• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଫ୍ରିକୀୟ ଦେଶ ଇକ୍ବେଟୋରିୟଲ ଗିନିରେ ବାଦୁଡ଼ିଠାରୁ ବ୍ୟାପୁଥିବା ମାରବର୍ଗ ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କ ଜୀବନ ଗଲାଣି। ୧୬ ଜଣ ସନ୍ଦିଗ୍ଧ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ୨୦୦ରୁ ଅଧିକ ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି। ପୂର୍ବରୁ ୨୦୨୨ ଜୁଲାଇରେ ଘାନାରେ ଏହି ରୋଗ ବ୍ୟାପିଥିଲା। 
  2. 2.ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ। ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ ଗସ୍ତ କରିବେ। ମାର୍ଚ୍ଚ ୨ରେ ଇଟାଲୀର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ପରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ଭାରତ ଗସ୍ତରେ ମାର୍ଚ୍ଚ ୮ରେ ନୂଆଦିଲ୍ଲୀରେ ପହଞ୍ଚିବେ।
  3. 3.ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା।
  4. 4.ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି।
  5. 5.ଶିବସେନା ଶାଖାଗୁଡ଼ିକୁ ଦଳର ମୂଳ ଭିତ୍ତିଭୂମି ଏବଂ ମେରୁଦଣ୍ଡ ଭାବରେ ବିବେଚନା କରାଯାଏ। ଯେପର୍ଯ୍ୟନ୍ତ ଶାଖା ଅଛନ୍ତି, ଉଦ୍ଧବ ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରିବେ।
  6. 6.ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ଉଦ୍ଧବଙ୍କ ଦଳ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ। ଏଭଳି ପରିସ୍ଥିତିରେ, ଏହି ପ୍ରସଙ୍ଗରେ କୌଣସି ରାୟ ଦେବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଶୁଣିବା ଉଚିତ କହି ଏକନାଥ ଶିନ୍ଦେ ସୁପ୍ରିମକୋର୍ଟରେ ଏକ କାଭିଏଟ ଆବେଦନ ଦାଖଲ କରିଛନ୍ତି।
  7. 7.ଦିଲ୍ଲୀଠାରୁ ୧୫୦ କିଲୋମିଟର ଦୂରରେ ହରିୟାଣାରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ।
  8. 8.ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ ରୁଷିଆକୁ ନଷ୍ଟ କରିବା ନୁହେଁ । 
  9. 9.ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ୧୭ ବର୍ଷୀୟା ଝିଅ ନିଜ ଯକୃତର କିଛି ଅଂଶ ଦାନ କରିଛି। କେରଳର ୪୮ ବର୍ଷୀୟ ପ୍ରଥିଶ ହେପାଟୋସେଲୁଲାର କ୍ୟାନ୍‌ସର ସହ ଦୀର୍ଘଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ।
  10. 10.ଜାପାନ ସରକାର ଏବେ ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଜାପାନ ଜଳସୀମା ମଧ୍ୟରେ ପ୍ରାୟ ୭ ହଜାର ଏପରି  ଦ୍ଵିପ ଆବିଷ୍କାର କରାଯାଇଛି ଯେଉଁଗୁଡ଼ିକ ସଂପର୍କରେ ଖୋଦ୍ ଜାପାନ ସରକାର ବି ଜାଣିନଥିଲେ ।
  11. 11.ତ୍ରିପୁରାର ଅଗରତାଲା ରେଳ ଷ୍ଟେସନରୁ ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପୁଲିସ ଗିରଫ କରିଛି। ଏହା ବ୍ୟତୀତ ଦୁଇ ବାଂଲାଦେଶୀ ଏବଂ ଜଣେ ଭାରତୀୟ ହ୍ୟାଣ୍ଡେଲରଙ୍କୁ ମଧ୍ୟ ଗିରଫ କରାଯାଇଛି। 
  12. 12.ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ୩୯ ବର୍ଷରେ ଦେହାନ୍ତ ହୋଇଯାଇଛି।
  13.  13.ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ ସେବାଦା ଆଗୋଲ୍‌ ଗାଁର ପୂର୍ବତନ ସରପଞ୍ଚ ତାଙ୍କ ପୁତୁରା ବାହାଘର ଅବସରରେ ଘରର ଛାତ ଉପରକୁ ଯାଇ ତଳେ ସମବେତ ହୋଇଥିବା ଅତିଥି-ଅଭ୍ୟାଗତ ଓ ବରଯାତ୍ରୀଙ୍କ ଉପରେ ୫୦୦ ଟଙ୍କିଆ ନୋଟ୍‌ ଅଜାଡ଼ି ପକାଇଥିଲେ।
  14. 14.ତାମିଲନାଡୁର କୁଡାଲୋର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ନିକଟରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ୧୭.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆଠ ବର୍ଷ ପୂର୍ବେ ଡାକ୍ତରଖାନାର ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଆୟୋଗ ଏହି ରାୟ ଦେଇଛନ୍ତି |
  15.  15.ଟିସିଏସ ପକ୍ଷରୁ କୁହାଯାଇଛି ଯେ କୌଣସି କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ବିଚାର କରାଯାଉନାହିଁ । କେବଳ ଏତିକି ନୁହେଁ, ବିଭିନ୍ନ ଷ୍ଟାର୍ଟଅପରେ ଚାକିରି ହରାଇଥିବା ଲୋକମାନଙ୍କୁ ନିଯୁକ୍ତି ଦେବାକୁ କମ୍ପାନି ମଧ୍ୟ ଘୋଷଣା କରିଛି 
  16. 16.ଇକୋନୋମିକ ଟାଇମ୍ସର ଗ୍ଲୋବାଲ ବିଜ‌ନେସ୍‌ ସମିଟ୍‌ରେ ‌୨୦୪୭ ମସିହାର ଭାରତ ପାଇଁ ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ଉପରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି, ଭାରତର ସଡ଼କ ଭିତ୍ତିଭୂମି ୨୦୨୪ ଶେଷ ସୁଦ୍ଧା ଆମେରିକା ମାନର ହେବ।ତାଙ୍କ ବିଭାଗକୁ ୨.୭ ଲକ୍ଷ କୋଟି ଟଙ୍କା ମିଳିଛି। ୨୦୨୫ ସୁଦ୍ଧା ଭାରତ ୨ ଲକ୍ଷ କିମିର ଜାତୀୟ ରାଜପଥ ବିକାଶ ଲକ୍ଷ୍ୟ ରଖିଛି।
  17. 17.ଓଡିଶାରେ ତିନିଟି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ୮ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବ। ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
  18. 18.କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇ ପାରିବ ନାହିଁ ଓ ଭବିଷ୍ୟତରେ ବି ଏପରି କିଛି ଯୋଜନା ନାହିଁ ବୋଲି ରୋକ୍‌‌ଠୋକ୍‌‌ କହିବା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା।
  19. 19.ଦିନରେ ହେୟାର ଡ୍ରେସର ଏବଂ ରାତିରେ ‘ଡ୍ରୋନ୍‌ ହଣ୍ଟର’ ହୋଇ ୪୧ ବର୍ଷୀୟ ଆଲେକ୍‌ଜାଣ୍ଡାର ଶାମ୍‌ସୁର ରୁଷିଆ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି।
  20. 20..ଦିଲ୍ଲୀରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.