି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଛନ୍ତି।
  12. 12.ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ ସରକାର ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
  13. 13.ପ୍ରାୟ ୨୦୦ ବର୍ଷ ତଳେ ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ର୍ନିମିତ ଦେଶର ସର୍ବ ପୁରାତନ ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ସମାରୋହରେ ୨୦୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ।
  14. 14.ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଟିକସ ସର୍ଭେ ଶେଷ ହୋଇଛି । ଏହା ସହିତ ଆୟକର ଅଧିକାରୀମାନେ ବିବିସି କର୍ମଚାରୀମାନଙ୍କୁ ସେମାନଙ୍କ ଫୋନ ଫେରାଇଦେଇଛନ୍ତି ।
  15. 15.ଆମ  ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି।
  16. 16.କୋଭିଡ୍‌ ମହାମାରୀ ସମୟରେ ପ୍ରତି ଜିଲ୍ଲାରେ ଆଇ.ସି.ୟୁ. ସୁବିଧା ସହ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ କରିବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ଥିଲା। ଯେତେବେଳେ ଦେଶର ବିଭିନ୍ନ ରାଜ୍ୟ ମେଡିକାଲ୍‌ ଅକ୍ସିଜେନ୍‌ ଅଭାବ ସହ ଲଢ଼ìଥିଲା ସେହି ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡ଼ିଶା ଦେଶର ବିଭିନ୍ନ ସ୍ଥାନକୁ ୩୦୦ ଟନ୍‌ ଜୀବନ ରକ୍ଷାକାରୀ ଅକ୍ସିଜେନ୍‌ ପଠାଇଥିଲା।
  17. 17.ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ଏବଂ ୫-‘ଟି’ ନୀତି ଆଦି ପ୍ରୟୋଗ ଫଳରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱତା ଏବଂ ରୋଗୀମାନଙ୍କ ସ;ୁଷ୍ଟିରେ ବିଶେଷ ଉନ୍ନତ୍ତି ସାଧନ ହୋଇଛି। ରୋଗ ଚିକିତ୍ସା ପାଇଁ ନିଜ-ପକେଟରୁ ଖର୍ଚ୍ଚକୁ ଶୂନ (୦) କରିବା ନିମନ୍ତେ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ।
  18. 18.ବିଶ୍ୱ ଅର୍ଥନୀତିରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଭାରତ ଫ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୂର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।
  19. 19.ପାକିସ୍ତାନର ମୁଦ୍ରାସ୍ଫୀତି ନୂତନ ରେକର୍ଡ ସୃଷ୍ଟି କରି ୧୯୭୫ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨୦୦ ଟଙ୍କା ପାର ହୋଇଛି। ସେଠାରେ କିଛି ଦୋକାନୀ କ୍ଷୀର ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି କରୁଛନ୍ତି।
  20. 20.ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ଆରମ୍ଭହୋଇ ୨୬ ପର୍ଯ୍ୟନ୍ତ ଚାଲିବ। ଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ଡି.ୱାଇ. ପାଟିଲ ଓ ବ୍ରାବୋର୍ଣ୍ଣରେ ଟୁର୍ଣ୍ଣାମେଣ୍ଟର ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.