• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1 ସୀମା ସୁରକ୍ଷା ପାଇଁ ଭାରତ-ଚୀନ ସୀମା(ଏଲଏସି)ରେ ଆଉ ୯୪୦୦ ଯବାନଙ୍କୁ ମୁତୟନ କରାଯିବ। ଏଥିପାଇଁ ଅତିରିକ୍ତ ୭ଟି ବାଟାଲିୟନ ଗଠନ କରାଯିବା ସହିତ କ୍ଷେତ୍ରୀୟ ମୁଖ୍ୟାଳୟ ପ୍ରତିଷ୍ଠା କରାଯାଇ ସୀମା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ। ଏଥିସହିତ ସୀମାରେ ୪୭ଟି ନୂଆ ବର୍ଡର ପୋଷ୍ଟ(ବିଓପି) ଏବଂ ୧୨ଟି ଷ୍ଟେଜିଂ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯିବ। 
  2. 2.ଆସନ୍ତା ଫେବୃଆରୀ ୧୮ରେ ଭାରତ ଆସିବେ ୧୨ ଚିତା । ସେମାନଙ୍କ ମଧ୍ୟରୁ ୭ଟି ପୁରୁଷ ଓ ୫ଟି ମହିଳା ଚିତା ରହିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ନୂଆ ଅତିଥିଙ୍କୁ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯିବ।
  3. 3. ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଏନଟିସିଏ। ଏଭଳି ଘୋଷଣା ପରେ ୨ ମାସ ମଧ୍ୟରେ ଶେଷ ହେବ ସର୍ଭେ କାମ । ୮୦୪ ଦଶମିକ ୫୧ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ପ୍ରକଳ୍ପ। ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି।
  4. 4.ସମ୍ବଲପୁରରେ ଆନ୍ଦୋଳନ ନାମରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ ତଥା ଅସଦାଚରଣ କଲେ ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷକରି ଶ୍ରୀ ମିଶ୍ର ଯେପରି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ତାହା ସମଗ୍ର ଓଡ଼ିଶାକୁ ଲଜ୍ଜିତ କରୁଛି ବୋଲି ମତପ୍ରକାଶ ପାଇଛି।
  5. 5.ବିଏମ୍‌‌ସି କାର୍ଯ୍ଯାଳୟର ଠିକଣା ବଦଳିଛି। କଳ୍ପନା ଛକରୁ ସତ୍ୟନଗର ସ୍ଥିତ ଏହି ୧୨ମହଲା ବିଶିଷ୍ଟ  ଆଇସିଏମଓସି କୋଠାକୁ ବିଏମ୍‌‌ସି କାର୍ଯ୍ଯାଳୟ ସ୍ଥାନାନ୍ତର ହୋଇଛି।
  6. 6.ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି। ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ।
  7. 7.ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଉପରେ ୬ଟି ବିପଜ୍ଜନକ ବେଲୁନ ଛାଡିଛି। ଅବଶ୍ୟ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କିଙ୍କ ସୈନ୍ୟ ସମସ୍ତ ବେଲୁନ ଗୁଡିକ ଗୁଳିକରି ଖସାଇ ଦେଇଛନ୍ତି।
  8. 8.ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
  9. 9.ଗୁଜରାଟର ଜଣେ ଯୁବକ ମାଟ୍ରିମୋନିୟାଲ ଆପ୍‌ରୁ ଖୋଜି ଜଣେ ଯୁବତୀଙ୍କୁ ବାହା ହୋଇଥିଲେ। ଏବେ ସେହି ଯୁବତୀ ଅନ୍ତର୍ଜାତୀୟ ଚୋରଣୀ ବୋଲି ଜଣାପଡ଼ିଛି। ବିବାହର ଛଅ ମାସ ପରେ ଏହା ଜାଣିବା ପରେ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଛି। ଯୁବତୀ ପୂର୍ବରୁ ମଧ୍ୟ ବିବାହିତା ଥିଲେ। ଏହା ସହିତ ତାଙ୍କ ବିରୋଧରେ ୫ ହଜାରରୁ ଅଧିକ କାର୍‌ ଚୋରାଇବାର ଅଭିଯୋଗ ରହିଛି। ସେ ପୂର୍ବ ପତିଙ୍କ ସହ ମିଶି ସବୁ କାର୍‌ ଚୋରି କରିଥିଲେ।
  10. 10.ବ୍ଲଗର୍ ଏବଂ ୟୁଟ୍ୟୁବର୍ ସପ୍ନା ଗିଲ ଗିରଫ। ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ସ’ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କଲା ପୁଲିସ। ଓସିୱାରା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ସପ୍ନା ଗିଲଙ୍କ ମେଡିକଲ କରାଯାଇଥିବା ଜଣାପଡ଼ିଛି।
  11. 11.ଗତ ୧୦ ଦିନ ମଧ୍ୟରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ୩ ଜଣ ବିଜେପି ନେତାଙ୍କୁ ରହସ୍ୟମୟଭାବେ ହତ୍ୟା କରାଯାଇଛି । ନକ୍ସଲଙ୍କ ବିରୋଧରେ ଏସବୁ ହତ୍ୟା ଅଭିଯୋଗ ଆସୁଥିବାବେଳେ  ବିଜେପି ଏହାକୁ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି ।
  12. 12.ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ପଟିଆଲା ହାଉସ କୋର୍ଟ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟକୁ ୯ଦିନ ରିମାଣ୍ଡରେ ପଠାଇ ଦେଇଛନ୍ତି।
  13. 13.ଥରକୁ ଥର ‘ବିଜେପି’ ଆକ୍ରୋଶର ସରବ୍ୟ ହେଉଥିବା ଆଇ.ଏ.ଏସ୍‌. ଅଫିସର୍‌ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପଦବୀରୁ ହଟାଇ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି।
  14. 14.ଅଚଳ ହୋଇପଡ଼ିଥିବା ମୋ ସାଇକଲକୁ ଲୋକକୁ ବଣ୍ଟାଯିବ। ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଲୋକଙ୍କୁ ସାଇକଲ ବଣ୍ଟନ କରାଯାଉଛି।  ଭୁବନେଶ୍ବରରେ ଅଚଳ ହୋଇପଡ଼ିଥିବା ସାଇକଲ ବଣ୍ଟନ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଅଚଳ ହୋଇପଡ଼ିଥିବା ସାଇକଲକୁ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ।
  15. 15.୨୬ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ପବ୍ଲିକ୍‍ ବାଇସାଇକଲ୍‍ ସେୟାରିଂ(ପିବିଏସ୍‍) ଆରମ୍ଭ ହୋଇଥିଲା। ୟାନା ଓ ୟୁଲୁ କମ୍ପାନୀର ୫୦୦ ଲେଖାଏଁ ଏବଂ ହେକ୍ସିର ୧୦୦୦ ଏପରି ମୋଟ ୨ହଜାର ମୋ ସାଇକଲ କିଣିଥିଲା ସ୍ମାର୍ଟସିଟି।
  16. 16.ଗୁଜରାଟର ସୁରେନ୍ଦ୍ରନଗର ଜିଲାର ଏକ କୋର୍ଟ ବିଜେପି ବିଧାୟକ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି.. ୨୦୧୭ରେ ସରକାରୀ ଆଦେଶ ଉଲ୍ଲଂଘନ ଅଭିଯୋଗରେ ସେ କୋର୍ଟରେ ହଜାର ହୋଇନଥିବାରୁ ଏହି ଗିରଫ ପରୱାନା ଜାରି କରାଯାଇଛି..
  17. 17.ବିଦ୍ୟାଳୟ ଶିକ୍ଷାକୁ ମଜଭୁତ କରିବା, ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବା ଦିଗରେ ଭୁବନେଶ୍ୱରଠାରେ ଶିକ୍ଷା-ପ୍ରଶିକ୍ଷଣ ଏବଂ ରାଜ୍ୟପାଇଁ ଫଳାଫଳ ବୃଦ୍ଧି-ଷ୍ଟାର୍‍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି ଅଧୀନରେ ୬ଟି ରାଜ୍ୟର ଶିକ୍ଷା ସଚିବ ଏହି ବୈଠକରେ ଯୋଗ ଦେଇଛନ୍ତି ।
  18. 18.ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦରେ ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଏହା ସହ ତୁରନ୍ତ ନିଜ ଦାୟିତ୍ତ୍ୱ ସମବାୟ ନିବନ୍ଧକଙ୍କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  19. 19.ଉତ୍ତରାଖଣ୍ଡର ଗଢ଼ୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନ୍‌ରେ ଔଷଧ ଆସିଥିଲା। ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍‌ସରୁ ପଠାଯାଇଥିଲା। ଋଷିକେଶରୁ ତେହରି ୪୦ କିଲୋମିଟର ଦୂରତା ହୋଇଥିବା ବେଳେ ଡ୍ରୋନ୍‌ଟିକୁ ଏଥିପାଇଁ ମାତ୍ର ୩୦ ମିନିଟ୍ ସମୟ ଲାଗିଥିଲା। ସଡ଼କ ପଥରେ ଏହି ଔଷଧ ଆସିଥିଲେ ୨ ଘଣ୍ଟା ଲାଗି ଯାଇଥା’ନ୍ତା।
  20. 20.ନିଜର ବିବାଦୀୟ ତୁଣ୍ଡ ପାଇଁ ଜଣାଶୁଣା ବିଜେପିର କର୍ଣ୍ଣାଟକା ମୁଖ୍ୟ ନଳୀନ କୁମାର କାତୀଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ୧୮ତମ ଶତାବ୍ବୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅନୁଗାମୀ ଓ ଉତ୍ତରାଧିକାରୀଙ୍କୁ ହତ୍ୟା କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଟିପୁ ସୁଲତାନଙ୍କ ଉତ୍ତରାଧିକାରୀଙ୍କୁ ସମସ୍ତେ ଖୋଜି ଖୋଜି ବାହାର କରିବା ଦରକାର ଓ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ମଧ୍ୟ ନଳୀନ କୁମାର କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.