• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ସୀମାକୁ ମଜଭୁତ କରିବା ପାଇଁ ମୋଦି ସରକାର ଭାଇବ୍ରାଣ୍ଟ ଭିଲେଜ୍‌ ପ୍ରୋଗ୍ରାମକୁ ଅନୁମୋଦନ କରିଛନ୍ତି । ଦେଶର ଉତ୍ତର ସୀମାରେ ଅବସ୍ଥିତ ଗ୍ରାମଗୁଡିକରେ ଭିତ୍ତିଭୂମି ବିକାଶ କରାଯିବା ପାଇଁ ୪୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ମୋଟ ୧୯ଟି ଜିଲାର ୨୯୬୬ଟି ଗାଁରେ ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ମଜଭୁତ ହେବ।
  2. ମୋଦି କ୍ୟାବିନେଟ ସିଙ୍କୁଲନା ଟନେଲ ଯାହାର ଲମ୍ବ ୪.୮ କିଲୋମିଟର , ଏଥିପାଇଁ ୧୬୦୦ କୋଟି ଖର୍ଚ୍ଚ ହେବ ନିର୍ମାଣକୁ ମଞ୍ଜୁରି ଦେଇଛି। ।
  3. ଭାରତ-ଚାଇନା ଏଲଏସିରେ ନିୟୋଜିତ ଆଇଟିବିପି ପାଇଁ ସାତୋଟି ନୂତନ ବାଟାଲିୟନ, ୯,୪୦୦ କର୍ମଚାରୀଙ୍କ ସହିତ ଏକ ଅପରେସନ ବେସ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି।
  4. ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ ନାରାୟଣ ଧାମ ମନ୍ଦିର କମ୍ପ୍ଲେକ୍ସରେ ଏହାକୁ ପ୍ରତିଷ୍ଠା ହୋଇଛି।
  5. ପୂର୍ବତନ ବିଚାରପତି ତଥା ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ଶାହାବୁଦ୍ଦିନ ଚୁପ୍ପୁ ନିର୍ଦ୍ୱନ୍ଦ୍ୱରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର କାଜି ହବିବୁଲ ଅଓ୍ବଲ ଘୋଷଣା କରିଛନ୍ତି।
  6. ଗତ ଆର୍ଥତ୍କ ବର୍ଷରେ ଭାଜପାକୁ ୬୧୪.୬ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ କଂଗ୍ରେସ ପାଇଛି ୯୫.୪ କୋଟି ସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ିଛି।
  7. ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଡକ୍ୟୁମେଣ୍ଟାରି ପ୍ରସାରଣ କରିଥିବା ବ୍ରିଟେନ୍‌ର ଜାତୀୟ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)କୁ ଭାରତର ଆୟକର (ଆଇଟି) ବିଭାଗ ଟାର୍ଗେଟ କରିଛି।
  8. ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି ୧୭ ଓ ୧୯ ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ଯ୍ୟଟକ।
  9. କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ୨୦୨୩-୨୪ ଆକଳନ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ) ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି। ସେଥିରେ କ୍ରିପ୍ଟୋକରେନ୍ସିରୁ ହେଉଥିବା ଆୟ ବିଷୟରେ ଉଲ୍ଲେଖ କରିବା ଲାଗି ଟିକସଦାତାମାନଙ୍କୁ କୁହାଯାଇଛି।
  10. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ଫେବ୍ରୁଆରି ୮ରେ ରେପୋ ରେଟ୍ ରେ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲା । ରେପୋ ରେଟ୍ ବୃଦ୍ଧି ପରେ ଋଣ ଉପରେ ସୁଧ ହାର ବଢ଼ାଇବା ସହ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବଢ଼ିବାରେ ଲାଗିଛି।
  11. ହିରୋ ମୋଟୋକର୍ପ ପକ୍ଷରୁ ହାଇଟେକ୍‌ ୧୦୦ ସିସି ସ୍କୁଟର ଜୁମ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଡିଜାଇନ ବେଶ୍‌ ଆକର୍ଷଣୀୟ ରହିଛି।
  12. ଫେବୃଆରି ୧୨ ତାରିଖ ଦିନ  ‘ବିଗ୍‌ବସ୍‌ ୧୬’ ବିଜେତା ଏମ ସି ଷ୍ଟାନଙ୍କ ନାମ ସଲମାନ ଘୋଷଣା କରିଥିଲେ।  
  13. ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ । କଟକର ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ଜଳ ବିଶୋଧନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବ।
  14. ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍ ପାର୍ଟି ନେତା ନିକ୍କି ହାଲି।
  15. ରାଜ୍ୟ ପରିବହନ ବିଭାଗ ଗତ ୧୧ ଦିନ (ଫେବ୍ରୁଆରି ୧ରୁ ୧୧) ମଧ୍ୟରେ ୨୬୭୪ଟି ଯାନର ମାଲିକଙ୍କୁ ଜରିମାନା କରିଛି। ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)୨୬୭୪ଟି ଯାନ ବିରୋଧରେ ଚାଲାଣ କାଟିଛି। ଫେବ୍ରୁଆରୀ ୧ ତାରିଖରୁ ୧୧ ତାରିଖ ପର୍ୟ୍ୟନ୍ତ ୧୧ ଦିନ ଭିତରେ ଏହି ସବୁ ଚାଲାଣ କଟାଯାଇଛି।
  16. ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ଼ ସଫଳତା ଅଟେ ବୋଲି ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
  17. ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
  18. ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାର ନୀତି ନିର୍ଘଣ୍ଟ ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ।
  19. କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରାରୁ ଅଧିକ ଘର। ଅଗ୍ନିକାଣ୍ଡର କାରଣ ଅଷ୍ପଟ। ପ୍ରାୟ ୨୨ଟି ପରିବାରର ୩୦ରୁ ଉର୍ଧ ବଖରା ଘରପୋଡି ପାଉଁଶ ହୋଇଯାଇଛି।
  20. ଫେବୃଆରୀ ୨୧ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭାର ସୁପରିଚାଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.