• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ।
  2. 2. ସିଙ୍ଗାପୁର-ଭାରତ ମଧ୍ୟରେ ଡିଜିଟାଲ ପେମେଣ୍ଟ ସହଜ ହେବ। ସିଙ୍ଗାପୁରରେ ରହୁଥିବା ଭାରତୀୟ ୟୁପିଆଇ ମାଧ୍ୟମରେ ସମ୍ପର୍କୀୟଙ୍କୁ ବିନା କୌଣସି ଅସୁବିଧାରେ ଟଙ୍କା ଟ୍ରାନ୍ସଫର କରିପାରିବେ।
  3. 3. ଦୁର୍ନୀତି ମାମଲାରେ ସିବିଆଇ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ଡକାଇଥିବା ମନୀଷ ସିସୋଡିଆ କହିଛନ୍ତି।
  4. 4. ବିହାରର ଉପେନ୍ଦ୍ର କୁଶୱାହା ଜନତା ଦଳ ୟୁନାଇଟେଡ(ଜେଡିୟୁ) ଛାଡିଛନ୍ତି । ସୋମବାର ଏହି ଘୋଷଣା ସେ  କରିବା ସହ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ନାମରେ ନିଜର ନୂଆ ଦଳ ମଧ୍ୟ ଗଠନ କରିଛନ୍ତି ।
  5. 5. ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳକୁ ଦେବା ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ସୋମବାର ଦାଖଲ କରାଯାଇଛି। ଉଦ୍ଧବଙ୍କ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏହି ମାମଲାର ଶୁଣାଣି କରିବାକୁ ଦାବି କରିଛନ୍ତି। ତେବେ ସୁପ୍ରିମକୋର୍ଟ ଓକିଲଙ୍କୁ ମଙ୍ଗଳବାର  ଏହି ବିଷୟରେ ଉଲ୍ଲେଖ କରିବାକୁ କହିଛନ୍ତି।
  6. 6. ଦେଶର ବିଭିନ୍ନ ସ୍କୁଲ ଓ କଲେଜରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ବିକଶିତ ୧୫୦ ପିକୋ (ପିଆସିଓ) ସାଟେଲାଇଟ୍‌ ରକେଟ୍‌ ଜରିଆରେ ମହାକାଶକୁ ପଠାଯାଇଛି। ଏଥିରେ ସାମିଲ ହୋଇଥିବା ପାଖାପାଖି ୫୦୦୦ ଛାତ୍ରୀଛାତ୍ରଙ୍କୁ ଭର୍ଚ୍ଚୁଆଲ ମୋଡ୍‌ରେ ବିଜ୍ଞାନ, ଉଦ୍ୟୋଗ, ଇଞ୍ଜିନିରିଂ ଏବଂ ଗଣିତ ପଢ଼ାଯାଇଥିଲା। ମିଶନରେ ୧୦୦ ସରକାରୀ ବିଦ୍ୟାଳୟର ୨,୦୦୦ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି।
  7. 7. ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିବା ପରେ ଆମେରିକା ରାଷ୍ଚ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଆରମ୍ଭରୁ ୟୁକ୍ରେନ ସହ ରହିଛି ।
  8. 8. ଭଡ଼ା ବା ଅର୍ଥ ଗ୍ରହଣ କରି ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି।
  9. 9. ମହାଶିବରାତ୍ରିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଗୁଜରାଟର ସୋମନାଥ ମନ୍ଦିର ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟକୁ ଏହି ଅବସରରେ ମୁକେଶ ୧.୫୧ କୋଟି ଟଙ୍କା ଦାନ କରିଛନ୍ତି।
  10. 10. ଯେଉଁମାନେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଧାର କାର୍ଡ ସହିତ ସେମାନଙ୍କ ପ୍ୟାନକୁ ସଂଯୋଗ କରିବେ ନାହିଁ, ସେମାନଙ୍କ ପ୍ୟାନ କାର୍ଡ ମାର୍ଚ୍ଚ ୩୧ ପରେ ଅଦରକାରୀ ହୋଇଯିବ। ତେଣୁ ପ୍ୟାନ କାର୍ଡ ଆଧାର ସହିତ ଯୋଡ଼ି ହେବା ଅନିବାର୍ଯ୍ୟ ରହିଛି।
  11. 11. ୟୁଆଇଡିଏଆଇ ଜଣାଇଛି ଯେ ଯଦି ଆପଣଙ୍କର ଆଧାର ୧୦ ବର୍ଷ ପୂର୍ବେ ହୋଇଛି ଏବଂ ଏହା ଅପଡେଟ୍ ହୋଇନାହିଁ, ତେବେ ତୁରନ୍ତ ଏଥିରେ ଠିକଣା ପ୍ରମାଣ ଦସ୍ତାବିଜକୁ ଅପଡେଟ କରନ୍ତୁ। ଅନଲାଇନ ଅପଡେଟ ପାଇଁ ଦେୟ ୨୫ ଟଙ୍କା ଏବଂ ଅଫଲାଇନ୍ ପାଇଁ ଏହା ୫୦ ଟଙ୍କା ରହିଛି।
  12. 12.  ଅଷ୍ଟ୍ରେଲିଆ ଖଣି ପ୍ରକଳ୍ପ ଲାଗି ‘ଆଦାନି ଗ୍ରିନ୍ ଏନର୍ଜି’ର ସେୟାରକୁ ବନ୍ଧକ ରଖି କଂପାନି ଋଣ ଆଣିଛି। ଫଳରେ ପରିବେଶ, ନିରନ୍ତରତା ଓ ଗଭର୍ଣ୍ଣାସ୍‌ (ଇଏସ୍‌ଜି) ପ୍ରତି ଆଦାନି ଗ୍ରୁପ୍‌ର ରହିଥିବା ପ୍ରତିବଦ୍ଧତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
  13. 13. ଭାରତୀୟ ଆଇଟି କମ୍ପାନି  ୱିପ୍ରୋ ପୂର୍ବରୁ କିଛି ନୂଆ ପେସାଦାରଙ୍କୁ ବାର୍ଷିକ ସାଢେ ୬ ଲକ୍ଷ ଟଙ୍କାର ଦରମା ଅଫର କରି ନିଯୁକ୍ତି ଦେଇଥିଲା । କିନ୍ତୁ ଏବେ ସେମାନଙ୍କୁ ପତ୍ର ଲେଖି ବାର୍ଷିକ ସାଢେ ୩ ଲକ୍ଷ ଟଙ୍କାରେ ଯୋଗ ଦେବାକୁ କୁହାଯାଇଛି ।
  14. 14. ବିଶ୍ଵର ଅନ୍ୟତମ ବୃହତ ସୋସିଆଲ ମିଡିଆ ସଂସ୍ଥା ମେଟା ନୂଆ ସବ୍‌ସ୍କ୍ରିପ୍‌ସନ୍ ପ୍ଲାନ୍‌ ଘୋଷଣା କରାଯାଇଛି। ‘ମେଟା ଭେରିଫାଏଡ୍‌’ ନାମକ ଏହି ସବ୍‌ସ୍କ୍ରିପ୍‌ସନ୍ ପ୍ଲାନ୍ ଲାଗି ମାସକୁ ୯୮୪ ଟଙ୍କା (୧୧.୯୯ ଡଲାର) ଗଣିବାକୁ ପଡ଼ିବ।
  15. 15. ଦୁଇ ଟେଲିକମ୍ କଂପାନି ‌ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ୫ଜି ସେବା ୧୩ଟି ସହରରେ ଉପଲବ୍ଧ ହୋଇଛି।
  16. 16. ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ  ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି।
  17. 17. ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ନିଖୋଜ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୋପନୀୟ ଭାବେ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଏମାନଙ୍କୁ ମୁକ୍ତ କରିବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛି।
  18. 18. ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ। ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ରହିଛି।
  19. 19. ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ ହରିଦ୍ୱାର-ଋଷିକେଶ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ।
  20. 20. କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଦେଶର ବିଜେପି ସରକାର ୟୁସିସି ଆଡକୁ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରର କୋଲହାପୁରରେ ଆୟୋଜିତ ଏକ ରାଲିରେ ଅମିତ ଶାହ କହିଛନ୍ତି ଯେ ଦେଶ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଡକୁ ଗତି କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.